ପ୍ରେମିକାଙ୍କ ବାହାଘରକୁ କାହିଁକି ଯାଇ ନ ଥିଲେ ଶାହିଦ କପୁର

ବଲିଉଡ ଅଭିନେତା ଶାହିଦ କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କରୀନା କପୁର ହେଉ କିମ୍ବା ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ, ଶାହିଦ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଲୋଚନାର ଶିକାର ହୁଅନ୍ତି। ଦିନ ଥିଲା ଅଭିନେତ୍ରୀ କରୀନା କପୁର ଏବଂ ଶାହିଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଶିଖରରେ ଥିଲା। ଏପରିକି ଉଭୟ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। କିନ୍ତୁ କ’ଣ ହେଲା କେଜାଣି ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଗଲା। ଏହା ପରେ ଶାହିଦଙ୍କ ଜୀବନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆସିଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠିଲା ନାହିଁ। ଏହାପରେ ଶାହିଦ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ପୂର୍ବତନ ପ୍ରେମିକା ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ରିସେପ୍ସନରେ ଶାହିଦ ତାଙ୍କ ସ୍ତ୍ରୀ ମୀରାଙ୍କ ସହ ତାଙ୍କ ପହଞ୍ଚିଥିଲେ। କିନ୍ତୁ ଶାହିଦ କରୀନାଙ୍କ ବିବାହଯୋଗ ଦେଇ ନ ଥିଲେ। ଏହାର କାରଣ ବିଷୟରେ ମଧ୍ୟ ସେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ।
ବ୍ରେକଅପ ପରେ ଶାହିଦ ଏବଂ କରୀନା ୨୦୧୬ରେ ‘ଉଡତା ପଞ୍ଜାବ’ରେ କାମ କରିଥିଲେ, କିନ୍ତୁ ଏକାଠି ପରଦାରେ ନଜର ଆସି ନ ଥିଲେ। ୨୦୧୯ ମସିହାରେ ଏକ ସାକ୍ଷାତକାରରେ ଶାହିଦଙ୍କୁ ପଚରାଯାଇଥିଲା ଯେ, ପ୍ରିୟଙ୍କା ଏବଂ ନିକଙ୍କ ରିସେପ୍ସନରେ ଯୋଗ ଦେଇଥିଲେ କିନ୍ତୁ ତାଙ୍କୁ ସୈଫ ଅଲି ଖାନ ଏବଂ କରୀନାଙ୍କ ରିସେପ୍ସନକୁ ନିମନ୍ତ୍ରଣ କରାଯାଇଥିଲା କି? ଏହା ଉପରେ ଶାହିଦ କହିଥିଲେ ଯେ ମୋର ମନେ ନାହିଁ, ଏହା ବହୁତ ଦିନ ହେଲାଣି। ମୁଁ ଭାବୁନାହିଁ ଯେ ମୋତେ ଡକାଯାଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ କରଣ ଜୋହରଙ୍କ ଚାଟ ଶୋ’ରେ ଶାହିଦଙ୍କୁ ପଚରାଯାଇଥିଲା ଯେ ସେ ପ୍ରିୟଙ୍କା କିମ୍ବା କରୀନାଙ୍କ କୌଣସି ସ୍ମୃତି ଲିଭାଇବାକୁ ଚାହୁଁଛନ୍ତି କି, ସେ କହିଥିଲେ ଯେ କରୀନାଙ୍କ ସହ ମୋର ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ପ୍ରିୟଙ୍କାଙ୍କ ସହ କିଛି ଦିନ ରହିଥିଲା। ମୁଁ ଅନୁଭବ କରୁଛି ଯେ, ମୁଁ ଏହି ସମସ୍ତ ଅନୁଭୂତି ହେତୁ ଆଜି ଏଠି ଅଛି। ସେଥିପାଇଁ ମୁଁ କୌଣସି ସ୍ମୃତି ଲିଭାଇବାକୁ ଚାହେଁ ନାହିଁ, କାରଣ ମୁଁ ଏଥିରୁ ବହୁତ କିଛି ଶିଖିଛି।

Share