କାହିଁକି ସୁସ୍ମିତାଙ୍କୁ ପାଗଳ ବୋଲି ଭାବିଥିଲେ ମ୍ୟାନେଜର, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। କିଛିଦିନ ହେବ ବଡ଼ ପରଦାଠାରୁ ଦୂରରେ ଥିବା ସୁସ୍ମିତା ୱେବ ସିରିଜ ‘ଆର୍ଯ୍ୟା’ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ। ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରିଥିଲେ। ନିକଟରେ ସୁସ୍ମିତା ଏକ ସାକ୍ଷାତକାରରେ ତାଙ୍କ ପୁରୁଣା ଦିନର କଥାକୁ ମନେ ପକାଇ କହିଥିଲେ, ଯେତେବେଳେ ସେ ଆଇଟମ ଗୀତରେ ଅଭିନୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ ସେତେବେଳେ ତାଙ୍କ ମ୍ୟାନେଜର ତାଙ୍କୁ ପାଗଳ ବୋଲି ଭାବିଥିଲେ । ଏଥିପାଇଁ ତାଙ୍କୁ ତାଙ୍କ ମ୍ୟାନେଜର ଆଇଟମ ଗୀତରେ କାମ କରିବାକୁ ବାରମ୍ବାର ମନା କରୁଥିଲେ । ମ୍ୟାନେଜର କହୁଥିଲେ ଆପଣ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଛନ୍ତି ଆମେ ଇଣ୍ଡଷ୍ଟ୍ରିରେ ପୁରୁଣା ତେଣୁ ଆଇଟମ ଗୀତ ଭଲ କାମ ନୁହେଁ । ହେଲେ ସୁସ୍ମିତା କହିବା ପରେ ବି ମ୍ୟାନେଜର ବୁଝିପାରି ନ ଥିଲେ । ଶେଷରେ ଯେତେବେଳେ ସେ ଆଇଟମ ସଙ୍ଗରେ କାମ କରିଥିଲେ ସେତେବେଳେ ତାଙ୍କର ଦୁଇ ଦୁଇଟି ମ୍ୟାନେଜର ତାଙ୍କୁ ଛାଡି ଚାଲିଯାଇଥିଲେ।
ସେତେବେଳେ ଯଦି ଅଭିନେତା କି ଅଭିନେତ୍ରୀ ଯଦି ତାଙ୍କ ମ୍ୟାନେଜରଙ୍କୁ ନ ପଚାରି କୌଣସି ନିଷ୍ପତ୍ତି ନିଏ ତେବେ ତାଙ୍କୁ ବହୁତ ଖରାପ ଲାଗେ । ତେବେ କହିବାକୁ ଗଲେ ସୁସ୍ମତା ନିଜ ଫିଲ୍ମ କ୍ୟାରିୟରେ ବହୁତ ଆଇଟମ ଗୀତରେ ନଜର ଆସିଛନ୍ତି । ଯାହା ଆଜି ଯାଏ ହିଟ୍‌ ରହିଛି ।

Share