Posted inଜାତୀୟ

କୋର୍ଟ ଭିତରେ ଓକିଲଙ୍କୁ କାହିଁକି ଗାଳି ଦେଲେ ସିଜେଆଇ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୩।୧୦: ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଗିଦ କରିଛନ୍ତି। ଯେତେବେଳେ ଓକିଲ ବେଞ୍ଚକୁ କହିଥିଲେ ଯେ କୋର୍ଟରେ ଲିଖିତ ଆଦେଶର ବିବରଣୀ ବିଷୟରେ ସେ କୋର୍ଟ ମାଷ୍ଟରଙ୍କ ସହ କ୍ରସ-ଚେକ କରିଛନ୍ତି।
ଓକିଲଙ୍କ ଏହି ପ୍ରସଙ୍ଗରେ, ସିଜେଆଇ କହିଛନ୍ତି, କୋର୍ଟରେ ମୁଁ ଯାହା ଲେଖିଛି ତୁମେ କୋର୍ଟ ମାଷ୍ଟରଙ୍କୁ ପଚାରିବାକୁ କିପରି ସାହସ କରିଛ କହି ରାଗି ଯାଇଥିଲେ ପ୍ରଧାନ ବିଚାରପତି। ଏମିତି ହେଲେ ଆସନ୍ତାକାଲି ତୁମେ ମୋ ଘରକୁ ଆସିବ ଏବଂ ମୁଁ କ’ଣ କରୁଛି ତାହା ବ୍ୟକ୍ତିଗତ ସଚିବଙ୍କୁ ପଚାରିବ। ଓକିଲ ତାଙ୍କର ସମସ୍ତ ବିବେକ ହରାଇ ସାରିଛନ୍ତି କି ବୋଲି ମଧ୍ୟ ସେ କହିଥିଲେ।

ସିଜେଆଇ କହିଛି ଯେ ଯଦିଓ ଆଉ କିଛି ଦିନ ପାଇଁ ସେ ଦାୟିତ୍ୱରେ ଅଛନ୍ତି। ଏହି ଅଜବ କୌଶଳକୁ ଆଉ ଚେଷ୍ଟା କରନ୍ତୁ ନାହିଁ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ଅବସର ନେବେ। ଶୀର୍ଷ ଆଇନଗତ ପଦ ପାଇଁ ପରବର୍ତ୍ତୀ ପ୍ରାର୍ଥୀ ହେଉଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା।
ଏହାପୂର୍ବରୁ, ସିଜେଆଇ ଓକିଲଙ୍କୁ ତାଗିଦ କରି କହିଥିଲେ ଯେ ବିଭିନ୍ନ ଓକିଲ ବାରମ୍ବାର ସମାନ ମାମଲା ବେଞ୍ଚ ଆଗରେ ଆଣି ତାରିଖ ମାଗୁଛନ୍ତି। ସେ କହିଛନ୍ତି ଯେ ଆଇନଜୀବୀମାନେ ଏଭଳି କୌଶଳ ଅବଲମ୍ବନ କରି କୋର୍ଟକୁ ପ୍ରତାରଣା କରିପାରିବେ ନାହିଁ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ଏକ ନୂଆ ଅଭ୍ୟାସ। ବିଭିନ୍ନ ଓକିଲ ତାଲିକା ପାଇଁ ସମାନ ମାମଲା ଉପସ୍ଥାପନ କରନ୍ତି ଏବଂ ଥରେ ଜଜଙ୍କ ପଲଗ ପଡିଗଲେ, ଏକ ତାରିଖ ମିଳିଯାଏ। ଏହା ଏକ ଏମିତି ଅଭ୍ୟାସ ଯାହା ଉଦୀୟମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri