ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ

ପୁରୁଷୋତ୍ତମପୁର,୩ା୧୦(ସୀମାଞ୍ଚଳ ମିଶ୍ର): ଗୁରୁବାରଠାରୁ ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସେହିକ୍ରମରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମଦିନରେ ମା’ ଶୈଳପୁତ୍ରୀ ବେଶରେ ସଜ୍ଜିତହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ବିଧାୟକମାନେ ଆସି ମା’ଙ୍କଠାରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଭୋର୍‌ରୁ ମା’ଙ୍କ ଦ୍ବାରଫିଟା ନୀତି ହୋଇ ସେବାୟତମାନେ ମା’ ତାରାତାରିଣୀ ଦୁଇଭଉଣୀଙ୍କୁ ସୁସଜ୍ଜିତ ବେଶରେ ସଜ୍ଜିତ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜିଲା ଓ ଜିଲା ବାହାରରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମନ୍ଦିରକୁ ଆସି ଲମ୍ବା ଲାଇନ୍‌ରେ ଦୀର୍ଘ ସମୟ ଧରି ଠିଆ ହୋଇ ମା’ଙ୍କୁ ଦର୍ଶନ କରିଥିଲେ।

ତେବେ ଦର୍ଶନ ପାଇଁ ଆସିଥିବା ସାଧାରଣ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା। ଯାହାକି କିଛି ସେବାୟତ ନିଜ ନିଜର ବ୍ୟବସାୟରେ ଲାଗିପଡ଼ି ଯେଉଁ ଭକ୍ତ ମୋଟା ଅଙ୍କର ଦକ୍ଷିଣା ଦେଲା ତାଙ୍କୁ ନେଇ ମା’ଙ୍କୁ ଦର୍ଶନ କରାଉଥିବା ବେଳେ ସାଧାରଣ ଗରିବ ଭକ୍ତମାନେ ଘଣ୍ଟାଘଣ୍ଟା ଠିଆହୋଇ ମା’ଙ୍କ ଦର୍ଶନ ପାଇ ନ ପାରି ନିରାଶରେ ଫେରିଯିବାର ଦେଖିବାକୁ ମିଳିଥିଲା। ଏଣୁ ଏଥିପ୍ରତି ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇ କିଛି ସେବାୟତ ଚଳାଇଥିବା ଏଭଳି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରି ଭକ୍ତମାନଙ୍କ ଦର୍ଶନ ପ୍ରତି ଗୁରୁତ୍ୱ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଦଶମୀ ପର୍ଯ୍ୟନ୍ତ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନିଳମଣି ବିଷୋୟୀ, ଘୁମୁସର ଜିଲା ଭାଜପା ସମ୍ପାଦକ ଅନିଲ କୁମାର ପଣ୍ଡା, ଆସିକା ସଂଯୋଜକ ଜୟନାରାୟଣ ଦାଶ, ସୀତାରାମ ପାଣିଗ୍ରାହୀ ମା’ଙ୍କ ନିକଟକୁ ଆସି ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କରିବା ସହ ମନ୍ଦିର ଚତୁଃପାର୍ଶ୍ୱ ବୁଲିଦେଖି ଆହୁରି ବିକାଶ କରିବା ଲାଗି ପଦକ୍ଷେପ ନେବାର କହିଥିଲେ। ଏପରିକି ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତାରାତାରିଣୀଙ୍କ ପୀଠକୁ ଭକ୍ତମାନେ ସୁବିଧାରେ ଆସିବା ଓ ଗମନାଗମନ ଲାଗି ପଶ୍ଚିମବଙ୍ଗର ଦକ୍ଷୀଣ କାଳୀ ପୀଠ ଓ ପୁରୀ ଜଗନ୍ନାଥ ମନ୍ଦିର ଆଦି ପ୍ରମୁଖ ସ୍ଥାନକୁ ସଂଯୋଗ ଲାଗି ସ୍ବତନ୍ତ୍ର ଭଲ୍‌ବୋ ବସ୍‌ ଚଳାଚଳର ବ୍ୟବସ୍ଥା କରାଯିବା ନେଇ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?