ଅଫରକୁ କାହିଁକି ମନା କରିଥିଲେ ପ୍ରୀତି

ପ୍ରୀତି ଜିଣ୍ଟା ଅବଶ୍ୟ ବେଶ୍‌ କିଛି ବର୍ଷ ହେଲାଣି ଅଭିନୟରୁ ପ୍ରାୟ ସନ୍ନ୍ୟାସ ନେଇସାରିଲେଣି। ହେଲେ ତାଙ୍କ ଅଭିନୟ ଜୀବନରେ ଅନେକ କିଛି ଘଟଣା ଘଟିଛି। ୧୯୯୮ରେ ସେ ମଣି ରତ୍ନମଙ୍କ ନିର୍ଦ୍ଦେଶତ ‘ଦିଲ୍‌ ସେ’ରେ ସପୋର୍ଟିଂ ରୋଲ୍‌ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ସେ ବେଶ୍‌ କେତୋଟି ହିଟ୍‌ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏପରି କି ପ୍ରଥମ ସିନେମା ପାଇଁ ଶ୍ରେଷ୍ଠ ନବାଗତା ଭାବରେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଠିକ୍‌ ତାହାର ପରବର୍ଷ ଏହି ଫିଲ୍ମଟିକୁ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା ଯାହାର ଟାଇଟଲ ଥିଲା ‘ରାଜା କୁମାରୁଡୁ’। ଏହାପରେ ତାଙ୍କୁ କେତୋଟି ତେଲୁଗୁ ଏପରି କି ତାମିଲ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଥିଲା। କିନ୍ତୁ ସେ ନମ୍ରତାର ସହ ମନା କରିଦେଇଥିଲେ। ଏଭଳି ସୁଯୋଗକୁ ହାତଛଡା କରିବା ପଛରେ କି କାରଣ ଥିଲା ସେ ନେଇ ପ୍ରୀତି କହନ୍ତି, ”ଯେଉଁ ଭାଷା ଉପରେ ମୋର ଦକ୍ଷତା ଅଛି ସେହି ଫିଲ୍ମରେ ମୁଁ ଅଭିନୟ କରିବି ବୋଲି ସ୍ଥିର କରିଥିଲି। ତେଣୁ ସେହି ସମୟରେ ମୋତେ ଅନେକ ପ୍ରାନ୍ତୀୟ ଫିଲ୍ମରେ ଆକ୍ଟିଂ କରିବାକୁ ଅଫର ମିଳିଥିଲେ ବି ସେଗୁଡ଼ିକୁ ମୁଁ ଗ୍ରହଣ କରି ନ ଥିଲି।“ ପ୍ରୀତି ଅଭିନୟ କରିଥିବା ପ୍ରମୁଖ ହିନ୍ଦୀ ସିନେମା ମଧ୍ୟରେ ରହିଛି- ‘ସୋଲଜର’, ‘ସଂଘର୍ଷ’, ‘କ୍ୟା କହନା’, ‘ମିଶନ କାଶ୍ମୀର’, ‘ଦିଲ୍‌ ଚାହତା ହେ’, ‘କୋଇ ମିଲ ଗୟା’, ‘କଲ୍‌ ହୋ ନା ହୋ’, ‘ବୀର ଜରା’, ‘କ୍ରିସ’ ଆଦି।


Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri