Posted inଜାତୀୟ

କାହିଁକି ଆଇନ ଛାତ୍ରୀଙ୍କୁ ଗାର୍ଡ ରୁମ୍‌କୁ ନେଇ ବଳାତ୍କାର କରିଥିଲେ ମୋନୋଜିତ୍‌: ହେଲା ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୨୮।୬: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ଆଇନ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଥିବା ଶୁକ୍ରବାର ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ହୋଇଥିବାରୁ ଏହି ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି।
ଗତବର୍ଷ ଅଗଷ୍ଟରେ କୋଲକତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜରେ ଜଣେ ଇନ୍‌ଟର୍ନଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାର ସ୍ମୃତି ମନରୁ ନ ଲିଭୁଣୁ ସାଉଥ୍‌ କାଲକାଟା ଲ’ କଲେଜରେ ଗତ ବୁଧବାର ଆଉ ଏକ ଗଣବଳାତ୍କାର ଘଟଣା ଘଟିଛି। ୩୧ ବର୍ଷୀୟ ମୁଖ୍ୟ ଅଭିଯୁକ୍ତ ମୋନୋଜିତ୍‌ ମିଶ୍ରା ୨୪ ବର୍ଷୀୟା ଛାତ୍ରୀ ଜଣଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଛାତ୍ରୀ ପୂର୍ବରୁ ଜଣଙ୍କ ସମ୍ପର୍କରେ ଥିବା କହି ବିବାହ କରିବାକୁ ମନା କରିଦେଇଥିଲେ। ତେଣୁ ମୋନୋଜିତ୍‌ ତାଙ୍କୁ ବଳାତ୍କାର କରିବାକୁ ଯୋଜନା ଚଳାଇଥିଲେ। ବୁଧବାର ଅପରାହ୍ନ ୪ଟାରେ ଛାତ୍ରୀ କୌଣସି କାମରେ ଲ’ କଲେଜକୁ ଯାଇଥିଲେ। ମୋନୋଜିତ୍‌ ତାଙ୍କୁ ସେଠାରେ ଅଟକାଇ ରଖି ପ୍ରଥମେ ଯୌନ ସମ୍ବନ୍ଧ ରଖିବାକୁ କହିଥିଲେ। ସେ ବିରୋଧ କରିବାରୁ ସନ୍ଧ୍ୟା ୭ଟା ୩୦ରେ ମୋନୋଜିତ୍‌ ଓ ଅନ୍ୟ ୨ ଜଣ ଛାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ କଲେଜର ଗାର୍ଡ ରୁମ୍‌କୁ ନେଇ ଗଣବଳାତ୍କାର କରିଥିଲେ। ରାତି ୧୦ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଥମି ନ ଥିଲା ସେମାନଙ୍କ ବର୍ବରତା। ଥାନାରେ ଛାତ୍ରୀ ଜଣକ ଦେଇଥିବା ଏତଲା ଅନୁସାରେ ବଳାତ୍କାର ନ କରିବାକୁ ସେ ଅଭିଯୁକ୍ତମାନଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ। କିନ୍ତୁ ସେମାନେ ତାଙ୍କ କଥା ଆଦୌ ଶୁଣି ନ ଥିଲେ। ସେମାନେ ପୀଡ଼ିତାଙ୍କୁ ବଳାତ୍କାର କରିବା ପୂର୍ବରୁ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏପରି କି ସେଠାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କ ଭୟରେ ପୀଡ଼ିତାଙ୍କୁ ସାହାଯ୍ୟ କରିପାରି ନ ଥିଲେ। ବଳାତ୍କାର ସମୟରେ ସେମାନେ ମୋବାଇଲରେ ସେହି ଦୃଶ୍ୟର ଭିଡିଓ ଶୁଟିଂ କରିଥିଲେ ଏବଂ ତାଙ୍କ ମୁହଁ ବନ୍ଦ ପାଇଁ ବ୍ଲାକ୍‌ମେଲିଂ କରିଥିଲେ। ବଳାତ୍କାର ଶିକାର ହେବା ପରେ ସେମାନେ ଛାତ୍ରୀଙ୍କୁ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ।
ଗୁରୁବାର ମାମଲା ରୁଜୁ ପରେ କସ୍‌ବା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ମୋନୋଜିତ୍‌ ମିଶ୍ରା ଓ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ମୋନୋଜିତ୍‌ ଉକ୍ତ କଲେଜର ଜଣେ ପୂର୍ବତନ ଛାତ୍ର। ସେ ଟିଏମ୍‌ସି ଛାତ୍ର ପରିଷଦ ଦକ୍ଷିଣ କୋଲକାତା ଜିଲା ୟୁନିଟ୍‌ର ସାଧାରଣ ସମ୍ପାଦକ। ମୋନୋଜିତ୍‌ ସେସନ୍ସ କୋର୍ଟରେ ଓକିଲାତି କରିବା ସହ ଉକ୍ତ କଲେଜରେ ଅସ୍ଥାୟୀ ଭାବେ ନିଯୁକ୍ତି ମଧ୍ୟ ପାଇଥିଲେ। ଅନ୍ୟ ୨ ଅଭିଯୁକ୍ତ ହେଲେ ଉକ୍ତ କଲେଜର ୧୯ ବର୍ଷୀୟ ଛାତ୍ର ଜଇବ ଅହମଦ ଏବଂ ୨୦ ବର୍ଷୀୟ ପ୍ରମିତ୍‌ ମୁଖାର୍ଜୀ। ଇତିମଧ୍ୟରେ ପୋଲିସ ଓ ଫୋରେନ୍ସିକ୍‌ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତମାନଙ୍କ ୩ ମୋବାଇଲ ଫୋନ୍‌କୁ ଜବତକରି ଫୋରେନ୍ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି।
ଅନ୍ୟପକ୍ଷେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିବା ପରେ ଭାଜପା ଓ ବାମପନ୍ଥୀ ଦଳ ଶାସକ ଟିଏମ୍‌ସିକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ତଥା ଦଳର ଦ୍ୱିତୀୟ ନେତା ଅଭିଷେକ ବାନାର୍ଜୀଙ୍କ ସହ ମୋନୋଜିତ୍‌ଙ୍କ ଫଟୋକୁ ଭାଜପା ପକ୍ଷରୁ ଶେୟାର କରାଯାଇଛି। ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଓ ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଆର୍‌.ଜି. କର ମାମଲା ସହ ସଦ୍ୟ ଘଟଣାର ଅବତାରଣା କରି ମମତାଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମୋନୋଜିତ୍‌ଙ୍କୁ ଦଣ୍ଡିତ କରିବାରେ ଆଇନ ନିଜ କାର୍ଯ୍ୟ କରିବ। ଏହି ଘଟଣାକୁ ନେଇ ବାମପନ୍ଥୀ ଛାତ୍ର ସଂଘ ଏସ୍‌ଏଫ୍‌ଆଇ ଏବଂ ଡିଓ୍ବାଇଏଫ୍‌ଆଇ ପକ୍ଷରୁ କସ୍‌ବା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ସଂଘର୍ଷ ହୋଇଛି। ସଂଘର୍ଷରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଅନେକଙ୍କୁ ସିଟି ପୋଲିସର ଲାଲବଜାର ମୁଖ୍ୟାଳୟରେ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri