Posted inଜାତୀୟ

କାହିଁକି ଆଇନ ଛାତ୍ରୀଙ୍କୁ ଗାର୍ଡ ରୁମ୍‌କୁ ନେଇ ବଳାତ୍କାର କରିଥିଲେ ମୋନୋଜିତ୍‌: ହେଲା ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୨୮।୬: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ଆଇନ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଥିବା ଶୁକ୍ରବାର ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ହୋଇଥିବାରୁ ଏହି ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି।
ଗତବର୍ଷ ଅଗଷ୍ଟରେ କୋଲକତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜରେ ଜଣେ ଇନ୍‌ଟର୍ନଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାର ସ୍ମୃତି ମନରୁ ନ ଲିଭୁଣୁ ସାଉଥ୍‌ କାଲକାଟା ଲ’ କଲେଜରେ ଗତ ବୁଧବାର ଆଉ ଏକ ଗଣବଳାତ୍କାର ଘଟଣା ଘଟିଛି। ୩୧ ବର୍ଷୀୟ ମୁଖ୍ୟ ଅଭିଯୁକ୍ତ ମୋନୋଜିତ୍‌ ମିଶ୍ରା ୨୪ ବର୍ଷୀୟା ଛାତ୍ରୀ ଜଣଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଛାତ୍ରୀ ପୂର୍ବରୁ ଜଣଙ୍କ ସମ୍ପର୍କରେ ଥିବା କହି ବିବାହ କରିବାକୁ ମନା କରିଦେଇଥିଲେ। ତେଣୁ ମୋନୋଜିତ୍‌ ତାଙ୍କୁ ବଳାତ୍କାର କରିବାକୁ ଯୋଜନା ଚଳାଇଥିଲେ। ବୁଧବାର ଅପରାହ୍ନ ୪ଟାରେ ଛାତ୍ରୀ କୌଣସି କାମରେ ଲ’ କଲେଜକୁ ଯାଇଥିଲେ। ମୋନୋଜିତ୍‌ ତାଙ୍କୁ ସେଠାରେ ଅଟକାଇ ରଖି ପ୍ରଥମେ ଯୌନ ସମ୍ବନ୍ଧ ରଖିବାକୁ କହିଥିଲେ। ସେ ବିରୋଧ କରିବାରୁ ସନ୍ଧ୍ୟା ୭ଟା ୩୦ରେ ମୋନୋଜିତ୍‌ ଓ ଅନ୍ୟ ୨ ଜଣ ଛାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ କଲେଜର ଗାର୍ଡ ରୁମ୍‌କୁ ନେଇ ଗଣବଳାତ୍କାର କରିଥିଲେ। ରାତି ୧୦ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଥମି ନ ଥିଲା ସେମାନଙ୍କ ବର୍ବରତା। ଥାନାରେ ଛାତ୍ରୀ ଜଣକ ଦେଇଥିବା ଏତଲା ଅନୁସାରେ ବଳାତ୍କାର ନ କରିବାକୁ ସେ ଅଭିଯୁକ୍ତମାନଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ। କିନ୍ତୁ ସେମାନେ ତାଙ୍କ କଥା ଆଦୌ ଶୁଣି ନ ଥିଲେ। ସେମାନେ ପୀଡ଼ିତାଙ୍କୁ ବଳାତ୍କାର କରିବା ପୂର୍ବରୁ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏପରି କି ସେଠାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କ ଭୟରେ ପୀଡ଼ିତାଙ୍କୁ ସାହାଯ୍ୟ କରିପାରି ନ ଥିଲେ। ବଳାତ୍କାର ସମୟରେ ସେମାନେ ମୋବାଇଲରେ ସେହି ଦୃଶ୍ୟର ଭିଡିଓ ଶୁଟିଂ କରିଥିଲେ ଏବଂ ତାଙ୍କ ମୁହଁ ବନ୍ଦ ପାଇଁ ବ୍ଲାକ୍‌ମେଲିଂ କରିଥିଲେ। ବଳାତ୍କାର ଶିକାର ହେବା ପରେ ସେମାନେ ଛାତ୍ରୀଙ୍କୁ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ।
ଗୁରୁବାର ମାମଲା ରୁଜୁ ପରେ କସ୍‌ବା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ମୋନୋଜିତ୍‌ ମିଶ୍ରା ଓ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ମୋନୋଜିତ୍‌ ଉକ୍ତ କଲେଜର ଜଣେ ପୂର୍ବତନ ଛାତ୍ର। ସେ ଟିଏମ୍‌ସି ଛାତ୍ର ପରିଷଦ ଦକ୍ଷିଣ କୋଲକାତା ଜିଲା ୟୁନିଟ୍‌ର ସାଧାରଣ ସମ୍ପାଦକ। ମୋନୋଜିତ୍‌ ସେସନ୍ସ କୋର୍ଟରେ ଓକିଲାତି କରିବା ସହ ଉକ୍ତ କଲେଜରେ ଅସ୍ଥାୟୀ ଭାବେ ନିଯୁକ୍ତି ମଧ୍ୟ ପାଇଥିଲେ। ଅନ୍ୟ ୨ ଅଭିଯୁକ୍ତ ହେଲେ ଉକ୍ତ କଲେଜର ୧୯ ବର୍ଷୀୟ ଛାତ୍ର ଜଇବ ଅହମଦ ଏବଂ ୨୦ ବର୍ଷୀୟ ପ୍ରମିତ୍‌ ମୁଖାର୍ଜୀ। ଇତିମଧ୍ୟରେ ପୋଲିସ ଓ ଫୋରେନ୍ସିକ୍‌ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତମାନଙ୍କ ୩ ମୋବାଇଲ ଫୋନ୍‌କୁ ଜବତକରି ଫୋରେନ୍ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି।
ଅନ୍ୟପକ୍ଷେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିବା ପରେ ଭାଜପା ଓ ବାମପନ୍ଥୀ ଦଳ ଶାସକ ଟିଏମ୍‌ସିକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ତଥା ଦଳର ଦ୍ୱିତୀୟ ନେତା ଅଭିଷେକ ବାନାର୍ଜୀଙ୍କ ସହ ମୋନୋଜିତ୍‌ଙ୍କ ଫଟୋକୁ ଭାଜପା ପକ୍ଷରୁ ଶେୟାର କରାଯାଇଛି। ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଓ ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଆର୍‌.ଜି. କର ମାମଲା ସହ ସଦ୍ୟ ଘଟଣାର ଅବତାରଣା କରି ମମତାଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମୋନୋଜିତ୍‌ଙ୍କୁ ଦଣ୍ଡିତ କରିବାରେ ଆଇନ ନିଜ କାର୍ଯ୍ୟ କରିବ। ଏହି ଘଟଣାକୁ ନେଇ ବାମପନ୍ଥୀ ଛାତ୍ର ସଂଘ ଏସ୍‌ଏଫ୍‌ଆଇ ଏବଂ ଡିଓ୍ବାଇଏଫ୍‌ଆଇ ପକ୍ଷରୁ କସ୍‌ବା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ସଂଘର୍ଷ ହୋଇଛି। ସଂଘର୍ଷରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଅନେକଙ୍କୁ ସିଟି ପୋଲିସର ଲାଲବଜାର ମୁଖ୍ୟାଳୟରେ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri