Posted inଜାତୀୟ

‘କଂଗ୍ରେସ ଭଳି ଭୁଲ ନ କରୁ ଭାଜପା’, ନିଜ ଦଳକୁ କାହିଁକି ଏମିତି ବାର୍ତ୍ତା ଦେଲେ ଗଡକରୀ

ପଣଜୀ,୧୨।୭: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର କହିଛନ୍ତି ଯେ ଭାଜପା ଏକ ଭିନ୍ନ ପ୍ରକାରର ଦଳ ଏବଂ ସେଥିପାଇଁ ଦଳ ବାରମ୍ବାର ଭୋଟରଙ୍କ ବିଶ୍ୱାସ ଜିତିଛି। କଂଗ୍ରେସ କରିଥିବା ଭୁଲଗୁଡିକର ପୁନରାବୃତ୍ତି ନକରିବାକୁ ସେ ଭାଜପାକୁ ଚେତାବନୀ ଦେଇଛନ୍ତି। ଗଡକରୀ କହିଛନ୍ତି ଯେ କଂଗ୍ରେସ କରିଥିବା ଭୁଲ ଭଳି ଭାଜପା କରିବା ଉଚିତ ନୁହେଁ ଏବଂ ଯେଉଁ କାରଣରୁ ଦେଶର ପୁରାତନ ଦଳକୁ କ୍ଷମତାରୁ ବହିଷ୍କାର କରିବାକୁ ପଡିଛି।

ଗଡକରୀ ଜୋର ଦେଇଛନ୍ତି ଯେ ଯଦି ଆମେ କଂଗ୍ରେସ ଯାହା କରିଆସୁଛି ତାହା ଆମେ କରିବା, ତା’ହେଲେ ସେମାନଙ୍କ ଯିବା ଏବଂ ଆମର ଆସିବାରେ କୌଣସି ଅର୍ଥ ନାହିଁ।
ଗୋଆର ରାଜଧାନୀ ପଣଜୀରେ ଗୋଆ ଭାଜପା କାର୍ଯ୍ୟନିର୍ବାହୀ ବୈଠକକୁ ସମ୍ବୋଧିତ କରିବାବେଳେ ଗଡକରୀ ଏହି କଥା କହିଛନ୍ତି। ଏହି ବୈଠକରେ ଗୋଆ ରାଜ୍ୟ ୟୁନିଟ ସଭାପତି ସଦାନନ୍ଦ ତନୱାଡେ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ ତାଙ୍କ ୪୦ମିନିଟର ଅଭିଭାଷଣରେ ତାଙ୍କ ପରାମର୍ଶଦାତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ବିବୃତ୍ତିକୁ ମନେ ପକାଇ କହିଛନ୍ତି ଯେ ଭାଜପା ଏକ ଭିନ୍ନ ଦଳ। ଆଡଭାନୀ ଜୀ କହୁଥିଲେ ଯେ ଆମେ ଏକ ଭିନ୍ନ ଦଳ। ଆମକୁ ବୁଝିବାକୁ ପଡିବ ସେମାନେ ଅନ୍ୟ ଦଳଠାରୁ କେତେ ଭିନ୍ନ ଅଟନ୍ତି ବୋଲି ସେ କହିଛନ୍ତି।
ନାଗପୁରର ଲୋକ ସଭା ଏମପି କହିଛନ୍ତି ଯେ କଂଗ୍ରେସର ଭୁଲ ଯୋଗୁଁ ଦେଶର ଲୋକମାନେ ଭାଜପାକୁ ନିର୍ବାଚିତ କରିଛନ୍ତି। କଂଗ୍ରେସ ଭଳି ସମାନ ଭୁଲ ନକରିବାକୁ ସେ ତାଙ୍କ ଦଳକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଦଳୀୟ କର୍ମୀମାନେ ଜାଣିବା ଉଚିତ୍‌ ଯେ ରାଜନୀତି ହେଉଛି ସାମାଜିକ ଏବଂ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଏକ ମାଧ୍ୟମ ।
ଗଡକରୀ ଜୋର ଦେଇଛନ୍ତି ଯେ ଭାଜପାକୁ ଏକ ଦୁର୍ନୀତିମୁକ୍ତ ଦେଶ ଗଢିବାକୁ ପଡିବ ଏବଂ ଏଥିପାଇଁ ଆମର ଯୋଜନା ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri