କାହିଁକି ଅରବିନ୍ଦଙ୍କୁ ଦଳରୁ ବିଦାକଲା ବିଜେଡି: ମୁହଁ ଖୋଲିଲେ ବାପା ବିଜୟ ମହାପାତ୍ର

ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ କହିଛନ୍ତି,ଅରବିନ୍ଦଙ୍କ ନିଲମ୍ବନ ପଛରେ ଷଡଯନ୍ତ୍ର ଥାଇପାରେ। ବିଶ୍ବାସଘାତକ କହି ନିଲମ୍ବନ କରାଯାଇଛି କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ। ଅପେକ୍ଷା କର, ଆଗକୁ କ’ଣ ଘଟୁଛି ଦେଖ। ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ ନିଆଗଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ପୁଅକୁ ଦଳକୁ ବିଦା କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କେଉଁ ଆଧାରରେ ଏମିତି ପଦକ୍ଷେପ ନିଆଗଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍‌ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ସମର୍ଥନରେ ଟ୍ରମ୍ପ-ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ,୪।୩: ଭାରତରେ ଅନେକ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣର ପ୍ରତିବାଦ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ…

ଇରାନ ଜାହାଜ ଉପରେ ବଡ଼ ଆକ୍ରମଣ: ୧୦୦ରୁ ଅଧିକ ନିଖୋଜ, ୭୮ ଆହତ

କଲମ୍ବୋ,୪ା୩: ବୁଧବାର ଶ୍ରୀଲଙ୍କାର ଦକ୍ଷିଣ ଉପକୂଳ ସମୁଦ୍ରରେ ଏକ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏକ ଇରାନୀ ଜାହାଜ ଉପରେ ସନ୍ଦେହଜନକ ବୁଡ଼ାଜାହାଜ ଆକ୍ରମଣ…

ହୋଲିରେ ଅଘଟଣ, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ….

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭଷ୍ମା ଥାନା ଅନ୍ତର୍ଗତ ଶରଧାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

ହୁତୁହୁତୁ ହେଇ ଜଳୁଛି କୋରାପୁଟର ମାଉଣ୍ଟେନ ପାହାଡ଼

କୋରାପୁଟ,୪।୩(ଅମିତାଭ ବେହେରା ): ବୁଧବାର ଅପରାହ୍ନରେ କୋରାପୁଟ ସହରର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ । ହୁତୁହୁତୁ ହୋଇ ଜଳୁଥିବା ବେଳେ କେହି ନିଆଁ ଲଗାଇ…

ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତାଙ୍କୁ ଇସ୍ରାଏଲର ହତ୍ୟା ଧମକ, ପଦ ସମ୍ଭାଳିବା ପୂର୍ବରୁ ଟାର୍ଗେଟ

ନୂଆଦିଲ୍ଲୀ,୪।୩:ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବାକୁ ଯାଉଛନ୍ତି। ତେବେ ଏହା ପରେ ବର୍ତ୍ତମାନ ତାଙ୍କୁ ହତ୍ୟା…

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର: ବିହାର ରାଜନୀତିରେ ବଡ଼ ହଲଚଲ

ପାଟନା,୪।୩: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଲୋଚନା ହେଉଛି। ନୀତୀଶ କୁମାର ରାଜ୍ୟ ସଭା ଏମ୍‌ପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ…

ରାଗିଗଲେ ଗୌତମ ଗମ୍ଭୀର: ଝାଡ଼ିଲେ ଅସନ୍ତୋଷ, ସେମିଫାଇନାଲ୍‌ ପୂର୍ବରୁ…

ମୁମ୍ବାଇ,୪।୩: କ୍ରିକେଟରେ ପିଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି କାରଣରୁ ଯେକୌଣସି ବଡ଼ ମ୍ୟାଚ ପୂର୍ବରୁ ଏହାକୁ ଯାଞ୍ଚ କରାଯାଏ। ୨୦୨୬ ଟି୨୦ ବିଶ୍ୱକପର…

୧୪୦୦୦ ଫୁଟ ଉଚ୍ଚତାରେ ହୋଲି ଖେଳିଲେ ଆଇଟିବିପି ଯବାନ, ଉଡ଼ିଲା ରଙ୍ଗ ଅବିର, ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪ା୩: ସମଗ୍ର ଦେଶରେ ରଙ୍ଗ ଏବଂ ଆନନ୍ଦର ପର୍ବ ହୋଲି ପାଳନ କରାଯାଉଥିବାବେଳେ ୧୪୦୦୦ରୁ ଅଧିକ ଫୁଟ ଉଚ୍ଚତାରୁ ଅର୍ଥାତ୍‌ ପାଙ୍ଗୋଙ୍ଗ ହ୍ରଦରୁ ଏକ ଭିଡିଓ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri