କାହିଁକି ଅରବିନ୍ଦଙ୍କୁ ଦଳରୁ ବିଦାକଲା ବିଜେଡି: ମୁହଁ ଖୋଲିଲେ ବାପା ବିଜୟ ମହାପାତ୍ର

ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ କହିଛନ୍ତି,ଅରବିନ୍ଦଙ୍କ ନିଲମ୍ବନ ପଛରେ ଷଡଯନ୍ତ୍ର ଥାଇପାରେ। ବିଶ୍ବାସଘାତକ କହି ନିଲମ୍ବନ କରାଯାଇଛି କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ। ଅପେକ୍ଷା କର, ଆଗକୁ କ’ଣ ଘଟୁଛି ଦେଖ। ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ ନିଆଗଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ପୁଅକୁ ଦଳକୁ ବିଦା କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କେଉଁ ଆଧାରରେ ଏମିତି ପଦକ୍ଷେପ ନିଆଗଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍‌ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

ଦେବୀ ପ୍ରସାଦଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଛୁଟିଲା ଶୁଭେଚ୍ଛାର ସୁଅ

ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି।...

ଗୋମାଫିଆଙ୍କ ଘରେ ରେଡ୍‌: ବିଡ଼ା ବିଡ଼ା ଟଙ୍କା ଦେଖି ସମସ୍ତେ ତାଜୁବ

ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ...

ଅସହ୍ୟ ଜାଡ଼: ପାଣିରେ ହାତ ଦେବା ହୋଇପଡ଼ୁଛି କଷ୍ଟ

ଦାରିଙ୍ଗବାଡି,୧୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଜାଡ଼ ଜାରି ରହିଛି। ମଧ୍ୟରାତ୍ରିରୁ ଜାଡ଼ ବୃଦ୍ଧି ପାଇବା ସହ ଦିନ ୧୧ ପର୍ଯ୍ୟନ୍ତ ଥରାଉଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri