ନିର୍ମାଣସ୍ଥଳରେ ଶ୍ରମିକଙ୍କୁ ହତ୍ୟା, ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଚାଲିଥିବାବେଳେ…

କର୍ଲାମୁଣ୍ଡା,୧୬ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଟକାରୁମାଲ ବଜାର ପଡ଼ିଆ ନିକଟରେ ଗୁରୁବାର ରାତିରେ ନିର୍ମାଣସ୍ଥଳରେ ଜନୈକ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ସୂଚନାନୁଯାୟୀ, ଆର୍‌ଏମ୍‌ସି ପକ୍ଷରୁ ଠିକାଦାରଙ୍କ ଦ୍ୱାରା ଧାନ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏଥିରେ ନିୟୋଜିତ ସୁବର୍ଣ୍ଣପୁର ଜିଲା ଏସ୍‌.ରାମପୁର ଥାନା ତେଲିପାଲି ଗ୍ରାମର ଶ୍ରମିକ ରସିକ ଛତର(୪୦) ଓ ବରଗଡ଼ ଜିଲା ବରପାଲି ଥାନା ଖେମେସରା ଗ୍ରାମର ରସିକ ଭୋଇ( ୫୦)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ ହୋଇ ରସିକ ଭୋଇ ରସିକ ଛତରଙ୍କୁ ମାଡ଼ ମାରି ହତ୍ୟା କରିଥିବା ଫାଣ୍ଡି ଅଧିକାରୀ ଥବିର ବରିହା ତାଙ୍କର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି କହିବା ସହ ରସିକ ଭୋଇଙ୍କୁ ମ. ରମପୁର ଥାନାରେ ଅଟକ ରଖାଯାଇଛି। ମୃତକଙ୍କ ପରିବାର ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ସେ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri