Posted inଖେଳ

କାହିଁକି ଭାରତୀୟ ପ୍ରଶଂସକଙ୍କ ମନ ଜିଣିଲେ ଆଫ୍ରିଦୀ

ନୂଆଦିଲ୍ଲୀ, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଧିକାଂଶ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଯେଉଁଥି ପାଇଁ ଭାରତୀୟ କ୍ରିକେଟ୍‌ ପ୍ରେମୀ ତାଙ୍କୁ ପସନ୍ଦ କରି ନ ଥାନ୍ତି। ନିକଟରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଫ୍ରିଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏମିତି ବୟାନ ବାଜି କରିଥିଲେ। ଯାହା ଫଳରେ ସେ ତାଙ୍କର ବନ୍ଧୁ ବୋଲାଉଥିବା ଯୁବରାଜ ସିଂ ଓ ହରଭଜନ ସିଂ ମଧ୍ୟ ତାଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ତେବେ ଆଫ୍ରିଦୀ ଏବେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯେଉଁଥି ପାଇଁ ସେ ଭାରତୀୟ ପ୍ରଶଂସକଙ୍କ ମନ ଜିଣିପାରିଛନ୍ତି। ଜଣାପଡ଼ିଛି ଯେ, ଆଫ୍ରିଦୀ ବୁଧବାର ସୋସିଆଲ ମିଡିଆ ଟୁଇଟର୍‌ରେ ପ୍ରଶଂସକଙ୍କ ସହ ‘ପ୍ରଶ୍ନ-ଉତ୍ତର’ ଅଧିବେଶନ କରିଥିଲେ। ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ ଏବଂ ସେ ସମସ୍ତ ପ୍ରଶ୍ନର ମଧ୍ୟ ଉତ୍ତର ରଖିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଆଫ୍ରିଦୀଙ୍କୁ ପଚାରିଥିଲେ, ‘ଧୋନୀ ଓ ପଣ୍ଟିଂ’ ମଧ୍ୟରେ କିଏ ଭଲ ଅଧିନାୟକ। ଉତ୍ତରରେ ଆଫ୍ରିଦୀ ପଣ୍ଟିଂଙ୍କ ତୁଳନାରେ ଧୋନୀଙ୍କୁ ଜଣେ ଭଲ ଅଧିନାୟକ ବୋଲି କହିଛନ୍ତି। ଏହାର କାରଣରେ ଆଫ୍ରିଦୀ କହିଥିଲେ, ଧୋନୀ ଯୁବ ଖେଳାଳିଙ୍କୁ ନେଇ ଗଠିତ ଗୋଟିଏ ଟିମ୍‌କୁ ଠିଆ କରାଇବାରେ ସଫଳ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଆଫ୍ରିଦୀ ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ୨୦୧୪ରେ ମଧ୍ୟ ଆଫ୍ରିଦୀ କହିଥିଲେ, ‘ଧୋନୀ ଯେଉଁଭଳି ଭାବରେ ଦଳକୁ ନେଇକି ଯାଉଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ସେ ଟିମ୍‌ରେ ଏକ ଭଲ କମ୍ବିନେଶନ ବନାଇ ରଖୁଛନ୍ତି। ଧୋନୀ ସର୍ବଦା ଜଣେ ଭଲ ଅଧିନାୟକ ରହି ଆସିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri