Posted inଖେଳ

ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍‌ ମ୍ୟାରୋ ଡୋନର୍‌

ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍‌, ବିଳାସପୂର୍ଣ୍ଣ କାର୍‌, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ମଧ୍ୟରେ ଗଣନା କରାଯାଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦେହରେ ଗୋଟିଏ ମଧ୍ୟ ଟାଟୁ ଦେଖିବାକୁ ମିଳେନାହିଁ। କାରଣ ରୋନାଲ୍ଡୋ ରକ୍ତଦାନ କରନ୍ତି। ଅଧିକ ଥର ରକ୍ତଦାନ କରିପାରିବା ନେଇ ସେ ଦେହରେ ଗୋଟିଏ ବି ଟାଟୁ କରିନାହାନ୍ତି। ଆତ୍ମବିଶ୍ୱାସୀ ରୋନାଲ୍ଡୋଙ୍କୁ କେହି କେହି ଅହଙ୍କାରୀ ମନେ କରନ୍ତି। ହେଲେ ବାସ୍ତବିକ ଜୀବନରେ ସେ ଜଣେ ପରୋପକାରୀ ମଣିଷ। ସର୍ବଦା ଅନ୍ୟର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାନ୍ତି।

୨୦୧୧ରେ ରୋନାଲ୍ଡୋଙ୍କ ପର୍ତ୍ତୁଗୀଜ ସାଥୀ କାର୍ଲୋସ ମାର୍ଟିନ୍ସଙ୍କ ପୁଅ ଲୁକେମିଆ ରୋଗରେ ପୀଡ଼ିତ ହୋଇଥିଲା। ଏହା ଏକ ବିରଳ ପ୍ରକାରର ରକ୍ତଜନିତ ରୋଗ ବୋଲି ରୋନାଲ୍ଡୋ ଜାଣିବାକୁ ପାଇଥିଲେ। ସେତେବେଳେ ୩ ବର୍ଷ ଶିଶୁର ଏଭଳି ଅବସ୍ଥା ଦେଖି ସେ ପ୍ରଥମେ ରକ୍ତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାଛଡ଼ା ରୋନାଲ୍ଡୋ ଜଣେ ବୋନ୍‌ ମ୍ୟାରୋ ଡୋନର ଭାବେ ପଞ୍ଜିକରଣ କରିଛନ୍ତି। ଅନ୍ୟଜଣଙ୍କ ଜୀବନ ବଞ୍ଚାଇବା ତାଙ୍କୁ ଖୁସି ଦେଇଥାଏ। ଏଣୁ ଏହି ଗୁରୁତର ରୋଗୀଙ୍କୁ ସାହାଯ୍ୟ କରିବାକୁ ସେ ବୋନ୍‌ ମ୍ୟାରୋ ଦାନ କରିଥାନ୍ତି। ଗୋଟିଏ ପଟେ ରୋନାଲ୍ଡୋ କୋଟିପତି ଫୁଟବଲ୍‌ ଖେଳାଳି ଭାବେ ନିଜକୁ ଲୋକପ୍ରିୟ କରିଥିବା ବେଳେ ତାଙ୍କ ପରୋପକାରୀ ଗୁଣ ଉଦାହରଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri