ଦ୍ୱିତୀୟ ସୁପର୍‌ ଓଭରରେ କାହିଁକି ବୋଲିଂ କରିପାରିଲେନି ବୁମ୍‌ରା, ସାମି

ଦୁବାଇ, ୨୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଐତିହାସିକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ପଞ୍ଜାବ ୨ୟ ସୁପର୍‌ ଓଭରରେ ମୁମ୍ବାଇକୁ ପରାସ୍ତ କରିଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୬ ଉଇକେଟ୍‌ରେ ୧୭୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ କିଙ୍ଗ୍ସ ଇଲେଭେନ (୧୭୬/୬) ମଧ୍ୟ ସମାନ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ତେବେ ମ୍ୟାଚ୍‌ର ରୋମାଞ୍ଚ ଏତିକିରେ ଶେଷ ହୋଇ ନ ଥିଲା। ଫଳାଫଳ ପାଇଁ ସୁପର୍‌ ଓଭର ଖେଳାଯାଇଥିଲା। ସୁପର ଓଭରରେ ମଧ୍ୟ ଆହୁରି ରୋମାଞ୍ଚ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ ପକ୍ଷରୁ ଯଥାକ୍ରମେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମି ବୋଲିଂ କରି ୫-୫ ରନ୍‌ ବ୍ୟୟ କରିଥିଲେ। ଫଳରେ ସୁପର୍‌ ଓଭର ମଧ୍ୟ ଟାଇ ରହିଯାଇଥିଲା। ଏହାପରେ ୨ୟ ସୁପର୍‌ ଓଭର ଖେଳାଯାଇଥିଲା। ଏଥିରେ କିନ୍ତୁ ପଞ୍ଜାବ ବାଜିମାତ୍‌ କରିନେଇଥିଲା। ତେବେ ଦ୍ୱିତୀୟ ସୁପର୍‌ ଓଭରରେ ବୁମ୍‌ରା ଓ ସାମିଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନ ଥିଲା। ସୁପର୍‌ ଓଭର ସହ ଜଡ଼ିତ ଥିବା କିଛି ନିୟମ ସମ୍ପର୍କରେ ଆସନ୍ତୁ ଜାଣିବା।


ବୋଲର ସୁପର୍‌ ଓଭରରେ ଥରେ ବୋଲିଂ କଲେ ତାଙ୍କୁ ୨ୟ ସୁପର୍‌ ଓଭରରେ ବୋଲିଂ କରିବାର ସୁଯୋଗ ଦିଆଯାଇ ନ ଥାଏ। ଏହି ନିୟମ କାରଣରୁ ବୁମ୍‌ରା ଓ ସାମି ୨ୟ ସୁପର୍‌ ଓଭରରେ ବୋଲିଂ କରିବାରୁ ବଞ୍ଚିତ ରହିଥିଲେ। ସେହିଭଳି ପ୍ରଥମ ସୁପର୍‌ ଓଭରରେ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନମାନେ ୨ୟ ସୁପର୍‌ ଓଭରରେ ମଧ୍ୟ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥାନ୍ତି। ଅପରପକ୍ଷରେ ସୁପର୍‌ ଓଭରରେ ସେହି ଟିମ୍‌ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥାଏ, ଯିଏ ମ୍ୟାଚ୍‌ ଶେଷ ହେଲାବେଳକୁ ବ୍ୟାଟିଂ କରୁଥାଏ। ଏହି କାରଣରୁ ପଞ୍ଜାବ ପ୍ରଥମ ସୁପର୍‌ ଓଭରରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା। ସେହିଭଳି ପ୍ରଥମ ସୁପର୍‌ ଓଭର ଶେଷରେ ମୁମ୍ବାଇ ବ୍ୟାଟିଂ କରୁଥିଲା। ତେଣୁ ମୁମ୍ବାଇକୁ ୨ୟ ସୁପର୍‌ ଓଭରରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri