Categories: ଫୁରସତ

କାହିଁକି ଆକାଶରେ ଉଡ଼ିଥାଏ ପକ୍ଷୀ ମାତ୍ର ପାରେନି ମଣିଷ, ଜାଣନ୍ତୁ ଏହାର ପଛରେ ଥିବା କାରଣ

ବେଳେବେଳେ ପିଲାଦିନେ ଆମ ସମସ୍ତଙ୍କର ଇଚ୍ଛା ହୋଇଥାଏ, ମୋ’ର ଡେଣା ବା ପକ୍ଷୀ ଥାଆନ୍ତା କି ମୁଁ ବି ଆକାଶରେ ଉଡ଼ନ୍ତି। ଏବେ ବି ଏହି ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। ପକ୍ଷୀ କାହଁିଁକି ଆକାଶରେ ଉଡ଼ିପାରୁଛି ମଣିଷ କାହିଁକି ପାରୁନି। ଛୋଟ ପକ୍ଷୀଟି ଯାହା କରିପାରେ ମଣିଷ ତାହା କରିପାରେ ନାହିଁ। ତେବେ ଏହି ଲେଖା ମାଧ୍ୟମରେ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ରହିଛି। ଜାଣନ୍ତୁ ଏ ସମ୍ପର୍କରେ…


ଅଧିକାଂଶ ଲୋକ କହିବେ ଯେହେତୁ ମଣିଷର ପର ନାହିଁ ସେ ଉଡ଼ିପାରିବ ନାହିଁ। ମନେକରନ୍ତୁ ଆମକୁ ପକ୍ଷୀଙ୍କ ପରି ପର ମଧ୍ୟ ଲଗାଇ ଦିଆଯିବ ତେବେ କ’ଣ ଆମେ ଆକାଶରେ ଉଡ଼ିପାରିବା? ନା କେବେ ନୁହେଁ, ଆମଠାରେ ପର ଲଗାଇ ଦିଆଗଲେ ମଧ୍ୟ ଆମେ ଉଡ଼ିବା ପରିବର୍ତ୍ତେ ପୃଥିବୀକୁ ଟାଣି ହୋଇଆସିବା। କିନ୍ତୁ ପକ୍ଷୀମାନେ ଆରାମରେ ଆକାଶରେ ଉଡ଼ିପାରିବେ।

ଏହାର ମୁଖ୍ୟ କାରଣ ହେଲା ମଣିଷର ଓଜନଠାରୁ ପକ୍ଷୀମାନଙ୍କ ଓଜନ ବହୁତ କମ୍‌। ଯେଉଁ କାରଣରୁ ସେମାନେ ଆକାଶରେ ଉଡ଼ିପାରନ୍ତି। ପକ୍ଷୀମାନେ ଯେତେବେଳେ ଆକାଶରେ ଉଡ଼ିଥାନ୍ତି ତାଙ୍କର ଦୁଇ ଡେଣା ଉପର ତଳ ହୋଇଥାଏ। ପକ୍ଷୀଙ୍କର ଏମିତି ଡେଣା ରହିଛି, ଯାହା ଉପର ଡେଣାର ଗତି ତଳ ଡେଣାର ଗତିଠାରୁ ସର୍ବଦା ଅଧିକ ରହିଥାଏ। ଫଳରେ ପକ୍ଷୀ ଅନାୟସରେ ଉଡ଼ିପାରେ। ଆକାଶରେ ଉଡ଼ିବା ସମୟରେ ପକ୍ଷୀମାନେ ପର ଝାଡ଼ିବା ଏକ ସାଧାରଣ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ପକ୍ଷୀ ବଳ ଖର୍ଚ୍ଚ କରିଥାନ୍ତି ଏବଂ ପବନରେ ଆହୁରି ଉଚ୍ଚକୁ ଉଡ଼ିପାରନ୍ତି। ଯାହା ମଣିଷ କରିପାରିବ ନାହିଁ।

Share