ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗରେ ବିଜେଡି ଚୁପ୍‌ କାହିଁକି: ବିଜୟ

ଭୁବନେଶ୍ବର, ୨୯ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ପାଇଁ ଭାରତ ଏକାଠି ହୋଇଛି। ବିରୋଧୀ ଏକସ୍ବରରେ ଗଣତନ୍ତ୍ରରେ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହିତ ନିନ୍ଦା କରିଛନ୍ତି। ଏହି ନିଷ୍ପତ୍ତିର ବିରୋଧରେ ଦେଶବ୍ୟାପୀ ୧୮ଟି ଦଳ ସାମିଲ ହୋଇଛନ୍ତି। ପୁଣି ରାଜ୍ୟରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ବିରୋଧ କରୁଛନ୍ତି। ମାତ୍ର ଓଡ଼ିଶାରେ ବିଜେଡି ଏହି ପ୍ରସଙ୍ଗରେ ପୁରା ଚୁପ୍‌। ସନ୍ଦେହ ଯାହା ଥିଲା କି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ତାହା ଏବେ ପ୍ରମାଣିତ ହେଲା ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଙ୍ଗଳବାର ବିଜୟ ଆହୁରି କହିଛନ୍ତି, ବୋଧ ହୁଏ ବିଜେଡି ଓ ଭାଜପା ଉଭୟଙ୍କ ଚିନ୍ତାଧାରା ସମାନ। ଯଦି ବିଜେଡି ଓ ଭାଜପା ଉଭୟ ପ୍ରତିଦ୍ୱନ୍ଦ୍ୱୀ ତେବେ ବିଜେଡି କାହିଁକି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହିଁ। ଦରକାର ପଡିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ ସିବିଆଇ, ଇଡି, ଭିଜିଲାନ୍ସ, ପୋଲିସ ଲଗାଇଥାନ୍ତି। ଏହା ସ୍ପଷ୍ଟ ଭାବେ ପ୍ରତିପାଦିତ ହେଉଛି ଯେ ଉଭୟ ଦଳ ପରସ୍ପର ପାଇଁ କାମ କରୁଛନ୍ତି। ନ ହେଲେ ବିଜେଡି କେବେ ହେଲେ ଚୁପ୍‌ ରହି ନ ଥାଆନ୍ତା। ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଦରକାର ବୋଲି ବିଜୟ କହିଛନ୍ତି। ବିଜେଡିର ଜୟ ଜଗନ୍ନାଥ ଏବଂ ଭାଜପାର ଜୟ ଶ୍ରୀରାମ ପ୍ରସଙ୍ଗରେ ବିଜୟ କହିଛନ୍ତି, ସେମାନେ ଭଗବାନଙ୍କ ନାଁ ନେବା ପାଇଁ ଚାହୁଁଛନ୍ତି ମାନେ ଖୁସି ହେବା କଥା। କିନ୍ତୁ ବିଜେଡ଼ିକୁ ପ୍ରଶ୍ନ ରତ୍ନ ଭଣ୍ଡାର ବିଷୟରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେଠାରେ ଅଳଙ୍କାର ଅଛି ନା ନାହିଁ ଏ ସମ୍ପର୍କରେ ସ୍ପଷ୍ଟ କାହିଁକି ହେଉନି। ରତ୍ନ ଭଣ୍ଡାରର ଚାବି କୁଆଡ଼େ ହଜିଲା ତାହା ବଡ ପ୍ରଶ୍ନ। ବ୍ରହ୍ମ ବିଭ୍ରାଟ ସମ୍ପର୍କରେ ସ୍ପଷ୍ଟୀକରଣ ଆସିବା ଦରକାର। ଠାକୁରଙ୍କୁ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ। ହେଲେ ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଭାଜପା କାଳେ ଅଧିକ ମାଇଲେଜ ନେଇଯିବ ତାକୁ ନଜରରେ ରଖି ବିଜେଡି ଏପରି କରୁଥାଇପାରେ। କିନ୍ତୁ କଂଗ୍ରେସ ଧର୍ମ ନିରପେକ୍ଷ ଦଳ ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri