Categories: ଜାତୀୟ

ନଡ଼ାମୂଳ ଜଳାଇବାକୁ ନେଇ କାହିଁକି ଯୁକ୍ତିତର୍କ, ଦିଲ୍ଲୀ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଥିବା ଘଟଣାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଜାରି ରହିଥିବା ନିର୍ମାଣ କାର୍ଯ୍ୟ, ପରିବହନ, ବିଦ୍ୟୁତ୍‌ ଶକ୍ତିର ଅଯଥା ଅପଚୟ ରୋକିବା ଏବଂ ଘରେ ଘରେ ଏନେଇ ନିୟନ୍ତ୍ରଣ କରାଯାଉଥିବା ଭଳି ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ ଲାଗି କୋର୍ଟ କହିଛନ୍ତି।

ଏହା ସହିତ ମଙ୍ଗଳବାର ଜରୁରୀକାଳୀନ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ନଡ଼ାମୂଳ ଜଳାଇବା ପ୍ରସଙ୍ଗ ଆସିବା ମାତ୍ରେ କୋର୍ଟ କହିଛନ୍ତି ଯେ ଏହା ଯୋଗୁ ହେଉଥିବା ବାୟୁ ପ୍ରଦୂଷଣ ମାତ୍ର ୪ ପ୍ରତିଶତ। ଏଭଳି ସ୍ଥଳେ ନଡ଼ାମୂଳ ଜଳାଇବାକୁ ନେଇ ବାଦ ବିବାଦ ଯୁକ୍ତିତର୍କର କୌଣସି ଆବଶ୍ୟକତା ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

କେନ୍ଦ୍ର ସରକାର ମଧ୍ୟ ନଡ଼ାମୂଳ ଜଳାଇବା ଦ୍ୱାରା ବାୟୁ ପ୍ରଦୂଷଣ ହେଉଥିବା ପ୍ରସଙ୍ଗରେ ମନା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ ଏହା ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି ଯେ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ ନୁହେଁ। ସରକାର କହିଛନ୍ତି ଯେ ବାୟୁ ପ୍ରଦୂଷଣରେ ନଡ଼ାମୂଳ ଜଳିବାର ମାତ୍ର ୧୦ ପ୍ରତିଶତ ଯୋଗଦାନ ରହିଛି।

Share