Posted inଫୁରସତ

ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି

ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା ବି ଦେଖିଥିବେ। ହେଲେ କେବେ ଭାବିଛନ୍ତି ଗଛଗୁଡିକୁ ଏଭଳି ଦୁଇଟି ରଙ୍ଗରେ କାହିଁକି ରଙ୍ଗାଯାଏ। ଏଭଳି ରଙ୍ଗାଇବା ପଛରେ ରହିଛି କିଛି ବୈଜ୍ଞାନିକ କାରଣ। ଜାଣନ୍ତୁ ସେ ସମ୍ପର୍କରେ..

କାହିଁ କେବେଠାରୁ ଗଛର ତଳଭାଗକୁ ରଙ୍ଗାଯାଉଛି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଛଗୁଡିକୁ ଅଧିକ ମଜଭୂତ କରିବା। ଦେଖିଥିବେ ଗଛରେ ଅନେକ ସମୟରେ ଫାଟ ସୃଷ୍ଟି ହୋଇଥାଏ ଓ ଗଛର ଛାଲ ବାହାରିଯାଏ। ଯାହାଦ୍ୱାରା ଗଛ ଦୁର୍ବଳ ହୋଇଯାଏ। ଗଛକୁ ମଜଭୂତ କରିବା ଓ ଗଛ ଅଧିକ ବର୍ଷ ବଞ୍ଚତ୍ବା ପାଇଁ ହିଁ ଗଛକୁ ଏଭଳି ପେଣ୍ଟ କରାଯାଇଥାଏ। ଧଳା ରଙ୍ଗ ହ୍ବାଇଟ୍‌ ଲାଇମ୍‌ ବା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍‌ ଏବଂ ଲାଲ ବା ଗେରୁଆ ରଙ୍ଗ ସିନୋପିଆ ବା ରେଡ ଓକ୍ରେ ପାଉଡର ହୋଇଥାଏ। ହ୍ବାଇଟ୍‌ ଲାଇମ୍‌ ଆଲାକାଲାଇନ ହୋଇଥିବା ବେଳେ ଲାଲରଙ୍ଗର ଓକ୍ରେ ପାଉଡର ଏସିଡିକ ହୋଇଥାଏ ଓ ସେଥିରେ ପ୍ରଚୁରମାତ୍ରାର ଆଇରନ୍‌ ଥାଏ। ଏହି ଦୁଇ କମ୍ବିନେଶନ୍‌ ଗଛକୁ ଫଙ୍ଗାଲ ସମସ୍ୟାରୁ ଦୂରେଇ ରଖିବା ସହ ଅନିଷ୍ଟକାରୀ କୀଟ ଆକ୍ରମଣରୁ ରକ୍ଷା କରେ। ତେଣୁ ଗଛକୁ ଏହି ଦୁଇ ରଙ୍ଗରେ ରଙ୍ଗା ଯାଇଥାଏ। ଏହାବାଦ୍‌ ଦେଖିଥିବେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱର ଗଛକୁ କେବଳ ଧଳାରଙ୍ଗରେ ରଙ୍ଗାଯାଇଥାଏ। ଏହାପଛର ଉଦ୍ଦେଶ୍ୟ ହେଉଛି ରାତିରେ ଆସୁଥିବା ଗାଡିର ଲାଇଟ୍‌ ତା’ ଉପରେ ପଡ଼ିଲେ ଗଛଗୁଡିକ ସ୍ପଷ୍ଟ ଦେଖାଯିବ ଓ ରାସ୍ତା କେତେ ଓସାର ଭଲ ଭାବେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri