Categories: ଫୁରସତ

କାହିଁକି ମରୁଛନ୍ତି ଏତେ ସଂଖ୍ୟକ ହାତୀ, ଜାଣନ୍ତୁ କ’ଣ ରହିଛି କାରଣ

ଆଫ୍ରିକାର ବୋସ୍‌ଓ୍ବାନାଠାରେ ଗତ ଦୁଇ ମାସ ମଧ୍ୟରେ ଶହ ଶହ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସ୍‌କ୍ୟୁର ଡ. ଡକ୍ଟର ନିଅଲ ମାଚେନ କୁହନ୍ତି, ତାଙ୍କ ସହକର୍ମୀମାନେ ମେ’ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଏହି ଦେଶର ଓକାଭାଙ୍ଗୋ ଡେଲ୍‌ଟାରେ ୩୫୦ରୁ ଅଧିକ ମୃତ ହାତୀ ଚିହ୍ନଟ କରିଛନ୍ତି। ଏହି ହାତୀମାନଙ୍କର ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ କେହି ସଠିକ୍‌ ଜାଣି ନାହାନ୍ତି। ଯଦିଓ ସରକାର ସେମାନଙ୍କର ପରୀକ୍ଷା କରାଇ ସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ।

ଆଫ୍ରିକାରେ ହ୍ରାସ ପାଉଥିବା ହାତୀ ଜନସଂଖ୍ୟାର ଏକ ତୃତୀୟାଂଶ ବୋସ୍‌ଓ୍ବାନାରେ ଅଛନ୍ତି। ଡ.ମାଚେନ କୁହନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ସହ ଜଡ଼ିତ ବିଶେଷଜ୍ଞମାନେ ମେ’ ଆରମ୍ଭରେ ଏହି ବିଷୟରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଡେଲ୍‌ଟା ଉପରେ ୩ ଘଣ୍ଟା ଉଡ଼ାଣ ସମୟରେ ସେ ଯାହା କିଛି ଦେଖିଲେ ତାହା ଅତ୍ୟନ୍ତ ଚିନ୍ତାଜନକ ଥିଲା।

ଏହି ଉଡ଼ାଣ ସମୟରେ ୧୬୯ଟି ହାତୀର ମୃତଦେହ ପଡ଼ିଥିବା ସଂରକ୍ଷଣ କାର୍ଯ୍ୟକର୍ତ୍ତାଙ୍କୁ ଦେଖାଯାଇଥିଲା। ଏକ ମାସ ପରେ, ଯେତେବେଳେ ପରୀକ୍ଷା ସଂଖ୍ୟା ପୁନରାବୃତ୍ତି ହେଲା, ସେତେବେଳେ ଏହି ସଂଖ୍ୟା ୩୫୦କୁ ବୃଦ୍ଧି ପାଇଥିଲା। ତାଙ୍କ କହିବାନୁସାରେ, ଖାଦ୍ୟାଭାବରୁ ଯଦି ଏହି ହାତୀମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଏ ତେବେ ଏହା ବଡ଼ ବିଚିତ୍ର। ଆନ୍ଥ୍ରାକ୍ସ କାରଣରୁ ମୃତ୍ୟୁ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ପ୍ରକାଶ ଥାଉକି, ଗତବର୍ଷ ବୋସ୍‌ୱାନାଠାରେ ଅତି କମରେ ୧୦୦ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅଧିକାଂଶ ହାତୀ ମୁହଁ ତଳକୁ କରି ପଡ଼ିଥିବା ଦେଖିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଠୋସ୍‌ କିଛି ପ୍ରମାଣ ବା ମୃତ୍ୟୁର ସତ୍ୟତା ଜଣା ନ ପଡ଼ିଛି ସେ ପର୍ଯ୍ୟନ୍ତ ଆଉ କିଛି ଅନୁମାନ କରିବା ଭୁଲ ହେବ। ତେଣୁ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share