Categories: ଫୁରସତ

ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…

ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ ରହିଛି, ଯାହା ବିଷୟରେ ଆମେ ଜାଣିନାହୁଁ। ଆପଣ ନିଶ୍ଚିତ ଘଣ୍ଟା ବିଜ୍ଞାପନ ଦେଖିଥିବେ। ଏଥିରେ ସବୁବେଳେ ୧୦:୧୦ ଅର୍ଥାତ ୧୦ଟା ବାଜି ୧୦ ମିନିଟ୍‌ ସମୟ ଦେଖାଏ। ଏହାର କାରଣ ଜାଣିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ମନୋବିଜ୍ଞାନ ଦୃଷ୍ଟିକୋଣରୁ ସମୃଦ୍ଧତାକୁ ଗୁରୁତ୍ୱ ଦିଆଯାଏ। ମଣିଷ ଜିନିଷଗୁଡିକ ଦେଖିବାକୁ ପସନ୍ଦ କରେ ଯାହା ସମୃଦ୍ଧ ଅଟେ। ୧୦:୧୦ରେ ଘଣ୍ଟାର କଣ୍ଟାଗୁଡ଼ିକ ଅଧିକ ସନ୍ତୁଳିତ। ୧୦ଟା ୧୦ରେ ଦେଖିଲେ ଘଣ୍ଟା ହସୁଥିବା ପରି ଦେଖାଯାଏ। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ପଠାଯାଏ ଏବଂ ବିଜ୍ଞାପନ ସକାରାତ୍ମକ ହୋଇଥାଏ।

ଏହା ମଧ୍ୟ କୁହାଯାଏ, ଯେତେବେଳେ ଜନ୍‌ ଆବ୍ରାହମ ଲିଙ୍କନଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଘଣ୍ଟାରେ ରାତି ୧୦ଟା୧୦ ହୋଇଥିଲା। ସେହିପରି ଆଉ ଏକ କାରଣ ହେଲା ହିରୋସିମା ଏବଂ ନାଗାସାକି ଉପରେ ଯେତେବେଳେ ବୋମା ବିସ୍ଫୋରଣ ହୋଇଥିଲା ସେତେବେଳେ ଘଣ୍ଟାରେ ବି ୧୦ଟା ୧୦ ମିନିଟ୍‌ ହୋଇଥିଲା। ତେଣୁ ଏହି ସମୟକୁ ଗୁରୁତ୍ୱ ମନେ କରାଯାଏ। ତେଣୁ ଘଣ୍ଟା ବିଜ୍ଞାପନରେ ଗ୍ରାହକଙ୍କୁ ଆକୃଷ୍ଟ ଆଉ ସମୟାନୁବର୍ତ୍ତିତା କରିବା ପାଇଁ ଏହି ସମୟ ସୂଚାଇ ଦିଆଯାଏ।

Share