Posted inଜାତୀୟ

ଅନ୍‌ଲାଇନ୍ ଟିକେଟ୍ ପାଇଁ କାହିଁକି ଦୁର୍ଘଟଣା ବୀମା, ଅଫ୍‌ଲାଇନ୍‌ ପାଇଁ ନୁହେଁ? – ରେଳବାଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ରେଳବାଇ କେବଳ ଅନ୍‌ଲାଇନ୍ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କୁ ଦୁର୍ଘଟଣା ବୀମା ସୁବିଧା କାହିଁକି ଯୋଗାଉଛି, କିନ୍ତୁ ଅଫ୍‌ଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କୁ କାହିଁକି ନୁହେଁ, ସେ ନେଇ ସୁପ୍ରିମକୋର୍ଟ ରେଳବାଇକୁ ଜବାବ ମାଗିଛନ୍ତି।

ନ୍ୟାୟମୂର୍ତ୍ତି ଅହସାନୁଦ୍ଦୀନ ଅମାନୁଲ୍ଲା ଏବଂ ନ୍ୟାୟମୂର୍ତ୍ତି କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କୋର୍ଟରେ ଉପସ୍ଥିତ ଥିବା ରେଳବାଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ ବାନାର୍ଜୀ ସୂଚନା ଦେଇଥିଲେ ଯେ ଦୁର୍ଘଟଣା କ୍ଷେତ୍ରରେ କେବଳ ଅନ୍‌ଲାଇନ୍ ଟିକେଟ୍ କ୍ରୟ କରୁଥିବା ଯାତ୍ରୀମାନଙ୍କୁ ବୀମା ସୁରକ୍ଷା ମିଳିଥାଏ।

ଖଣ୍ଡପୀଠ କହିଛନ୍ତି: “ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଟିକେଟ୍ କ୍ରୟ ମଧ୍ୟରେ ଏହି ଭିନ୍ନତା ବା ଭେଦଭାବର କାରଣ କ’ଣ, ସେ ନେଇ ବାନାର୍ଜୀ ରେଳବାଇ ଠାରୁ ନିର୍ଦ୍ଦେଶ ଆଣିବା ଆବଶ୍ୟକ।”

ସୁପ୍ରିମକୋର୍ଟ ଭାରତୀୟ ରେଳବାଇ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରୁଥିଲେ। ଖଣ୍ଡପୀଠ ରେଳବାଇ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟକୁ ଯାଞ୍ଚ କରି କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରାକ୍ ଏବଂ ରେଳ କ୍ରସିଂର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ, ଯେଉଁଥିରୁ ଅନ୍ୟାନ୍ୟ ଦିଗଗୁଡ଼ିକ ଉପରେ ସୁଧାର ଆସିପାରିବ।

କୋର୍ଟ ରେଳବାଇକୁ ଜାନୁଆରୀ ୧୩ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ବୀମା ପ୍ରସଙ୍ଗରେ ଉତ୍ତର ଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

Nitin Navin BJP President: କିଏ ଏହି ନୀତିନ ନବୀନ, କେମିତି ହେଲେ ସଙ୍ଗଠନର ପ୍ରଥମ ପସନ୍ଦ, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି…

ନୂଆଦିଲ୍ଲୀ,୨୦।୧: ମଙ୍ଗଳବାର (୧୯ ଜାନୁଆରୀ, ୨୦୨୬) ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri