ପାଞ୍ଚ ବର୍ଷ ଡେଟିଂ ପରେ ନିର୍ବନ୍ଧ; ହେଲେ ବିବାହ ପୂର୍ବରୁ ହୋଇଥିଲା ବାଟ ଅଲଗା; ସାମ୍ନାକୁ ଆସିଲା କାରଣ…

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ଡେଟିଂ। ସରିଥିଲା ନିର୍ବନ୍ଧ। ହେଲେ ବିବାହ ପୂର୍ବରୁ ତୁଟିଯାଇଥିଲା ସମ୍ପର୍କ। ହୋଇଥିଲା ବାଟ-ଅଲଗା। ଚମକିଥିଲେ ପ୍ରଶଂସକ। ଆମେ କହୁଛୁ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ କଥା। ଏକ ସମୟରେ ଏହି ଯୋଡ଼ି ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରୁ ଅନ୍ୟତମ ଥିଲେ। କ’ଣ ପାଇଁ ଉଭୟ ଅଲଗା ହୋଇଯାଇଥିଲେ ତାହା ଜଣାପଡ଼ି ନ ଥିଲା। ମାତ୍ର ଏବେ ଏହା ଉପରୁ ପରଦା ଉଠାଇଛନ୍ତି ଫିଲ୍ମନିର୍ମାତା ସୁନୀଲ ଦର୍ଶନ।

ସୁନୀଲ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଉଭୟଙ୍କ ସହ ୨୦୦୦ରେ ଫିଲ୍ମ ‘ହା ମେନେ ଭି ପ୍ୟାର୍‌ କିଆ ହେ’ରେ କାମ କରିଥିଲେ। ଫିଲ୍ମ ସେତେଟା ସଫଳ ହୋଇ ନ ଥିଲା। ଏହା ସହ ଅଭିଷେକ ଏବଂ କରିସ୍ମାଙ୍କ ସମ୍ପର୍କ ମଧ୍ୟ ଶେଷ ହୋଇଯାଇଥିଲା। ହେଲେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସତ। ସେମାନେ ବିବାହ କରିଥାନ୍ତେ। ନିଜେ ମୁଁ ଦୁହିଁଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲି। ଶୁଟିଂ ସମୟରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଥିଲା। ଦୁହେଁ ବହୁତ ଝଗଡ଼ା କରୁଥିଲେ। ସେମାନେ ‘ମେଡ ଫର୍‌ ଇଚ୍‌ ଅଦର’ ଭଳି ଲାଗୁ ନ ଥିଲେ। ଶେଷରେ ଭଗବାନ ବି ଉଭୟଙ୍କ ପାଇଁ ଅଲଗା କିଛି ଭାବିଥିଲେ। ତାହା ହିଁ ହୋଇଛି ବୋଲି ସେ କହିଛନ୍ତି।

ବର୍ତ୍ତମାନ ସମୟରେ ଅଭିଷେକ ଏବଂ କରିସ୍ମା ନିଜ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। କରିସ୍ମା ବିବାହ କରି ବିଫଳ ହୋଇଥିଲେ ହେଁ ପିଲାମାନଙ୍କୁ ନେଇ ଜୀବନ ବିତାଉଛନ୍ତି। ଅପରପକ୍ଷେ ଅଭିଷେକ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ବିବାହରୁ ଉଭୟଙ୍କ ଏକ ଝିଅ ରହିଛି।

Share