ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ ମା’ ଏବେ ଥାନାରେ ପହଞ୍ଚିଛନ୍ତି। ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଅମୃତସରରେ ଘଟିଛି। ଦୁଇ ମା’ ଶିଶୁକନ୍ୟାକୁ ନିଜଠାରୁ ଅଲଗା କରିବାକୁ ନାରାଜ। ତେବେ ମା’ଙ୍କର ବିବାଦରେ ପୋଲିସ କୌଣସି ନିଷ୍ପତ୍ତି ଗ୍ରହଣ କରି ପାରୁ ନାହିଁ। ଦୁହିଁଙ୍କୁ ବୁଝାଶୁଝା କରି ପୋଲିସ ନୟାନ୍ତ ହେଲାଣି। ଜନ୍ମ ଦେଇଥିବା ମା’ଙ୍କ ନାମ ବେବି। ତାଙ୍କର ପୂର୍ବରୁ ଦୁଇ ଝିଅ ଅଛନ୍ତି। ତୃତୀୟ ଝିଅ ଜନ୍ମ ହେବା ପରେ ବେବି ପଡ଼ୋଶୀ ତାନିଆଙ୍କୁ ପାଳନ ଦାୟିତ୍ୱ ଦେଇଥିଲେ।

ମାତ୍ର ତାନିଆ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏବେ ବେବି ନିଜ ଶିଶୁକନ୍ୟାଙ୍କୁ ମାଗୁଛନ୍ତି। କିନ୍ତୁ ଜନ୍ମରୁ ଏକ ମାସ ଶିଶୁକନ୍ୟାଙ୍କୁ ପାଖରେ ରଖିଥିବା ତାନିଆ ଦେବାକୁ ଅମଙ୍ଗ ହେଉଛନ୍ତି। ତାନିଆ ଶିଶୁକନ୍ୟାଙ୍କୁ ଫେରାଇବା ଲାଗି ୩୫ ହଜାର ଟଙ୍କା ଦାବି କରୁଥିବା ବେବି ଥାନାରେ ଅଭିଯୋଗ କରିଛନ୍ତି। ଜନ୍ମ ପରେ ଶିଶୁକନ୍ୟାଙ୍କୁ ପୋଷ୍ୟଭାବେ ନେବା ଲାଗି ତାନିଆଙ୍କ ସ୍ବାମୀ କର୍ନ ବେବିଙ୍କ ଘରକୁ ବାରମ୍ବାର ଆସୁଥିବା ଅଭିଯୋଗ ହୋଇଛି। କିଛି ଦିନ ଶିଶୁକନ୍ୟାଙ୍କୁ ଲାଳନ ପାଳନ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ।

ଶେଷରେ ବେବି ତାଙ୍କୁ ଶିଶୁକନ୍ୟାଙ୍କୁ ଦେଇଥିଲେ। ୧୦ ଦିନ ପରେ ଶିଶୁକନ୍ୟାଙ୍କୁ ଫେରାଇ ଆଣିବା ଲାଗି ବେବି ତାନିଆଙ୍କ ଘରେ ପହଞ୍ଚିଥିଲେ। ମାତ୍ର ତାନିଆ ଶିଶୁକନ୍ୟାଙ୍କୁ ଫେରାଇବାକୁ ମନା କରିଥିବା ବେବି ଅଭିଯୋଗ କରିଛନ୍ତି। ଦୁଇ ମା’ଙ୍କୁ ବୁଝାଶୁଝା ଜାରି ରହିଥିବା ଏସ୍‌ଆଇ ଗୁରଜୀତ୍‌ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri