‘ଓମିକ୍ରନ’କୁ ନେଇ ଡବ୍ଲୁଏଚ୍‌ଓର ଚେତାବନୀ

ଜେନେଭା,୨୯।୧୧: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଛି। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରିଲେଣି। ଏବେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)। ଓମିକ୍ରନକୁ ‘ହାଇ ରିସ୍କ’ ବୋଲି କହିଛି ଡବ୍ଲ୍ୟୁଏଚ୍‌ଓ। ଏହା ସମଗ୍ର ବିଶ୍ୱରେ ବ୍ୟାପିବା ଅଶଙ୍କା ମଧ୍ୟ ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ଏହାର ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।ମିଳିତ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି ଏକ ଟେକ୍ନିକାଲ ନୋଟ ଜାରି କହିଛି ଯେ ଓମିକ୍ରନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଯଦି ଏହା ଘଟେ ତେବେ ଏହାର ଗମ୍ଭୀର ପରିଣାମ ସାମ୍ନାକୁ ଆସିପାରେ।
ସୂଚନାଯୋଗ୍ୟ, ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କୁ ପ୍ରଥମେ ଓମିକ୍ରନ ଭାରିଆଣ୍ଟ ରିପୋର୍ଟ କରାଯାଇଥିଲା। ଏପର୍ଯ୍ୟନ୍ତ ଏହା ବେଲଜିୟମ, ହଂକଂ ଏବଂ ଇସ୍ରାଏଲ ସମେତ ଅନ୍ୟାନ୍ୟ ଦେଶରେ ଦେଖିବାକୁ ମିଳିଛି।

Share