Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୧.୩୨%

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୨%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଏହା ଗତ ବର୍ଷ ସେପ୍ଟେମ୍ବରରେ ୦.୩୩% ସ୍ତରରେ ରହିଥିଲା। ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୦.୧୬% ସ୍ତରରେ ରହିଥିଲା। ଏପ୍ରିଲରେ ଏହା -୧.୫୭%, ମେରେ -୩.୩୭%,ଜୁନରେ -୧.୮୧% ଏବଂ ଜୁଲାଇରେ -୦.୫୮% ସ୍ତରରେ ରହିଥିଲା। ସେପ୍ଟେମ୍ବର ମାସରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୮.୧୭% ରହିଥିବା ବେଳେ ଅଗଷ୍ଟରେ ଏହା ୩.୮୪% ସ୍ତରରେ ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ଡାଟାରୁ ସାମ୍ନାକୁ ଆସିଛି। ସେହିଭଳି ଡାଲି ବର୍ଗରେ ମୁଦ୍ରାସ୍ଫୀତି ୧୨.୫୩% ସ୍ତରରେ ରହିଛି। ପନିପରିବା ବର୍ଗରେ ଏହା ୩୬.୫୪% ରହିଥିବା ବେଳେ ଆଳୁ କ୍ଷେତ୍ରରେ ଏହା ୧୦୭.୬୩% ରହିଛି। ମାନୁଫାକଚରିଂ ପ୍ରଡକ୍ଟ ବର୍ଗରେ ମୁଦ୍ରାସ୍ଫୀତି ୧.୬୧%କୁ ବଢିଥିବା ବେଳେ ଏହା ଗୋଟିଏ ମାସ ତଳେ ୧.୨୭% ସ୍ତରରେ ରହିଥିଲା।

Share