ପରାକ୍ରମ ଦେଖିଲା ସାରା ଦୁନିଆ…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ଭାରତ ପକ୍ଷରୁ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଛି। ଭାରତୀୟ ସେନାର ସର୍ବଶ୍ରେଷ୍ଠ ତଥା ଶକ୍ତିଶାଳୀ ଯୁଦ୍ଧ ଉପକରଣ ପ୍ରଦର୍ଶିତ ହୋଇଛି।

ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଆର୍ଟିଲାରି ସିଷ୍ଟମ ୭୫/୨୪ ପ୍ୟାକ ହୋୱିଜର୍‌ ଏମ୍‌କେ-ଆଇ ରାଜପଥରେ ୨୧ ତୋପ ସଲାମୀ ପ୍ରଦାନ କରିଥିଲା। ପ୍ରଥମେ ୪ଟି ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଫୁଲ ବର୍ଷା କରିଥିଲେ। ଏହାପରେ ପରେଡରେ ୧୯୬୫ ଏବଂ ୧୯୭୧ ଯୁଦ୍ଧ ଲଢ଼ିଥିବା ସେଞ୍ଜୁରିଅନ୍‌ ଟ୍ୟାଙ୍କର ପ୍ରଦର୍ଶିତ ହୋଇଥିଲା।

ସେଞ୍ଚୁରିଅନ ଟ୍ୟାଙ୍କର ଏକ କଣ୍ଟିଜେଣ୍ଟ, ପିଟି-୭୬, ଏମ୍‌ବିଟି ଅର୍ଜୁନ ଏପିସି ପୋଖରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୁଦ୍ଧ ବିମାନ ତେଜସ୍‌ ନିଜର ପରାକ୍ରମ ଦକ୍ଷତା ପ୍ରଦର୍ଶିତ କରିଥିଲା।

ଏହା ସହିତ ରାଫାଲ ଯୁଦ୍ଧ ବିମାନ, ଏମ୍‌ଆଇଜି-୨୧, ଘ୍ନାତ, ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର, ଅଶ୍ଳେଷା ରାଡାର ଆଦି ନିଜନିଜ ପରାକ୍ରମ ପ୍ରଦର୍ଶିତ କରିଛନ୍ତି।

ପରେଡରେ ସ୍ଥଳସେନାର ୬୧ ଘୋଡାସବାର ରେଜିମେଣ୍ଟ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦିଲ୍ଲୀ ପୋଲିସର କଣ୍ଟିଜେଣ୍ଟ୍‌ ଏବଂ ଶିଖ୍‌ ଲାଇଟ୍‌ ଇନଫାଣ୍ଟ୍ରି ବାଟାଲିୟନ ବାହିନୀ ଯୋଗ ଦେଇଥିଲେ।

 

Share