Posted inଖେଳ

‘ଭାରତୀୟ କ୍ରିକେଟକୁ ଭଲଭାବେ ବୁଝୁଥିବା ବ୍ୟକ୍ତି କୋଚ୍‌ ହେବେ’

ମୁମ୍ବାଇ, ୨୫।୫: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଫର ଦିଆଯାଇଥିଲା ବୋଲି ଯାହା ଆଲୋଚନା ହେଉଛି ତାହାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଖଣ୍ଡନ କରିଛନ୍ତି। ରାହୁଲ ଡ୍ରାଭିଡଙ୍କ ଉତ୍ତରାଧିକାରୀ ଜଣେ ଭାରତୀୟ ହେବେ, ଯିଏକି ଭାରତୀୟ କ୍ରିକେଟ ଢାଞ୍ଚାକୁ ଭଲଭାବେ ବୁଝିଥିବେ ବୋଲି ଶାହା ସ୍ପଷ୍ଟ କରିଛନ୍ତି। ଡ୍ରାଭିଡ କୋଚ୍‌ ପଦରେ ଅପରିବର୍ତ୍ତିତ ରହିବାକୁ ଆଗ୍ରହୀ ନ ଥିବା ବୋର୍ଡକୁ ଜଣାଇ ଦେଇଛନ୍ତି ବୋଲି ରିପୋର୍ଟମାନ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ହାଇ ପ୍ରୋଫାଇଲ ପୋଜିଶନ ପାଇଁ ତାଙ୍କୁ ଆପ୍ରୋଚ କରାଯାଇଥିଲା ଏବଂ ରିକି ପଣ୍ଟିଂ ଓ ଜଷ୍ଟିନ ଲାଙ୍ଗରଙ୍କ ପରି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଅନିଚ୍ଛା ପ୍ରକାଶ କରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ନେଇ ଶାହା ଏକ ବିବୃତି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ”ମୁଁ କିମ୍ବା ବିସିସିଆଇର ଅନ୍ୟ କେହି କୌଣସି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ କୋଚ୍‌ ଅଫର ଦେଇନାହୁଁ। କେତେକ ମିଡିଆରେ ଏ ସମ୍ପର୍କରେ ଯାହା ପ୍ରସାରିତ ହେଉଛି ସେଥିରେ ସତ୍ୟତା ନାହିଁ“।
ଉଭୟ ପଣ୍ଟିଂ ଓ ଲାଙ୍ଗର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମୁଖ୍ୟ କୋଚ୍‌ଭାବେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳର ଦାୟିତ୍ୱରେ ଥିଲେ। ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ଦଳର ମେଣ୍ଟର ଥିବା ବିଶ୍ୱକପ ବିଜୟୀ ପୂର୍ବତନ ବ୍ୟାଟିଂ ତାରକା ଗୌତମ ଗମ୍ଭୀର କୋଚ୍‌ ଦୌଡ଼ର ସର୍ବାଗ୍ରେ ରହିଥିବା ଆକଳନ କରାଯାଉଛି। ”ଆମ ଜାତୀୟ ଦଳପାଇଁ ଉପଯୁକ୍ତ କୋଚ୍‌ ଲାଗି ଏକ କଷ୍ଟସାଧ୍ୟ ପ୍ରକ୍ରିୟା। ଏଥିପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଭାରତୀୟ କ୍ରିକେଟର ଢାଞ୍ଚାସହ ଭଲଭାବେ ପରିଚିତ ଥିବା ଜଣେ ବ୍ୟକ୍ତିଙ୍କ ସନ୍ଧାନରେ ଅଛୁ“। ପରବର୍ତ୍ତୀ କୋଚ୍‌ ପାଇଁ ଭାରତୀୟ ଘରୋଇ କ୍ରିକେଟ ପ୍ରତି ଗଭୀର ଜ୍ଞାନକୁ ମଧ୍ୟ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ରୂପେ ନିଆଯିବ ବୋଲି ଶାହା କହିଛନ୍ତି। କୋଚ୍‌ ପଦପାଇଁ ଆବେଦନର ଶେଷ ତାରିଖ ମେ’ ୨୭କୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଯୋଗ୍ୟ, ଗତ ଗୁରୁବାର ପଣ୍ଟିଂ ଦାବି କରିଥିଲେ ଯେ, ତାଙ୍କୁ ଏହି ପଦପାଇଁ ଆପ୍ରୋଚ୍‌ କରାଯାଇଥିଲା। ମାତ୍ର ବର୍ତ୍ତମାନ ତାଙ୍କ ଲାଇଫ୍‌ଷ୍ଟାଇଲ ସହ ଖାପ୍‌ ଖାଉ ନ ଥିବାରୁ ସେ ଏହାକୁ ଅସ୍ବୀକାର କରିଥିଲେ। ସେହିପରି ଲାଙ୍ଗର ଏ କ୍ଷେତ୍ରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ” ମୁଁ ଏ ସମ୍ପର୍କରେ ରାହୁଲଙ୍କ ସହ ଆଲୋଚନା କରିଥିଲି। ସେ କହିଥିଲେ ଯେ, ଏକ ଆଇପିଏଲ୍‌ ଦଳରେ ଯଦି ପ୍ରେସର ଓ ପଲିଟିକ୍ସ ରହୁଛି ତେବେ ଭାରତୀୟ ଦଳକୁ କୋଚିଂ ଦେବାକୁ ହେଲେ ଏହାର ହଜାରେ ଗୁଣ ଅଧିକ ରହିବ। ତାଙ୍କର ଏହି ପରାମର୍ଶ ମୋତେ ଖୁବ୍‌ ଭଲ ଲାଗିଥିଲା“ ବୋଲି ବିବିସି ଷ୍ଟମ୍ପେଡ୍‌ ପୋଡକାଷ୍ଟକୁ ଲାଙ୍ଗର କହିଛନ୍ତି। ପୂର୍ବତନ ଇଂଲଣ୍ଡ ଏବଂ ବର୍ତ୍ତମାନର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁଖ୍ୟ କୋଚ୍‌ ଆଣ୍ଡି ଫ୍ଲାଓ୍ବାର ମଧ୍ୟ ନିଜକୁ ଏହି ଦୌଡ଼ରୁ ଓହରାଇ ନେଇଛନ୍ତି। ଫ୍ରାଞ୍ଚାଇଜ୍‌ କ୍ରିକେଟ ସହିତ ସମ୍ପୃକ୍ତ ରହି ସେ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri