Posted inଜାତୀୟ

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମ୍ବିଧାନ ନାଗରିକମାନଙ୍କୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାର ଅଧିକାର ଦେଇଥାଏ। ତେବେ ଅନେକ ସମୟରେ ଏପରି ବିକ୍ଷୋଭରେ କିଛି ଅଣନିମନ୍ତ୍ରିତ ଅସାମାଜିକ ତତ୍ତ୍ୱ ପଶିଆସନ୍ତି, ଯାହାଙ୍କର ମୂଳ ଲକ୍ଷ୍ୟ କେବଳ ପରିବେଶ ନଷ୍ଟ କରିବା। ଏହି ସମୟରେ ପୋଲିସ ପକ୍ଷରୁ ମଧ୍ୟ ଆବେଦନ କରାଯାଇଥିଲା, ଯେଉଁଥିରେ ହିଂସାରେ ୨୫୦ ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିବା ଦର୍ଶାଯାଇଛି। ଛାତ୍ର, ପୋଲିସ କିମ୍ବା ବାହାର ଲୋକଙ୍କ ମଧ୍ୟରୁ କିଏ କ’ଣ କରିଛନ୍ତି ତାହା ସ୍ପଷ୍ଟ କରିବା ପାଇଁ ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତର ନିହାତି ଆବଶ୍ୟକତା ରହିଛି ବୋଲି ଆଦାଲତ ସ୍ୱୀକାର କରିଛନ୍ତି।

ଶୁଣାଣି ସମୟରେ ଛାତ୍ରମାନଙ୍କ ପକ୍ଷରୁ ପୋଲିସ ବିରୋଧରେ କେତେକ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା। ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ, ଶାଦାନ ଫରାସତ ଏବଂ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ ଜଣାଇଥିଲେ ଯେ ପୋଲିସ ଅଧିକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକଲକୁ ଅବମାନନା କରିଛନ୍ତି। ବିକ୍ଷୋଭକାରୀଙ୍କ ଉପରେ ପେଲେଟ୍ ଗନ୍, ଇଲେକ୍ଟ୍ରିକାଲ ଶକ୍ ଗନ୍, ଇଲେକ୍ଟ୍ରିକ ବାଟନ ଏବଂ କଣ୍ଟା ଲଗା ଲାଠି ବ୍ୟବହାର କରାଯାଇଥିବା ଛାତ୍ରମାନେ ଦାବି କରିଛନ୍ତି। ସାଧା ପୋଷାକରେ ଥିବା ପୋଲିସ କର୍ମଚାରୀମାନେ ଲାଠିଚାଳନା କରିଥିଲେ ଏବଂ ଅନେକ ବର୍ଦ୍ଧିଧାରୀ ପୋଲିସଙ୍କ ନିକଟରେ ନାମର ଫଳକ (Name Plate) ମଧ୍ୟ ନଥିଲା। ଏହା ବ୍ୟତୀତ ଫେସିଆଲ ରେକଗନିସନ ସିଷ୍ଟମ (Facial Recognition) ଜରିଆରେ ବିକ୍ଷୋଭକାରୀଙ୍କୁ ହଇରାଣ ହରକତ କରିବା ବନ୍ଦ କରିବାକୁ ଦାବି କରାଯାଇଛି।

ଆବେଦନକାରୀମାନେ ଅଦାଲତ ସମ୍ମୁଖରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜଡ଼ିତ ଘଟଣାଗୁଡ଼ିକୁ ରଖିଥିଲେ। କୋର୍ଟଙ୍କୁ ଜଣାଯାଇଥିଲା ଯେ ପେଲେଟ୍ ଗନ୍ ବ୍ୟବହାର ହେତୁ ଜଣେ ୧୯ ବର୍ଷୀୟ ଯୁବକ ଦୃଷ୍ଟିଶକ୍ତି ହରାଇଛନ୍ତି ଏବଂ ଜଣେ ଆହାତ ଝିଅ  (ICU) ରେ ଭର୍ତ୍ତି ଅଛନ୍ତି। ବିହାରରେ ଏକେ-୪୭ ମାମଲା ଉଠିଥିବା ବେଳେ, ମୁମ୍ବାଇରେ ଜଣେ ବିକ୍ଷୋଭକାରୀଙ୍କୁ ମାଦକ ଦ୍ରବ୍ୟର ମିଥ୍ୟା କେସରେ ଫସାଇବାର ଧମକ ଦିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଜଣେ ମହିଳା ବିକ୍ଷୋଭକାରୀଙ୍କୁ ଚାପୁଡ଼ା ମାରିବାର ଭିଡିଓ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହା ସହିତ ସାମ୍ବାଦିକ, ଓକିଲଙ୍କ ଉପରେ ଆକ୍ରମଣ ଏବଂ ଯୁବତୀମାନଙ୍କ ପ୍ରତି ଅଶୋଭନୀୟ ବ୍ୟବହାର ଘଟଣାକୁ ବିଚାରପତିଙ୍କ ସମ୍ମୁଖରେ ରଖାଯାଇଥିଲା। ପ୍ରଶାନ୍ତ ଭୂଷଣ ସାଂସଦ ମନୋଜ ଝାଙ୍କ ଆବେଦନ ଜରିଆରେ ବିକ୍ଷୋଭ ସହ ଜଡ଼ିତ ଜୁନେଦ ମଲିକଙ୍କ ମାମଲାକୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟିଗୋଚର କରିଥିଲେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଅନୀତା ଠାକୁରଙ୍କ ଭଳି ପୁରୁଣା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରହିଛି, କିନ୍ତୁ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରୋଟୋକଲକୁ ପୁନର୍ବାର ଯାଞ୍ଚ କରିବାର ଆବଶ୍ୟକତା ରହିଛି। CJI ସ୍ୱୀକାର କରିଛନ୍ତି ଯେ ଯିଏ ବି ଅତ୍ୟଧିକ ବଳ ପ୍ରୟୋଗ କରିଛନ୍ତି, ତାଙ୍କର ତଦନ୍ତ ହେବା ଉଚିତ୍। ତଦନ୍ତ ପାଇଁ ପ୍ରଶାନ୍ତ ଭୂଷଣ ଦୁଇଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ତଦନ୍ତର ପ୍ରକ୍ରିୟା CJI ନିଜେ ସ୍ଥିର କରନ୍ତୁ। ଏହି ସମସ୍ତ ମାମଲାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

ସୁପ୍ରିମକୋର୍ଟ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବଙ୍ଗଳା, ଉତ୍ତରପ୍ରଦେଶ ଏବଂ ବିହାରକୁ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ଜାରି କରିଛନ୍ତି।  କୋର୍ଟ ମୁଖ୍ୟ ଶାସନ ସଚିବମାନଙ୍କୁ ସମସ୍ତ CCTV ଫୁଟେଜ୍, ଲଗ୍ ବୁକ୍ ଏବଂ ସମ୍ପୃକ୍ତ ପ୍ରମାଣଗୁଡ଼ିକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ବିଶେଷ କଥା ହେଉଛି, ହାଜତରେ ରଖାଯାଇଥିବା ସେହି ସମସ୍ତ ଲୋକଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ବୟସ ୧୮ ବର୍ଷରୁ କମ୍ କିମ୍ବା ଯାହାଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?