Categories: ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ କଲେ ଭବିଷ୍ୟବାଣୀ

ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଜିତିବାକୁ ଚାହୁଁଛି। ଏହାପୂର୍ବରୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ବ୍ରାଡ ହଗ ସିରିଜର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ ସୋସିଆଲ ମିଡିଆରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ କିଏ ଜିତିବ ସେ ବିଷୟରେ କିଛି ଭବିଷ୍ୟବାଣୀ କରିବାକୁ ହଗଙ୍କୁ ଟୁଇଟରରେ ଜଣେ ୟୁଜର୍ସ ପଚାରିଥିଲେ। ହଗ ଏହାର ଉତ୍ତରରେ ଲେଖିଛନ୍ତି, ଭାରତ ନିଜକୁ ପ୍ରମାଣ କରିବାର ସୁଯୋଗ ପାଇବ। ଏବେ ମଧ୍ୟ ଇଂଲଣ୍ଡର ବ୍ୟାଟିଂରେ ସ୍ଥିରତା ଥିବା ପରି ମନେ ହେଉନାହିଁ। ତେଣୁ ଯେକୌଣସି ଟିମ୍‌ ଇଂଲଣ୍ଡକୁ ନି ମାଟିରେ ପରାସ୍ତ କରିପାରିବ।
ଭାରତୀୟ ଦଳ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୧୦ରୁ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳ ଦୀର୍ଘ ସମୟ ବିଶ୍ରାମ ନେଉଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ: ଅଗଷ୍ଟ ୪ରୁ (ଟ୍ରେଣ୍ଟ ବ୍ରିଜ)
ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୧୨ରୁ (ଲଡର୍‌ସ)
ତୃତୀୟ ଟେଷ୍ଟ: ଅଗଷ୍ଟ ୨୫ (ହେଡିଙ୍ଗଲି)
ଚତୁର୍ଥ ଟେଷ୍ଟ: ସେପ୍ଟେମ୍ବର ୨ରୁ
ପଞ୍ଚମ ଟେଷ୍ଟ: ୧୦ ସେପ୍ଟେମ୍ବରରୁ (ଓଲ୍ଡ ଟ୍ରାଫର୍ଡ)

Share