Posted inଜାତୀୟ

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି ଓ ଭାଜପା ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡିଆ ମେଣ୍ଟରେ ଥିବା ନେତାଙ୍କ ବୟାନ। କଂଗ୍ରେସ ଓ ଏଏପି ଦୁହେଁ ଅଲଗା ଅଲଗା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସବୁଠାରୁ ବଡ଼କଥା ହେଉଛି କଂଗ୍ରେସର ସବୁଠାରୁ ବଡ଼ ବନ୍ଧୁ ବୋଲାଇଥିବା ସମାଜବାଦୀ ପାର୍ଟି ଏବେ ତା’ର ହାତ ଛାଡିଦେଇଛି। ଏସପି ଏବେ ଏଏପିକୁ ସମର୍ଥନ କରିବ ବୋଲି କହିଛି। ସେହିପରି ଟିଏମସି ମଧ୍ୟ ଏଏପିକୁ ଖୋଲାଖୋଲି ସମର୍ଥନ ଜଣାଇଛି। ଯାହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି।

ଏସପି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏଏପି ପାଇଁ ର୍ନିବାଚନ ପ୍ରଚାର କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଦିଲ୍ଲୀରେ ଯଦି ଭାଜପାକୁ କେହି ହରାଇ ପାରିବ ସେ ହେଉଛି ଏଏପି। କଂଗ୍ରେସ ଏବେ ଭାଜପାକୁ ହରାଇବା ସ୍ଥିତିରେ ନାହିଁ। ଆଗକୁ ଆହୁରି ଏଏପି ପାଇଁ ର୍ନିବାଚନ ପ୍ରଚାର କରିବି ବୋଲି ଅଖିଳେଶ କହିଛନ୍ତି।

ଅନ୍ୟପଟେ ମମତାଙ୍କ ଦଳର ନେତା କୁର୍ଣ୍ଣାଲ ଘୋଷ ମଧ୍ୟ ଏଏପିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଆମେ ଚାହୁଁଛୁ ଆପ ପୁଣି ଥରେ ଦିଲ୍ଲୀରେ ସରକାର କରୁ। ଏଠାରେ ଭାଜପାକୁ ହରାଇବା ପାଇଁ ଆମ ଆଦମୀ ପାର୍ଟିକୁ ମଜବୁତ ହେବାକୁ ପଡ଼ିବ। ଆମେ ଚାହୁଁଛୁ ଦିଲ୍ଲୀରେ ପୁଣି ଥରେ କେଜରିୱାଲଙ୍କ ଦଳ କ୍ଷମତାକୁ ଆସୁ।

ସୂଚନାଥାଉକି, ଦିଲ୍ଲୀ ବିଧାନସଭା ର୍ନିବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ର୍ନିବାଚନ କମିଶନର । ଫେବୃଆରୀ ୫ରେ ଏକା ଥରକେ ସରିବ ସମସ୍ତ ୭୦ ବିଧାନସଭା ଆସନରେ ଭୋଟିଂ । ସେହିପରି ୮ ତାରିଖରେ ଗଣତି ସହ ସ୍ପଷ୍ଟ ହୋଇଯିବ, ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର ହେବ ।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି

ନୂଆଦିଲ୍ଲୀ,୧୬।୧: ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ବଢ଼ୁଥିବା ଏବଂ ଏହା ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ନିର୍ବାଚନ କମିଶନ (ଇସି) ଗୁରୁବାର...

କେନ୍ଦ୍ର କ୍ୟାବିନେଟ୍‌ରରେ ବଡ଼ ନିଷ୍ପତ୍ତି: ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ୍‌ପ୍ୟାଡ୍‌

ନୂଆଦିଲ୍ଲୀ,୧୬।୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ (ଟିଏଲ୍‌ପି) ନିର୍ମାଣ ହେବାକୁ ଯାଉଛି। ଉକ୍ତ...

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri