କାହାକୁ ମିଳିବ ରାୟଗଡ଼ା ନିର୍ବାଚନମଣ୍ଡଳୀ ଦାୟିତ୍ୱ

ରାୟଗଡ଼ା,୯ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ରାଜନୀତିରେ ସମୀକରଣ ବଦଳୁଛି। ଆସନ୍ତା ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ମଧ୍ୟରେ ଜୋରଦାର ଲଢ଼େଇ ହେବ। ତେବେ ବିଜେଡ଼ିକୁ ଭାଜପା ଓ କଂଗ୍ରେସ କଡ଼ା ଟକ୍କର ଦେବା ସମ୍ଭାବନା ରହିଛି। ତେଣୁ ବିଜେଡ଼ି ନୂଆ ରଣନୀତି ପ୍ରସ୍ତୁତ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ରାୟଗଡ଼ା ଜିଲାର ୩ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବିଜେଡିର ୩ ପ୍ରମୁଖ ନେତା ବୁଝିବେ। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓଙ୍କ ଦବ୍‌ଦବା ଅଧିକା ରହିଥିବାରୁ ତାଙ୍କୁ ଦାୟିତ୍ୱ ମିଳିପାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ବିଜେଡ଼ିରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। କଂଗ୍ରେସ ଓ ଭାଜପା ପଛରେ ପଡ଼ିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ନିର୍ବାଚନ ଜିତିଥିଲେ। ବିଧାୟକ ହେବା ପରେ ସେ ପ୍ରଥମେ ପରୋକ୍ଷ ଭାବେ ବିଜେଡ଼ିକୁ ସମର୍ଥନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ତେଣୁ ଏଥର ରାୟଗଡ଼ାରୁ ମକରନ୍ଦ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲଛି। ସେହିପରି ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କେତେଜଣ ନୂଆ ଯୁବ ନେତା ମଧ୍ୟ ଆଶାୟୀ ରହିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ରାୟଗଡ଼ା ବ୍ଲକ ଓ ରାୟଗଡ଼ା ପୌର ପରିଷଦର ଦାୟିତ୍ୱ ନେଇ ପୁଣି ନିଜ କମାଲ ଦେଖାଇଥିଲେ ଭାସ୍କର ରାଓ। ନିପୁଣ ରାଜନୈତିକ ଚାଲ ଯୋଗୁ ଏକଦା କଂଗ୍ରେସଗଡ଼ ବୋଲାଉଥିବା ଅବିଭକ୍ତ କୋରାପୁଟ ଜିଲାରେ ବିଜେଡ଼ିର ପତିଆରା ସ୍ଥାପନ କରିଥିଲେ ସେ। ତେଣୁ ଭାସ୍କର ଯଦି ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନିଅନ୍ତି, ସେ ଏଥର କିଭଳି ଗୋଟିଚାଳନା କରିବେ ଏବଂ ମକରନ୍ଦ ନା ନୂଆ ମୁହଁ ବିଜେଡ଼ିରେ ଦେଖାଯିବ ତାହା ଏବେ ଚର୍ଚ୍ଚା ଚାଲିଛି। ସେପଟେ ଭାସ୍କରଙ୍କ ସହିତ ରାଜନୀତିରେ ବହୁ ବର୍ଷରୁ ଜଡ଼ିତ ରହି ଦଳ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବହୁ ଯୁବନେତା ଟିକଟ ଲବିରେ ଅଛନ୍ତି। ଅନ୍ୟପକ୍ଷରେ ଲାଲ ବିହାରୀ ହିମିରିକାଙ୍କୁ ନେଇ ଭାସ୍କର ପୁଣି ଥରେ ଗୋଟି ଚାଳନା କରିପାରନ୍ତି ବୋଲି କର୍ମୀ ମହଲରେ ଚର୍ଚ୍ଚା ଚାଲିଛି।ତେବେ ରାଜନୀତିର ଟିକଟ ଦୌଡ଼ରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଓ କିଛି ନୂଆ ମୁହଁ ମଧ୍ୟ ରହିଛନ୍ତି। ଜିଲାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଦଳ ପାଇଁ ପରାଜୟର କାରଣ ହୋଇପାରେ ବୋଲି ମଧ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। କାରଣ ଗତ ନିର୍ବାଚନରେ ବିଜେଡ଼ି ଏହି ଗୋଷ୍ଠୀ କନ୍ଦଳ କାରଣରୁ ପରାଜୟର ଶିକାର ହୋଇଥିଲା ବୋଲି ପଯର୍‌ୟବେକ୍ଷକମାନେ କହିଛନ୍ତି। ହେଲେ ବର୍ତମାନ ଦେଖିବାକୁ ବାକି ରହିଲା, ବିଜେଡ଼ି ଏଥର କେଉଁ ସମୀକରଣରେ ରାଜନୀତି ଗୋଟି ଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri