କାହାକୁ ମିଳିବ ରାୟଗଡ଼ା ନିର୍ବାଚନମଣ୍ଡଳୀ ଦାୟିତ୍ୱ

ରାୟଗଡ଼ା,୯ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ରାଜନୀତିରେ ସମୀକରଣ ବଦଳୁଛି। ଆସନ୍ତା ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ମଧ୍ୟରେ ଜୋରଦାର ଲଢ଼େଇ ହେବ। ତେବେ ବିଜେଡ଼ିକୁ ଭାଜପା ଓ କଂଗ୍ରେସ କଡ଼ା ଟକ୍କର ଦେବା ସମ୍ଭାବନା ରହିଛି। ତେଣୁ ବିଜେଡ଼ି ନୂଆ ରଣନୀତି ପ୍ରସ୍ତୁତ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ରାୟଗଡ଼ା ଜିଲାର ୩ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବିଜେଡିର ୩ ପ୍ରମୁଖ ନେତା ବୁଝିବେ। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓଙ୍କ ଦବ୍‌ଦବା ଅଧିକା ରହିଥିବାରୁ ତାଙ୍କୁ ଦାୟିତ୍ୱ ମିଳିପାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ବିଜେଡ଼ିରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। କଂଗ୍ରେସ ଓ ଭାଜପା ପଛରେ ପଡ଼ିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ନିର୍ବାଚନ ଜିତିଥିଲେ। ବିଧାୟକ ହେବା ପରେ ସେ ପ୍ରଥମେ ପରୋକ୍ଷ ଭାବେ ବିଜେଡ଼ିକୁ ସମର୍ଥନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ତେଣୁ ଏଥର ରାୟଗଡ଼ାରୁ ମକରନ୍ଦ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲଛି। ସେହିପରି ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କେତେଜଣ ନୂଆ ଯୁବ ନେତା ମଧ୍ୟ ଆଶାୟୀ ରହିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ରାୟଗଡ଼ା ବ୍ଲକ ଓ ରାୟଗଡ଼ା ପୌର ପରିଷଦର ଦାୟିତ୍ୱ ନେଇ ପୁଣି ନିଜ କମାଲ ଦେଖାଇଥିଲେ ଭାସ୍କର ରାଓ। ନିପୁଣ ରାଜନୈତିକ ଚାଲ ଯୋଗୁ ଏକଦା କଂଗ୍ରେସଗଡ଼ ବୋଲାଉଥିବା ଅବିଭକ୍ତ କୋରାପୁଟ ଜିଲାରେ ବିଜେଡ଼ିର ପତିଆରା ସ୍ଥାପନ କରିଥିଲେ ସେ। ତେଣୁ ଭାସ୍କର ଯଦି ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନିଅନ୍ତି, ସେ ଏଥର କିଭଳି ଗୋଟିଚାଳନା କରିବେ ଏବଂ ମକରନ୍ଦ ନା ନୂଆ ମୁହଁ ବିଜେଡ଼ିରେ ଦେଖାଯିବ ତାହା ଏବେ ଚର୍ଚ୍ଚା ଚାଲିଛି। ସେପଟେ ଭାସ୍କରଙ୍କ ସହିତ ରାଜନୀତିରେ ବହୁ ବର୍ଷରୁ ଜଡ଼ିତ ରହି ଦଳ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବହୁ ଯୁବନେତା ଟିକଟ ଲବିରେ ଅଛନ୍ତି। ଅନ୍ୟପକ୍ଷରେ ଲାଲ ବିହାରୀ ହିମିରିକାଙ୍କୁ ନେଇ ଭାସ୍କର ପୁଣି ଥରେ ଗୋଟି ଚାଳନା କରିପାରନ୍ତି ବୋଲି କର୍ମୀ ମହଲରେ ଚର୍ଚ୍ଚା ଚାଲିଛି।ତେବେ ରାଜନୀତିର ଟିକଟ ଦୌଡ଼ରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି ଓ କିଛି ନୂଆ ମୁହଁ ମଧ୍ୟ ରହିଛନ୍ତି। ଜିଲାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ଦଳ ପାଇଁ ପରାଜୟର କାରଣ ହୋଇପାରେ ବୋଲି ମଧ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। କାରଣ ଗତ ନିର୍ବାଚନରେ ବିଜେଡ଼ି ଏହି ଗୋଷ୍ଠୀ କନ୍ଦଳ କାରଣରୁ ପରାଜୟର ଶିକାର ହୋଇଥିଲା ବୋଲି ପଯର୍‌ୟବେକ୍ଷକମାନେ କହିଛନ୍ତି। ହେଲେ ବର୍ତମାନ ଦେଖିବାକୁ ବାକି ରହିଲା, ବିଜେଡ଼ି ଏଥର କେଉଁ ସମୀକରଣରେ ରାଜନୀତି ଗୋଟି ଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri