Posted inଖେଳ

ଟି-୨୦ ବିଶ୍ୱକପ ଅଧିନାୟକ ହେବେ କିଏ? ରୋହିତ ନା ହାର୍ଦ୍ଦିକ…

କୋଲକାତା,୨୮।୧୧ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ପାଖେଇ ଆସୁଛି। ସମସ୍ତ ଦଳ ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ଟାଇଟଲ ଉପରେ ଭାରତୀୟ ଦଳ ମଧ୍ୟ ନଜର ରଖିଛି। ଏହାପୂର୍ବରୁ ଏକ ବଡ ପ୍ରଶ୍ନ ଉଠିବାରେ ଲାଗିଛି। ଆଗାମୀ ଟୁର୍ନାମେଣ୍ଟରେ କିଏ ଟିମ ଇଣ୍ଡିଆର ନେତୃତ୍ୱ ନେବେ?

ଦେଶର ବରିଷ୍ଠ କ୍ରିକେଟରମାନେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ପୂର୍ବତନ କ୍ରିକେଟର ଜାହିର ଖାନ କ୍ରିକବଜ ସହ ବାର୍ତ୍ତାଳାପ ସମୟରେ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କହିଛନ୍ତି, ’ଟି-୨୦ ବିଶ୍ୱକପରେ ମୁଁ ଭାବୁଛି ଦଳ ଅଭିଜ୍ଞତା ସହିତ ଆଗକୁ ବଢ଼ିବା ଉଚିତ। ଚୟନକର୍ତ୍ତାମାନେ ଅଭିଜ୍ଞ ଖେଳାଳିଙ୍କୁ ଅଗ୍ରାଧିକାର ଦେବା ଉଚିତ।
ଯଦି ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତୀୟ ଦଳର ନେତୃତ୍ୱ ନେବେ ତେବେ ଭଲ ହେବ। ସେ ଦୀର୍ଘ ସମୟ ଧରି ଅଧିନାୟକ ରହିଛନ୍ତି ଏବଂ ଖେଳାଳିମାନଙ୍କୁ ସେ ଭଲ ଭାବରେ ବୁଝନ୍ତି। ମ୍ୟାଚ ସମୟରେ କଠିନ ପରିସ୍ଥିତି ଏବଂ ଚାପକୁ କିପରି ଭଲ ଭାବରେ ପରିଚାଳନା କରିବେ ତାହା ସେ ଜାଣନ୍ତି। ଅବଶିଷ୍ଟ ଖେଳାଳିମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିପାରିବେ । ମୋ କହିବାନୁସାରେ, ସେ ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ଅଧିନାୟକ ହେବା ଉଚିିତ।

ଭାରତୀୟ ଦଳର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବଡ ଟୁର୍ନାମେଣ୍ଟ ପାଇଁ ସେ ଅଭିଜ୍ଞତାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ରିକବଜ ସହ ବାର୍ତ୍ତାଳାପ ବେଳେ କହିଛନ୍ତି, ’ରୋହିତ ଶର୍ମା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଅଧିନାୟକ ହେବା ଆବଶ୍ୟକ। ସମସ୍ତେ ସ୍ବୀକାର କରିଛନ୍ତି ବିଶ୍ୱକପ ଶେଷ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ ହେବେ, କିନ୍ତୁ ତାଙ୍କ ଆଘାତକୁ ଦେଖି ଅନୁମାନ କରିପାରୁ ନାହିଁ ସେ କେବେ ପଡ଼ିଆକୁ ଫେରିବେ।

ପାର୍ଥିବ ପଟେଲ  କହିଛନ୍ତି, ’ଯଦି ଆଗାମୀ ବର୍ଷ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଜନା କରାଯାଉଛି ତେବେ ଏହା ଠିକ ଅଛି, କିନ୍ତୁ ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ୱକପ ୨୦୨୪ପାଇଁ ଅଧିନାୟକ କରିବା ନିଷ୍ପତ୍ତି ଠିକ ହେବ।’


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri