ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ ଜଣେ ମାଟିର ପୁଅ ନେତୃତ୍ୱ ନେଲେ ଓଡ଼ିଶା ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ସମ୍ବଲପୁରର ରିଭର ଇନ୍‌ ପରିସରରେ ରବିବାର ସମ୍ବଲପୁର ନାଗରିକ ପରିଷଦ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ଜୟଶଙ୍କର ଏହା କହିଛନ୍ତି।
ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରି ଲୋକେ ଭୋଟ ଦେଇଥିଲେ। ୨୦୧୯ରେ ମୋଦିଙ୍କ ଉପରେ ଭରସା ରଖି ଦ୍ୱିତୀୟ ଥର ବିଜୟୀ କରାଇଥିଲେ। ୨୦୨୪ରେ ମୋଦୀଙ୍କ ବିକଶିତ ଭାରତର ଗ୍ୟାରେଣ୍ଟିକୁ ନେଇ ଚଳିତ ନିର୍ବାଚନରେ ଭାରତବାସୀ ଭୋଟ ଦେବେ। ତେବେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶାରେ ମଧ୍ୟ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଜୟଶଙ୍କର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଠାକାର ଶାସନ ବ୍ୟବସ୍ଥା ପ୍ରଶାସକଙ୍କ ନିୟନ୍ତ୍ରଣରେ ରହିବା ଯୋଗୁ ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାବାସୀ ଚଳିତ ନିର୍ବାଚନରେ ଏହାର ଦୃଢ଼ ଜବାବ ଦେବେ ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କୌଶଳ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ଗତବର୍ଷ ଜି-୨୦ ସମ୍ମିଳନୀରେ ଓଡ଼ିଶାର କୋଣାର୍କ ଚକ୍ରକୁ ମୋଦି ସାରା ବିଶ୍ୱରେ ଲୋକପ୍ରିୟ କରାଇଥିଲେ। ମୋଦି ସରକାର ଆସିବା ପରେ ସମ୍ବଲପୁର ସମେତ ଦେଶର ୪୫୩ ସ୍ଥାନରେ ନୂତନ ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ କରିବା ଦ୍ୱାରା ଏହି ପ୍ରକ୍ରିୟାରେ ବ୍ୟାପକ ସୁଧାର ଆସିଛି ବୋଲି ଜୟଶଙ୍କର ମତ ଦେଇଥିଲେ। ସେଥିରୁ କେବଳ ଓଡ଼ିଶାରେ ୨୦ଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲାଯାଇଥିବା ସେ ସୂଚନା ଦେଇଥିଲେ।
ଗତ ୧୦ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ୧୮ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଆଜି ଭାରତ ଡିଜିଟାଲ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଭାରତରେ ପ୍ରତି ମାସରେ ୧୦ବିଲିୟନ ଡିଜିଟାଲ ପେମେଣ୍ଟ କରାଯାଉଛି, ଯାହା ଆମେରିକାର ବର୍ଷକର ଡିଜିଟାଲ ଲେଣଦେଣ ସହ ସମାନ। ମୋଦି ସରକାର ସ୍ଥାନୀୟ ଉତ୍ପାଦଗୁଡିକର ବିକାଶ ପାଇଁ ବିଶ୍ୱକର୍ମା ଯୋଜନା ଲାଗୁ କରିଥିବା ବେଳେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ୨୦ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରାଯାଇପାରିଛି। ତେବେ ଆଗାମୀ ସମୟରେ ଶିକ୍ଷା ଓ ଦକ୍ଷତା ବିକାଶ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବ ଏବଂ ଏହି ବିଭାଗଗୁଡ଼ିକର ନେତୃତ୍ୱ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ନେଉଥିବା ଗୌରବର ବିଷୟ ବୋଲି ଜୟଶଙ୍କର କହିଥିଲେ।
ସମ୍ବଲପୁର ନାଗରିକ ପରିଷଦର ସଭାପତି ଡ. ଶ୍ୟାମସୁନ୍ଦର ଧର ଅତିଥିମାନଙ୍କୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରର ମାଟିପାନି କବିତା ଗାଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶାରେ ଭାଜପା ସରକାର ହେଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ମାସିକ ହଜାରେ ଟଙ୍କା, ସୂର୍ଯ୍ୟଘର ଯୋଜନାରେ ସବୁ ଘରକୁ ବିଜୁଳି ଯୋଗାଣ, ସରକାରୀ ଅର୍ଥରେ ଚିକିତ୍ସା ଆଦିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସମ୍ବଲପୁରରେ ଦଶ ହଜାର ବର୍ଷର ରେଖାଚିତ୍ର ରହିଥିବା ବେଳେ ଆଗାମୀ ଦିନରେ ତାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରାଯିବ ବୋଲି ଧର୍ମେନ୍ଦ୍ର କହିଥିଲେ। ଶୀତଳଷଷ୍ଠୀକୁ ସାଂସ୍କୃତିକ ପର୍ଯ୍ୟଟନରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହାସହ ସମ୍ବଲପୁରକୁ ଶିକ୍ଷା ଏବଂ ଅର୍ଥନୀତିର କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସମ୍ବଲପୁରରେ ପାସ୍‌ପୋର୍ଟ କେନ୍ଦ୍ର ସ୍ଥାପନ କରିଥିବାରୁ ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବରଗଡର ଚାଷୀ ଏମବି ସୁବ୍ରମଣ୍ୟମ ୟୁକ୍ରେନରେ ଫସିରହିଥିବା ନିଜର ସନ୍ତାନକୁ କେନ୍ଦ୍ର ସରକାର ଉଦ୍ଧାର କରି ଦେଶକୁ ଫେରାଇ ଆଣିବାର ଘଟଣାକୁ ବ୍ୟାଖ୍ୟା କରିଥିଲେ। ଏଥିପାଇଁ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଉତ୍ତରୀୟ ଦେଇ ସେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁପ୍ରୀତି ମିଶ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri