ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ ଜଣେ ମାଟିର ପୁଅ ନେତୃତ୍ୱ ନେଲେ ଓଡ଼ିଶା ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ସମ୍ବଲପୁରର ରିଭର ଇନ୍‌ ପରିସରରେ ରବିବାର ସମ୍ବଲପୁର ନାଗରିକ ପରିଷଦ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ଜୟଶଙ୍କର ଏହା କହିଛନ୍ତି।
ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରି ଲୋକେ ଭୋଟ ଦେଇଥିଲେ। ୨୦୧୯ରେ ମୋଦିଙ୍କ ଉପରେ ଭରସା ରଖି ଦ୍ୱିତୀୟ ଥର ବିଜୟୀ କରାଇଥିଲେ। ୨୦୨୪ରେ ମୋଦୀଙ୍କ ବିକଶିତ ଭାରତର ଗ୍ୟାରେଣ୍ଟିକୁ ନେଇ ଚଳିତ ନିର୍ବାଚନରେ ଭାରତବାସୀ ଭୋଟ ଦେବେ। ତେବେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶାରେ ମଧ୍ୟ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଜୟଶଙ୍କର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଠାକାର ଶାସନ ବ୍ୟବସ୍ଥା ପ୍ରଶାସକଙ୍କ ନିୟନ୍ତ୍ରଣରେ ରହିବା ଯୋଗୁ ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାବାସୀ ଚଳିତ ନିର୍ବାଚନରେ ଏହାର ଦୃଢ଼ ଜବାବ ଦେବେ ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କୌଶଳ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ଗତବର୍ଷ ଜି-୨୦ ସମ୍ମିଳନୀରେ ଓଡ଼ିଶାର କୋଣାର୍କ ଚକ୍ରକୁ ମୋଦି ସାରା ବିଶ୍ୱରେ ଲୋକପ୍ରିୟ କରାଇଥିଲେ। ମୋଦି ସରକାର ଆସିବା ପରେ ସମ୍ବଲପୁର ସମେତ ଦେଶର ୪୫୩ ସ୍ଥାନରେ ନୂତନ ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ କରିବା ଦ୍ୱାରା ଏହି ପ୍ରକ୍ରିୟାରେ ବ୍ୟାପକ ସୁଧାର ଆସିଛି ବୋଲି ଜୟଶଙ୍କର ମତ ଦେଇଥିଲେ। ସେଥିରୁ କେବଳ ଓଡ଼ିଶାରେ ୨୦ଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲାଯାଇଥିବା ସେ ସୂଚନା ଦେଇଥିଲେ।
ଗତ ୧୦ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ୧୮ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଆଜି ଭାରତ ଡିଜିଟାଲ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଭାରତରେ ପ୍ରତି ମାସରେ ୧୦ବିଲିୟନ ଡିଜିଟାଲ ପେମେଣ୍ଟ କରାଯାଉଛି, ଯାହା ଆମେରିକାର ବର୍ଷକର ଡିଜିଟାଲ ଲେଣଦେଣ ସହ ସମାନ। ମୋଦି ସରକାର ସ୍ଥାନୀୟ ଉତ୍ପାଦଗୁଡିକର ବିକାଶ ପାଇଁ ବିଶ୍ୱକର୍ମା ଯୋଜନା ଲାଗୁ କରିଥିବା ବେଳେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ୨୦ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରାଯାଇପାରିଛି। ତେବେ ଆଗାମୀ ସମୟରେ ଶିକ୍ଷା ଓ ଦକ୍ଷତା ବିକାଶ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବ ଏବଂ ଏହି ବିଭାଗଗୁଡ଼ିକର ନେତୃତ୍ୱ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ନେଉଥିବା ଗୌରବର ବିଷୟ ବୋଲି ଜୟଶଙ୍କର କହିଥିଲେ।
ସମ୍ବଲପୁର ନାଗରିକ ପରିଷଦର ସଭାପତି ଡ. ଶ୍ୟାମସୁନ୍ଦର ଧର ଅତିଥିମାନଙ୍କୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରର ମାଟିପାନି କବିତା ଗାଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶାରେ ଭାଜପା ସରକାର ହେଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ମାସିକ ହଜାରେ ଟଙ୍କା, ସୂର୍ଯ୍ୟଘର ଯୋଜନାରେ ସବୁ ଘରକୁ ବିଜୁଳି ଯୋଗାଣ, ସରକାରୀ ଅର୍ଥରେ ଚିକିତ୍ସା ଆଦିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସମ୍ବଲପୁରରେ ଦଶ ହଜାର ବର୍ଷର ରେଖାଚିତ୍ର ରହିଥିବା ବେଳେ ଆଗାମୀ ଦିନରେ ତାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରାଯିବ ବୋଲି ଧର୍ମେନ୍ଦ୍ର କହିଥିଲେ। ଶୀତଳଷଷ୍ଠୀକୁ ସାଂସ୍କୃତିକ ପର୍ଯ୍ୟଟନରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହାସହ ସମ୍ବଲପୁରକୁ ଶିକ୍ଷା ଏବଂ ଅର୍ଥନୀତିର କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସମ୍ବଲପୁରରେ ପାସ୍‌ପୋର୍ଟ କେନ୍ଦ୍ର ସ୍ଥାପନ କରିଥିବାରୁ ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବରଗଡର ଚାଷୀ ଏମବି ସୁବ୍ରମଣ୍ୟମ ୟୁକ୍ରେନରେ ଫସିରହିଥିବା ନିଜର ସନ୍ତାନକୁ କେନ୍ଦ୍ର ସରକାର ଉଦ୍ଧାର କରି ଦେଶକୁ ଫେରାଇ ଆଣିବାର ଘଟଣାକୁ ବ୍ୟାଖ୍ୟା କରିଥିଲେ। ଏଥିପାଇଁ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଉତ୍ତରୀୟ ଦେଇ ସେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁପ୍ରୀତି ମିଶ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri