କିଏ ହେବେ ଡିଜିପି: ରେସ୍‌ରେ ଏହି ୩ ନାଁ

ଭୁବନେଶ୍ୱର, ୧୫।୧(ସୁନିତ୍‌ ମିଶ୍ର):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ୍ବାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ସେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପୋଲିସ ଡିଜି ଦାୟିତ୍ୱରେ ରହିବେ। କାରଣ ନିୟମ ରହିଛି, ଯିଏ ଓଡ଼ିଶାର ପୋଲିସ ଡିଜି ହେବେ ସେ ୨ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ୨୦୨୪ ଅଗଷ୍ଟ ୧୬ରେ ଖୁରାନିଆ ଓଡ଼ିଶାର ପୋଲିସ ଡିଜି ଭାବେ ଦାୟିତ୍ୱ ପାଇଥିଲେ। ସେହି ଅନୁଯାୟୀ ଦେଖିଲେ ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ୨ ବର୍ଷ ପୂରଣ ହେବ। ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୭ ମାସ ରହିଲା। ଏହି ସମୟ ଭିତରେ ସେ ଚାହିଁଲେ ଆଗୁଆ ଅବସର ନେଇପାରିବେ, ନ ହେଲେ ରାଜ୍ୟ ସରକାର ଯଦି ଚିନ୍ତା କରିବେ ଅନ୍ୟ କୌଣସି ପଦବୀକୁ ମଧ୍ୟ ତାଙ୍କୁ ପଠାଇପାରିବେ। ଯଦି ଏପରି ହୁଏ ତେବେ ଅଗଷ୍ଟ ପୂର୍ବରୁ ସରକାର ଆଉଜଣଙ୍କୁ ନୂଆ ଡିଜିପି ଭାବେ ବାଛିବେ। ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଖୁରାନିଆ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟରେ ସରକାରକୁ ଏହାରି ଭିତରେ ପାଖାପାଖି ୨ ବର୍ଷ ଶାସନ କରିବାର ଅଭିଜ୍ଞତା ମିଳିସାରିଲାଣି। ତେଣୁ ଖୁରାନିଆଙ୍କ ପରେ କିଏ ଡିଜିପି ହେବେ ତାକୁ ନେଇ ଏବେଠାରୁ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଓଡ଼ିଶାର ନୂଆ ଡିଜି ଚୟନ ପାଇଁ କେତେକ ନିୟମ ରହିଛି। ରାଜ୍ୟରେ ଯେତେଜଣ ଆଇପିଏସ୍‌ ଅଫିସର୍‌ ଡିଜି ପାହ୍ୟାର ଅଛନ୍ତି, ସେମାନଙ୍କ ନାମକୁ ରାଜ୍ୟ ସରକାର ପ୍ରଥମେ ୟୁନିୟନ ପବ୍ଲିକ ସର୍ଭିସ୍‌ କମିଶନ(ୟୁପିଏସ୍‌ସି)କୁ ପଠାଇବେ। ଏହା ସହିତ ସରକାର ଯେଉଁମାନଙ୍କ ନାଁ ଡିଜିପି ପାଇଁ ପଠାଇବେ, ସେମାନଙ୍କ ୩୦ ବର୍ଷର ରେକର୍ଡ ମଧ୍ୟ ୟୁପିଏସ୍‌ସିକୁ ଦେବେ। ସମସ୍ତ ଡିଜି ପାହ୍ୟାର ଆଇପିଏସ୍‌ ଅଫିସରଙ୍କ ସବୁ ପ୍ରକାର ରେକର୍ଡକୁ ୟୁପିଏସ୍‌ସି ଯାଞ୍ଚ କରିବ। ଯେପରିକି ସେହି ଅଧିକାରୀଙ୍କ ବିରୋଧରେ କିଛି ଦୁର୍ନୀତି ଅଭିଯୋଗ ରହିଛି କି, ଭିଜିଲାନ୍ସ ମାମଲା ଅଛି ନା ନାହିଁ, କିଛି ମାମଲା ଯଦି ଚାଲୁଥିବ ତେବେ ତା’ର ସବୁ ଦିଗକୁ ଦେଖିକି ୟୁପିଏସ୍‌ସି ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ୩ ଜଣଙ୍କ ନାମ ପଠାଇବ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସରକାର ଡିଜି ପୋଲିସ ଭାବେ ନିଯୁକ୍ତି ଦେଇପାରିବେ। ଯେଉଁମାନଙ୍କ ନାମ ଡିଜିପି ପଦ ପାଇଁ ସରକାର ୟୁପିଏସ୍‌ସିକୁ ପଠାଇବେ, ସେମାନଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୬ ମାସ ରହିଥିବା ଦରକାର। ଅର୍ଥାତ୍‌ ସେହି ଆଇପିଏସ୍‌ ଅଧିକାରୀଙ୍କ ବୟସ ୫୯ ବର୍ଷ ୬ ମାସ ଭିତରେ ଥିବା ଦରକାର। ହେଲେ ପରବର୍ତ୍ତୀ ସମୟରେ ସେହି ବୟସର ଯଦି କେହି ରାଜ୍ୟର ଡିଜିପି ହୁଅନ୍ତି, ତେବେ ସରକାର ତାଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରିପାରିବେ। ମୁଖ୍ୟତଃ ବରିଷ୍ଠତାକୁ ଏହି ପଦ ଲାଗି ସବୁବେଳେ ପ୍ରାଧାନ୍ୟ ଦିଆଯାଇଥାଏ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ବରିଷ୍ଠତା ଦୃଷ୍ଟିରୁ ଯେଉଁ ଆଇପିଏସ୍‌ ଅଧିକାରୀଙ୍କ ରେକର୍ଡ ଭଲ, ସେମାନଙ୍କ ନାଁ ୟୁପିଏସ୍‌ସିକୁ ପଠାଇ ଦେଉଥିଲେ। ୟୁପିଏସ୍‌ସିରୁ କ୍ଲିୟରାନ୍ସ ମିଳିବା ପରେ ତାଙ୍କୁ ରାଜ୍ୟର ଡିଜିପି ଭାବେ ନିଯୁକ୍ତ କରାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ପଦ୍ଧତିକୁ ବିରୋଧକରି ଅନେକଜଣ କୋର୍ଟ ଗଲେ। ଫଳରେ ଦୁଇ ଜଣ ଆଇପିଏସ୍‌ ଅଧିକାରୀଙ୍କ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଲେ। ସବୁ ରାଜ୍ୟର ଡିଜିପି ଚୟନ ଲାଗି ଏକ ଆଇନ ଆଣିବେ। ଯେପର୍ଯ୍ୟନ୍ତ ଆଇନ ନ ଆଣିଛନ୍ତି ରାଜ୍ୟର ସମସ୍ତ ଡିଜି ପାହ୍ୟାର ଅଧିକାରୀଙ୍କ ନାଁ ୟୁପିଏସ୍‌ସିକୁ ପଠାଇବେ। ୟୁପିଏସ୍‌ସି ସେମାନଙ୍କ ରେକର୍ଡ ଯାଞ୍ଚ କରି ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ଡିଜିପି ଭାବେ ନିଯୁକ୍ତି ମିଳିପାରିବ। ଯିଏ ଡିଜିପି ହେବେ ସେ ୨ ବର୍ଷ ଏହି ଦାୟିତ୍ୱରେ ରହିବେ। ଏହି ନିୟମକୁ ଏବେ ରାଜ୍ୟର ସରକାର ଅନୁପାଳନ କରୁଛନ୍ତି।
ରାଜ୍ୟରେ ଖୁରାନିଆଙ୍କ ପରେ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ସବୁଠାରୁ ବରିଷ୍ଠ। ସେ ବର୍ତ୍ତମାନ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି। ତାଙ୍କ କାର୍ଯ୍ୟକାଳ ସରିବାକୁ ଆହୁରି ଦେଢ଼ବର୍ଷରୁ ଅଧିକ ସମୟ ରହିଛି। ତାଙ୍କ ପରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସ୍ବପ୍ନା ତିଓ୍ବାରୀ ରହିଛନ୍ତି। ସେ ଏବେ କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ କେନ୍ଦ୍ର ସରକାରଙ୍କ ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟାଳୟରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ନାମକୁ ଆଉ ପରବର୍ତ୍ତୀ ଡିଜିପି ଭାବେ ରାଜ୍ୟ ସରକାର ପଠାଇପାରିବେ ନାହିଁ। କାରଣ ଆସନ୍ତା ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥ ବର୍ତ୍ତମାନ ଜେଲ୍‌ ବିଭାଗ ଡିଜି ଅଛନ୍ତି। ତାଙ୍କ କାର୍ଯ୍ୟକାଳ ସରିବାକୁ ଆହୁରି ଅଢ଼େଇ ବର୍ଷ ସମୟ ରହିଛି। ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ସିଆଇଡି, ସିବିଆଇର ସ୍ବତନ୍ତ୍ର ଡିଜିପି ଦାୟିତ୍ୱରେ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ବେଳକୁ ଶେଷ ହୋଇଯିବ। ଯଦି ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ଯାଏ ରହିବ ଏବଂ ସେହି ସମୟ ପାଖାପାଖି ଡିଜିପି ତାଲିକା ୟୁପିଏସ୍‌ସିକୁ ସରକାର ପଠାନ୍ତି ତେବେ ବିନୟତୋଷଙ୍କ ପାଳି ମଧ୍ୟ ନ ପଡ଼ିପାରେ। ସେହିପରି ବର୍ତ୍ତମାନ ଗୋଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆର୍‌.ପି. କୋଚେ ମଧ୍ୟ ଏହି ତାଲିକାରେ ରହିପାରନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟ ସରିବାକୁ ପ୍ରାୟ ବର୍ଷେ ୬ ମାସ ଅଛି। ମିଳିଥିବା ସୂଚନା ମୁତାବକ, ତାଲିକା ପଠାଇବାବେଳକୁ ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ କାର୍ଯ୍ୟକାଳ ୬ ମାସ ବା ତା’ଠାରୁ ଅଧିକ ଥିବ, ସେମାନଙ୍କୁ ଡିଜିପି ପଦ ଲାଗି ସୁଯୋଗ ମିଳିବ କିମ୍ବା ତାଲିକା ଯିବାବେଳକୁ ଯଦି ରାଜ୍ୟ କ୍ୟାଡର୍‌ ଆଇପିଏସ୍‌ମାନଙ୍କ ମଧ୍ୟରୁ ଅନ୍ୟ କେହି ଡିଜିପି ପାହ୍ୟାକୁ ପଦୋନ୍ନତି ପାଇଥିବେ, ସେମାନଙ୍କ ନାମ ମଧ୍ୟ ତାଲିକାରେ ଯୋଡ଼ିହେବ ବୋଲି ଜଣେ ବରିଷ୍ଠ ଗୃହ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ନନ୍ଦିନୀ ଦେବୀ ଥିଲେ ପ୍ରବୀଣ ନାରୀ ନେତ୍ରୀ

ଭୁବନେଶ୍ୱର, ୫ା୮(ବନ୍ଦନା ସେଠୀ):ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ବରେଣ୍ୟ ସାହିତ୍ୟ ସାଧିକା ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଅବସରରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri