କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା? ରେସ୍‌ରେ…

ଭୁବନେଶ୍ୱର, ୨୦।୬(ସୁନିତ୍‌ ମିଶ୍ର)କଂଗ୍ରେସ ବିଧାୟକମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ଆଗାମୀ ଦିନରେ କଂଗ୍ରେସର ଆଭିମୁଖ୍ୟ ରାଜ୍ୟରେ କିପରି ରହିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି। ବିଜେଡି ସବୁବେଳେ ଭାଜପା ସହିତ ସୁସମ୍ପର୍କ ରଖିଆସୁଥିବା କାରଣରୁ କଂଗ୍ରେସ ହିଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ଅନ୍ୟପଟେ ବିଜେଡିର ବର୍ତ୍ତମାନ ସୁଦ୍ଧା ୯ ଜଣ ରାଜ୍ୟସଭା ଏମ୍‌ପି ଥିବା କାରଣରୁ ଚିଟ୍‌ଫଣ୍ଡ, ଖଣି ଆଦି ଦୁର୍ନୀତି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବେ ନାହିଁ ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି। ଶରତ କହିଛନ୍ତି, ବିଜେଡି-ଭାଜପା ଭିତରେ ସବୁବେଳେ ଉତ୍ତମ ସମ୍ପର୍କ ରହିଆସିଛି। ଏବେ ମଧ୍ୟ ଉଭୟ ନିଜ ନିଜର ଆବଶ୍ୟକତା ପାଇଁ ପରସ୍ପର ସହିତ ସୁସମ୍ପର୍କ ରଖିବେ। ତେଣୁ ବିଧାନସଭା ଭିତରେ ଏବଂ ବିଧାନସଭା ବାହାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି। ବୈଠକ ଶେଷରେ ସବୁ ଉପସ୍ଥିତ ନେତାମାନେ ଏକାସଙ୍ଗେ ରାତ୍ରଭୋଜନ କରିଛନ୍ତି।

୨୦୨୪ ନିର୍ବାଚନରେ ବିଭିନ୍ନ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଯେଉଁ ରାଜ୍ୟରେ ଦଳର ପ୍ରଦର୍ଶନ ଖରାପ ରହିଛି ତା’ର ତର୍ଜମା କରିବା ଲାଗି ଦଳର ଶୀର୍ଷ ନେତୃତ୍ୱ ବର୍ତ୍ତମାନ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ୮ଟି ରାଜ୍ୟରେ ଖରାପ ପ୍ରଦର୍ଶନ ଲାଗି ଏହି କମିଟି ଗଠନ କରାଯାଇଛି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ ଟିମ୍‌ ଗଠନ ହୋଇଛି। ଦଳର ବରିଷ୍ଠ ନେତା ଅଜୟ ମାକେନ ଏବଂ ତାରିକ ଅନଓ୍ବରଙ୍କୁ ନିର୍ବାଚନରେ ଓଡ଼ିଶାର ଖରାପ ପ୍ରଦର୍ଶନର କାରଣ କ’ଣ ସେନେଇ ତର୍ଜମା କରିବାକୁ କୁହାଯାଇଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ବୁଧବାର କେ.ସି.ବେଣୁଗୋପାଳଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri