କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଏବଂ ନୂଆପଡ଼ାରୁ ଲଢ଼ୁଥିବା କଂଗ୍ରେସର ଶରତ ପଟ୍ଟନାୟକ ପରାଜିତ ହୋଇଛନ୍ତି। ଏମାନେ ହାରିବା ପରେ ୩ ପ୍ରମୁଖ ଦଳର କୌଣସି ବ୍ୟକ୍ତି ଦଳକୁ ଜିତାଇ ଆଣିଛନ୍ତି ବୋଲି ଦାବି କରିବାକୁ ଅସମର୍ଥ। କଂଗ୍ରେସର ଆସନ ବଢ଼ିଥିଲେ ମଧ୍ୟ ଉଭୟ ଶରତ ପଟ୍ଟନାୟକ ଓ ଭକ୍ତଚରଣ ଦାସ ଶ୍ରେୟ ନେଇପାରିବେ ନାହିଁ। ସେହିଭଳି ଭାଜପାର ବିଜୟ ପାଇଁ ମନମୋହନ ସାମଲଙ୍କ ଦାବି ଯୁକ୍ତିଯୁକ୍ତ ହେବ ନାହିଁ। ନବୀନ ପଟ୍ଟନାୟକଙ୍କ କଥା ଛାଡ଼ନ୍ତୁ। ହିଞ୍ଜିଳିରୁ ଜିତିଥିଲେ ମଧ୍ୟ ତାହା ତାଙ୍କୁ କୌଣସି ପ୍ରକାର ଗର୍ବ ଆଣିଦେବ ନାହିଁ। ଏହା ହେଲା ୩ ମୁଖ୍ୟ ଦଳର ସ୍ଥିତି।
ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ସମ୍ମୁଖରେ ନାହିଁ। ସେଥିପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ୱର ଗତାନୁଗତିକ ପୂର୍ବ ଢାଞ୍ଚାକୁ ଦେଖିଲେ ମନେହୁଏ ଯେପରି ଓଡ଼ିଶାରେ ମଧ୍ୟ ଜଣେ ମନୋହରଲାଲ୍‌ ଖଟ୍ଟରଙ୍କ ଭଳି ଅଜଣା, ଅଶୁଣା କିନ୍ତୁ ଗ୍ରହଣୀୟ ବିଧାୟକ ନେତୃତ୍ୱ ନେବାର ସମ୍ଭାବନା ରହିଛି। ଏହା ରାଜ୍ୟ ପାଇଁ ମଧ୍ୟ ଶୁଭଙ୍କର ହେବ, କାରଣ ଅନେକ ଦଶନ୍ଧି ଧରି ବ୍ୟକ୍ତିକୈନ୍ଦ୍ରିକ ଦଳ ହୋଇପଡୁଥିବାରୁ ଶାସନ ବ୍ୟବସ୍ଥା ଅଯଥାରେ ବୋଝ ସମ୍ଭାଳି ଆସୁଛି। ଜନସାଧାରଣଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ବିଚକ୍ଷଣ ନାଟକ ସୃଷ୍ଟି କରି ସାଧାରଣ ନାଗରିକଙ୍କୁ ବାଉଳା କରିବା ପାଇଁ ବିଗତ ବର୍ଷଗୁଡ଼ିକରେ ସବୁ ଦଳ ଚେଷ୍ଟା କରିଆସୁଥିଲେ। ଆଜିର ନିର୍ବାଚନ ପରିଣାମ ପ୍ରମାଣ କରୁଛି ଯେ ଜନସାଧାରଣ ସେହିସବୁ ନାଟକୀୟ କାର୍ଯ୍ୟକୁ ପସନ୍ଦ କରୁନାହାନ୍ତି।
ଅନ୍ୟପଟେ ଲୋକ ସଭାର ସ୍ଥିତିକୁ ଦେଖିଲେ ୫୪୩ ଆସନରୁ ଭାଜପା ମୋଟ୍‌ ୨୪୦ ସିଟ୍‌ ହାସଲ କରିପାରିଛି। ଏକାକୀ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୨୭୨। ଅର୍ଥାତ୍‌ ଭାଜପା କେନ୍ଦ୍ରରେ ମିଳିତ ସରକାର କରିବାକୁ ବାଧ୍ୟ ହେବ। ସେଥିପାଇଁ ଭାଜପାର ଯିଏ ବି ପ୍ରଧାନମନ୍ତ୍ରୀ ହେବେ, ସେହି ବ୍ୟକ୍ତି କେବେହେଲେ ଜିତିଥିବା ଲୋକ ସଭା ପ୍ରାର୍ଥୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ଦେବେ ନାହିଁ। କାରଣ ବର୍ତ୍ତମାନ ଲୋକ ସଭାରେ ଭାଜପାର ଉପୁଜିଥିବା କଠିନ ପରିସ୍ଥିତି ଯୋଗୁ ଗୋଟିଏ ବି ଆସନ ହଲ୍‌ଚଲ ହେଉ ବୋଲି ଚାହିଁବେ ନାହିଁ। ସମ୍ପୃକ୍ତ ଲୋକ ସଭା ଆସନ ଛାଡ଼ିଲେ ଉପନିର୍ବାଚନର ପ୍ରୟୋଜନ ଉଠିବ। ସେଥିରେ କିଏ ଜିତିବେ କହିବା କଷ୍ଟକର ହେବ। ଯେହେତୁ ପ୍ରତ୍ୟେକଟି ଲୋକ ସଭା ପ୍ରାର୍ଥୀଙ୍କର ରାଜନୈତିକ ମୂଲ୍ୟ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେହେତୁ ବିଧାନସଭାକୁ ଜିତିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ।
କିଏ ହେବେ ତାହା ଏବେ କହିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri