Categories: ଖେଳ

ରୋହିତଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ଅଧିନାୟକ? ପୂର୍ବତନ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୫।୧୨: ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଦିନିକିଆ ବିଶ୍ୱକପ୍‌ ପରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି। କାରଣ ବୟସ ବଢ଼ୁଥିବାରୁ ସେ କେତେ ସମୟ ଧରି ତିନୋଟି ଯାକ ଫର୍ମାଟ ଖେଳିପାରିବେ ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି। ଏଭଳି ସ୍ଥିତିରେ ରୋହିତଙ୍କ ପରେ ଦଳର ନୂଆ ଟେଷ୍ଟ ଅଧିନାୟକ କିଏ ହେବେ ସେ ନେଇ ବିଚାର କରାଯାଉଛି। ପୂର୍ବ ଟେଷ୍ଟ ଓପନର ତଥା କମେଣ୍ଟେଟର ଆକାଶ ଚୋପ୍ରା କହିଛନ୍ତି ଯେ, ରୋହିତଙ୍କ ପରେ ଶୁଭମନ ଗିଲ ନଚେତ ଋଷଭ ପନ୍ତ ଭାରତର ଟେଷ୍ଟ ଅଧିନାୟକ ହୋଇପାରନ୍ତି, ଯିଏ ଦୀର୍ଘ ସମୟ ଯାଏ ଦଳର ନେତୃତ୍ୱ ନେଇପାରିବେ।
ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଆକାଶ କହିଛନ୍ତି, ଦୁଇଜଣ ଖେଳାଳି ଏଭଳି ଅଛନ୍ତି ଯିଏ ଟେଷ୍ଟରେ ଆପଣଙ୍କ ଲାଗି ଖେଳ ବଦଳାଇପାରନ୍ତି। ବିଶେଷକରି ପନ୍ତଙ୍କ ବିଷୟରେ କହିଲେ ସେ ଅନେକଥର ସେଭଳି ପ୍ରଦର୍ଶନ କରିଛନ୍ତି। ସେ ଉଇକେଟକିପର ସତ ହେଲେ ଖେଳକୁ ବଦଳାଇପାରୁଥିବା କ୍ରିକେଟର ମଧ୍ୟ। ଏଣୁ ତାଙ୍କୁ ଅଧିନାୟକ ପଦ ମିଳିବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।
Share