ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍‌

ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍‌ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ସହଯୋଗୀ ଦଳଙ୍କ ଉପରେ ଏବେ ଭାଜପା ନିର୍ଭର କରୁଛି। ଦିଲ୍ଲୀରେ ଆଜି ଏନ୍‌ଡିଏର ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବନିର୍ବାଚିତ ଏମ୍‌ପିଙ୍କ ଦ଼୍ବାରା ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବା ନେଇ ନିଷ୍ପତ୍ତି ହୋଇପାରେ। ଆସନ୍ତା ରବିବାର ସମ୍ପୂର୍ଣ୍ଣ କ୍ୟାବିନେଟ୍‌ ରାଷ୍ଟ୍ରପତି ଭବନରେ ଏକସଙ୍ଗେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସରକାର ଗଠନ ପୂର୍ବରୁ ଏନ୍‌ଡିଏରେ ସାମିଲ୍‌ ଥିବା ଟିଡିପି ଏବଂ ଜେଡିୟୁ ନେତାଙ୍କ ସହ ଭାଜପା ଲାଗାତାର ଆଲୋଚନା କରୁଛି । ଏଥିସହିତ କ୍ୟାବିନେଟ୍‌ରେ କେଉଁମାନଙ୍କୁ ମନ୍ତ୍ରୀ ପଦ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ, ଏନ୍‌ଡିଏରେ ସାମିଲ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ କରୁନାହାନ୍ତି। ଦଳର କିଛି ପ୍ରମୁଖ ସାଂସଦଙ୍କ ନାମ ଏହି ଲିଷ୍ଟରେ ରହିପାରେ । ଅଟକଳ ଅନୁସାରେ ଶିବସେନାକୁ ଗୋଟିଏ କ୍ୟାବିନେଟ୍‌ ଏବଂ ଗୋଟିଏ ରାଜ୍ୟ ମନ୍ତ୍ରୀ ପଦ ମିଳିପାରେ।
ଏହାଛଡ଼ା, ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି କ୍ୟାବିନେଟ୍‌ ମନ୍ତ୍ରୀ ପାଇଁ ଦଳର ନେତା ରାମମୋହନ ନାଇଡ଼ୁଙ୍କ ନାମକୁ ପ୍ରସ୍ତାବ ଦେଇପାରେ। ଟିଡିପିକୁ ଅତିକମ୍‌ରେ ୩ରୁ ୪ ମନ୍ତ୍ରୀ ପଦ ମିଳିବା ନେଇ ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ଟିଡିପିକୁ ଏବେ ଅର୍ଥ ରାଜ୍ୟମନ୍ତ୍ରୀ ଏବଂ ଆଉ ଦୁିଇ-ତିନିଟି ମନ୍ତ୍ରାଳୟ ମିଳିବା ନେଇ ଦଳ ଆଶା କରିଛି।
ସେହିପରି ଅନ୍ୟ ପ୍ରମୁଖ ଦଳ ଜେଡିୟୁ ଚଳିତ ଥର ତିନୋଟି କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଗୋଟିଏ ରାଜ୍ୟମନ୍ତ୍ରୀ ପଦ ମିଳିବା ନେଇ ଜଣାପଡ଼ୁଛି। ଦଳ ମୁଖ୍ୟ ନୀତୀଶ କୁମାର କୃଷି, ରେଳ, ଗ୍ରାମୀଣ ବିକାଶ ଏବଂ ଜଳ ଶକ୍ତି ଭଳି ବିହାରର ହିତ ସହିତ ଜଡ଼ିତ ମନ୍ତ୍ରାଳୟ ଉପରେ ନଜର କରିଛନ୍ତି। ଏହାଛଡ଼ା ନୀତୀଶ କୁମାର ତାଙ୍କର ଘନିଷ୍ଠ ସହଯୋଗୀ ସାମିଲ୍‌ ସଞ୍ଜୟ ଝା ଏବଂ ଲଲନ୍‌ ସିଂଙ୍କ ନାମକୁ କେନ୍ଦ୍ରମନ୍ତ୍ରୀ ପାଇଁ ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri