Posted inଜାତୀୟ

କିଏ ହେବ ପରବର୍ତ୍ତି ସିଡିଏସ୍‌, ଏବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ମନ୍ଥନ

ନୂଆଦିଲ୍ଲୀ,୯ ।୧୨: ବୁଧବାର ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଏମାନଙ୍କ ବ୍ୟତୀତ ଅନ୍ୟ ୧୧ ସେନାଧିକାରୀ ମଧ୍ୟ ଶହୀଦ ହୋଇଛନ୍ତି । ତେବେ ବିପିନ ରାୱତଙ୍କ ପରଲୋକ ପରେ କିଏ ହେବ ସିଡିଏସ୍ ଏବେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇ ଗଲାଣି । ମୋଦି ସରକାରଙ୍କ ପାଇଁ ଏହା ଏତେ ସହଜ ନୁହେଁ ବୋଲି କୁହାଯାଉଛି । ମାତ୍ର ୨ ବର୍ଷ ଏହି ପଦରେ ରହି ବିପିନ ରାୱତ ଦେଶରେ ପ୍ରତିରକ୍ଷା କ୍ଷେତରେ ଅନେକ ସୁଧାର ଆଣି ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଥିଲେ ।
ମୋଦି ସରକାର ସିଡିଏସ୍ ପଦବୀ ଏଇଥିପାଇଁ ତିଆରି କରିଥିଲେ, କି ୩ ସେନା ବାୟୁସେନା, ସ୍ଥଳସେନା ଓ ନୌସେନାକୁ ଏକ କରାଯାଇପାରେ । ଏଥିପାଇଁ ୩ ସେନାଙ୍କୁ ଭିନ୍ନ ଭିନ୍ନ କମାଣ୍ଡ ସ୍ଥାନରେ ଦେଶରେ ଥିଏଟର କମାଣ୍ଡ ପ୍ରସ୍ତୁତ କରାଯାଇପାରେ । ହେଲେ ଏହା ଏତେ ସହଜ ନ ଥିଲା । ମୋଦି ସରକାର ବିପିନ ରାୱତଙ୍କୁ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବାପୂର୍ବରୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) କରି ଦେଇଥିଲେ । କାରଣ ଜେନରାଲ ବିପିନ ରାୱତ ନିଜେ କହୁଥିଲେ କି ଆଧୁନିକ ଯୁଦ୍ଧକୁ ସେନାର କୌଣସି ଗୋଟିଏ ଅଙ୍ଗ ଏକାକି ଜିତି ପାରିବ ନାହିଁ ।
ସିଡିଏସ୍ ଜେନରାଲ ବିପିନ ରାୱତଙ୍କ ପରଲୋକକୁ ନେଇ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ଭରଣା କରିବା ମୋଦି ସରକାରଙ୍କ ପାଇଁ ଏତେ ସହଜ ହେବନି ବୋଲି କୁହାଯାଉଛି । ତେବେ ସିଡିଏସ୍ ପଦ ପାଇଁ ସବୁଠାରୁ ବଡ ମିଲିଟାରୀ କମାଣ୍ଡର ଭାବେ ଜେନରାଲ ଏମ୍‌ଏମ୍ ନରାୱେଣେଙ୍କ ନାମ ପ୍ରଥମେ ଆସୁଛି । ହେଲେ ୨୦୨୨ ପର୍ଯ୍ୟନ୍ତ ରହିଛି ନରାୱଣେଙ୍କ କାର୍ଯ୍ୟକାଳ, ଯଦି ତାଙ୍କୁ ସିଡିଏସ୍ କରି ଦିଆଯାଏ ତେବେ ପୁଣିଥରେ ସ୍ଥଳ ସେନା ମୁଖ୍ୟ ଖୋଜିବାକୁ ପଡିବ । ଏହାପରେ ନାଁ ଆସୁଛି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ବି ଆର ଚୌଧୁରୀଙ୍କର । ହେଲେ ସେ ଚଳିତ ବର୍ଷ ଅକ୍ଟୋବରରେ ବାୟୁସେନା ମୁଖ୍ୟଭାବେ ପଦ ସମ୍ଭାଳିଛନ୍ତି । ଏହାପରେ ଆସୁଛି ନୌସେନା ମୁଖ୍ୟ ଆଡମିରାଲ ଆର ହରିହରନଙ୍କ ନାଁ । ହେଲେ ସେ ବି ଚଳିତ ବର୍ଷ ନଭେମ୍ବର ୩୦ରେ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆହୁରି ମଧ୍ୟ ସିଡିଏସ୍ ନମ୍ବର ୨ ଅର୍ଥାତ୍ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ ଷ୍ଟାଫଙ୍କୁ ଏହା ଦିଆଯାଇପାରେ । ଏବେ ଏହି ପରେ ରହିଛନ୍ତି ଏୟାର ମାର୍ଶାଲ ବି ଏମ୍ କୃଷ୍ଣା, ଯିଏ ଥ୍ରୀ-ଷ୍ଟାର ଜନରାଲ ଅଛନ୍ତି । ହେଲେ ୩ ସେନା ମୁଖ୍ୟଙ୍କୁ ବାଦ୍‌ଦେଇ ଜଣେ ଥ୍ରୀ-ଷ୍ଟାର ଜେନରାଙ୍କୁ ସିଡିଏସ୍ ପଦବୀ ଦେବା ସରକାରଙ୍କ ପାଇଁ ସାମାନ୍ୟ କଠିନ ହୋଇପାରେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri