ବାଇଡେନ୍‌ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ

ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍‌ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟକ୍କର ଦେବା ପାଇଁ ୮୧ ବର୍ଷୀୟ ବାଇଡେନ୍‌ ସକ୍ଷମ ନୁହନ୍ତି ବୋଲି ଶାସକ ଡେମୋକ୍ରାଟିକ୍‌ ପାର୍ଟି ଏକପ୍ରକାର ଧରିନେଇଛି। ତେଣୁ ବାଇଡେନ୍‌ଙ୍କ ବଦଳରେ ଜଣେ ନୂଆ ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଯାଇପାରେ।

ଏହି ଦୌଡ଼ରେ ଉପରାଷ୍ଟ୍ରପତି କମଲା ହାରିସ୍‌ ସବା ଆଗରେ ରହିଛନ୍ତି। ଏଯାଏ ବାଇଡେନ୍‌ଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଆସିଥିବା କାର୍ଲିଫର୍ନିଆର ଗାଭିନ୍‌ ନ୍ୟୁସୋମ୍‌ ଏବଂ ମିଶିଗାନ୍‌ର ଗ୍ରେଟ୍‌ଚେନ୍‌ ହ୍ବିଟ୍‌ମେରଙ୍କ ଭଳି କେତେଜଣ ଡେମୋକ୍ରାଟିକ୍‌ ଗଭର୍ନର ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି। ଏହି ତାଲିକାରେ ଥିବା ଶାସକ ଦଳର ଏହି ତାଲିକାରେ ଥିବା ଅନ୍ୟମାନେ ହେଲେ ପାରମ୍ପରିକ ରିପବ୍ଲିକାନ୍‌ ଷ୍ଟେଟ୍‌ଗୁଡ଼ିକର ଆଣ୍ଡି ବେଶିଅର(କେଣ୍ଟୁକି) ଏବଂ ରୋୟ କୁପେର (ନର୍ଥ କ୍ୟାରୋଲିନା)ଙ୍କ ଭଳି ଡେମୋକ୍ରାଟିକ୍‌ ଗଭର୍ନର, ପରିବହନ ସଚିବ ପେଟେ ବୁଟ୍ଟିଗିଏଗ୍‌, ବାଣିଜ୍ୟ ସଚିବ ଜିନା ଓ ଅହିଓ ସିନେଟର ଶେରୋଡ୍‌ ବ୍ରାଉନ୍‌।

କମଳା ହାରିସ୍‌, ଉପରାଷ୍ଟ୍ରପତି
ବାଇଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ ଡେମୋକ୍ରାଟିକ୍‌ ପାର୍ଟିରୁ କମଲା ହାରିସ୍‌ଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ୫୯ ବର୍ଷୀୟା ଭାଇସ୍‌ ପ୍ରେସିଡେଣ୍ଟ ବାଇଡେନ୍‌ଙ୍କ ଭଳି ଲୋକପ୍ରିୟ ନୁହନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଲଢ଼ି ନିର୍ବାଚନ ଜିତିବା ତାଙ୍କ ପକ୍ଷେ ସହଜ ହୋଇ ନ ପାରେ ବୋଲି ଡେମୋକ୍ରାଟ୍ସ ସନ୍ଦେହ କରୁଛନ୍ତି। କ୍ୟାରୋଲିନାର ପୂର୍ବତନ ଆଟର୍ନି ଜେନେରାଲ ହାରିସ୍‌ ୨୦୨୦ରେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିଲେ। ଏହି ପଦ ଅଳଙ୍କୃତ କରିବାରେ ସେ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ବଂଶୋଦ୍ଭବ। ସିନେଟ୍‌କୁ ନିର୍ବାଚିତ ହେବାରେ ମଧ୍ୟ ସେ ଦ୍ୱିତୀୟ କୃଷ୍ଣକାୟ ମହିଳା। କିନ୍ତୁ ବାଇଡେନ୍‌ଙ୍କ ପ୍ରଶାସନ ଆରମ୍ଭରେ ସେ କେତେକ ଭୁଲ୍‌ ପଦକ୍ଷେପ ନେଇଥିବାରୁ ତାଙ୍କ ରେଟିଂ ଦୁର୍ବଳ ରହିଛି। ଫାଇଭ୍‌ ଥାର୍ଟି ଏଇଟ୍‌ର ସଦ୍ୟ ସର୍ଭେରେ ହାରିସ୍‌ଙ୍କ ସପକ୍ଷରେ ୩୯%ରୁ ସାମାନ୍ୟ ଅଧିକ ଭୋଟର ରହିଥିବାବେଳେ ପ୍ରାୟ ୫୦% ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବାଇଡେନ୍‌ଙ୍କ ତୁଳନାରେ ହାରିସ୍‌ଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଆଟ୍‌ଲାଣ୍ଟାରେ ଅନୁଷ୍ଠିତ ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ ବେଳେ ବାଇଡେନ୍‌ଙ୍କ ସହ ଉପସ୍ଥିତ ଥିବା ହାରିସ୍‌ ତାଙ୍କୁ ହଟାଇବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସିଏନ୍‌ଏନ୍‌କୁ କହିଥିଲେ ରାଷ୍ଟ୍ରପତି ‘ଦୁର୍ବଳ ଆରମ୍ଭ’ କରିଥିଲେ ମଧ୍ୟ ବିତର୍କର ସମାପନ ବେଳେ ଦୃଢ଼ତା ଦେଖାଇଥିଲେ।

ଗାଭିନ୍‌ ନ୍ୟୁସୋମ୍‌, କାରୋଲିନା ଗଭର୍ନର
ଡେମୋକ୍ରାଟ୍‌ମାନେ ଗୁରୁବାର ରାତିରେ ବାଇଡେନ୍‌ଙ୍କ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱକୁ ନେଇ ଚିନ୍ତିତ ହୋଇପଡ଼ିଥିବାବେଳେ ସେଠାରେ ଉପସ୍ଥିତ କାରୋଲିନା ଗଭର୍ନର ନ୍ୟୁସୋମ୍‌ ରାଷ୍ଟ୍ରପତିଙ୍କ ପାଇଁ ଦୃଢ଼ ଭାବେ ଓକିଲାତି କରିଥିଲେ। ନ୍ୟୁସୋମ୍‌ଙ୍କ ଜାତୀୟ ଉପସ୍ଥିତି ଯୋଗୁ ଅନେକ ଡେମୋକ୍ରାଟ୍‌ ତାଙ୍କୁ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପଯୁକ୍ତ ପ୍ରାର୍ଥୀ ବିବେଚନା କରନ୍ତି। ଗତବର୍ଷ ବାଇଡେନ୍‌ଙ୍କ ବୟସକୁ ନେଇ କଥା ଉଠିବା ପରେ ନ୍ୟୁସୋମ୍‌ ପ୍ରାର୍ଥୀ ହେବା ପାଇଁ ଏକ ଛାୟା କ୍ୟାମ୍ପେନ୍‌ ଚଳାଇଥିବା ନେଇ ରିପବ୍ଲିକାନ୍‌ମାନେ ସମାଲୋଚନା କରିଥିଲେ। ସାନ୍‌ ଫ୍ରାନ୍‌ସିସ୍କୋର ୫୬ ବର୍ଷୀୟ ପୂର୍ବତନ ମେୟର ବନ୍ଧୁକ ନିୟନ୍ତ୍ରଣ, ଏଲ୍‌ଜିବିଟି+, ଗର୍ଭପାତ ଅଧିକାର ଆଦି ପ୍ରସଙ୍ଗରେ ଖୋଲାଖୋଲି ସମର୍ଥନ କରି ଚର୍ଚ୍ଚାରେ ରହିଆସିଛନ୍ତି।

ଜୋଶ୍‌ ଶାପିରୋ, ପେନ୍‌ସିଲଭାନିଆ ଗଭର୍ନର
୨୦୦୦ ଦଶକରୁ ରାଜନୀତିରେ ସକ୍ରିୟ ଥିବା ପେନ୍‌ସିଲଭାନିଆ ଗଭର୍ନର ଜୋଶ୍‌ ଶାପିରୋ ୨୦୨୦ରେ ସର୍ବାଧିକ ଭୋଟ ପାଇ ପୁନଃ ନିର୍ବାଚିତ ହୋଇଥିଲେ। ପରିବେଶ ସୁରକ୍ଷା ଓ ଇସ୍ରାଏଲକୁ ସମର୍ଥନକୁ ନେଇ ସେ ବେଶ୍‌ ଜଣାଶୁଣା। ଫ୍ରାଙ୍କ୍‌ଲିନ୍‌ ଆଣ୍ଡ୍‌ ମାର୍ଶାଲ କଲେଜ ପକ୍ଷରୁ ଗତ ଏପ୍ରିଲରେ କରାଯାଇଥିବା ସର୍ଭେରେ ତାଙ୍କୁ ୫୪% ସମର୍ଥନ ମିଳିଥିଲା। ଏପରି କି ୨୯% ରିପବ୍ଲିକାନ୍‌ ମଧ୍ୟ ଜୋଶ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ଅନୁମୋଦନ କରିଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।

ଗ୍ରେଟ୍‌ଚେନ୍‌ ହ୍ବିଟ୍‌ମେର, ମିଶିଗାନ୍‌ ଗଭର୍ନର
ମିଶିଗାନ୍‌ ଗଭର୍ନର ଗ୍ରେଟ୍‌ଚେନ୍‌ଙ୍କୁ ବାଇଡେନ୍‌ଙ୍କ ଜଣେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଏ। କୋଭିଡ୍‌-୧୯ ମହାମାରୀ ବେଳେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁକାବିଲା ବିଫଳତା ଯୋଗୁ ହ୍ବାଇଟ୍‌ ହାଉସ୍‌ ସହ ମୁହଁାମୁହଁି ହୋଇ ଚର୍ଚ୍ଚାକୁ ଆସିଥିଲେ ହ୍ବିଟ୍‌ମେର। ୨୦୨୦ ଅକ୍ଟୋବରରେ ଏକ ଟ୍ରମ୍ପ୍‌ ସମର୍ଥକ ଗୋଷ୍ଠୀ ତାଙ୍କୁ ଅପହରଣ ଉଦ୍ୟମ କରିଥିବା ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ପ୍ରଘଟ କରିଥିଲେ। ହ୍ବିଟ୍‌ମେର ୨୦୨୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଷୟ ପୂର୍ବରୁ ଏକାଧିକ ଥର ଦୋହରାଇ ସାରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri