ବାଇଡେନ୍‌ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ

ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍‌ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟକ୍କର ଦେବା ପାଇଁ ୮୧ ବର୍ଷୀୟ ବାଇଡେନ୍‌ ସକ୍ଷମ ନୁହନ୍ତି ବୋଲି ଶାସକ ଡେମୋକ୍ରାଟିକ୍‌ ପାର୍ଟି ଏକପ୍ରକାର ଧରିନେଇଛି। ତେଣୁ ବାଇଡେନ୍‌ଙ୍କ ବଦଳରେ ଜଣେ ନୂଆ ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଯାଇପାରେ।

ଏହି ଦୌଡ଼ରେ ଉପରାଷ୍ଟ୍ରପତି କମଲା ହାରିସ୍‌ ସବା ଆଗରେ ରହିଛନ୍ତି। ଏଯାଏ ବାଇଡେନ୍‌ଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଆସିଥିବା କାର୍ଲିଫର୍ନିଆର ଗାଭିନ୍‌ ନ୍ୟୁସୋମ୍‌ ଏବଂ ମିଶିଗାନ୍‌ର ଗ୍ରେଟ୍‌ଚେନ୍‌ ହ୍ବିଟ୍‌ମେରଙ୍କ ଭଳି କେତେଜଣ ଡେମୋକ୍ରାଟିକ୍‌ ଗଭର୍ନର ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି। ଏହି ତାଲିକାରେ ଥିବା ଶାସକ ଦଳର ଏହି ତାଲିକାରେ ଥିବା ଅନ୍ୟମାନେ ହେଲେ ପାରମ୍ପରିକ ରିପବ୍ଲିକାନ୍‌ ଷ୍ଟେଟ୍‌ଗୁଡ଼ିକର ଆଣ୍ଡି ବେଶିଅର(କେଣ୍ଟୁକି) ଏବଂ ରୋୟ କୁପେର (ନର୍ଥ କ୍ୟାରୋଲିନା)ଙ୍କ ଭଳି ଡେମୋକ୍ରାଟିକ୍‌ ଗଭର୍ନର, ପରିବହନ ସଚିବ ପେଟେ ବୁଟ୍ଟିଗିଏଗ୍‌, ବାଣିଜ୍ୟ ସଚିବ ଜିନା ଓ ଅହିଓ ସିନେଟର ଶେରୋଡ୍‌ ବ୍ରାଉନ୍‌।

କମଳା ହାରିସ୍‌, ଉପରାଷ୍ଟ୍ରପତି
ବାଇଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ ଡେମୋକ୍ରାଟିକ୍‌ ପାର୍ଟିରୁ କମଲା ହାରିସ୍‌ଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ୫୯ ବର୍ଷୀୟା ଭାଇସ୍‌ ପ୍ରେସିଡେଣ୍ଟ ବାଇଡେନ୍‌ଙ୍କ ଭଳି ଲୋକପ୍ରିୟ ନୁହନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଲଢ଼ି ନିର୍ବାଚନ ଜିତିବା ତାଙ୍କ ପକ୍ଷେ ସହଜ ହୋଇ ନ ପାରେ ବୋଲି ଡେମୋକ୍ରାଟ୍ସ ସନ୍ଦେହ କରୁଛନ୍ତି। କ୍ୟାରୋଲିନାର ପୂର୍ବତନ ଆଟର୍ନି ଜେନେରାଲ ହାରିସ୍‌ ୨୦୨୦ରେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିଲେ। ଏହି ପଦ ଅଳଙ୍କୃତ କରିବାରେ ସେ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ବଂଶୋଦ୍ଭବ। ସିନେଟ୍‌କୁ ନିର୍ବାଚିତ ହେବାରେ ମଧ୍ୟ ସେ ଦ୍ୱିତୀୟ କୃଷ୍ଣକାୟ ମହିଳା। କିନ୍ତୁ ବାଇଡେନ୍‌ଙ୍କ ପ୍ରଶାସନ ଆରମ୍ଭରେ ସେ କେତେକ ଭୁଲ୍‌ ପଦକ୍ଷେପ ନେଇଥିବାରୁ ତାଙ୍କ ରେଟିଂ ଦୁର୍ବଳ ରହିଛି। ଫାଇଭ୍‌ ଥାର୍ଟି ଏଇଟ୍‌ର ସଦ୍ୟ ସର୍ଭେରେ ହାରିସ୍‌ଙ୍କ ସପକ୍ଷରେ ୩୯%ରୁ ସାମାନ୍ୟ ଅଧିକ ଭୋଟର ରହିଥିବାବେଳେ ପ୍ରାୟ ୫୦% ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବାଇଡେନ୍‌ଙ୍କ ତୁଳନାରେ ହାରିସ୍‌ଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଆଟ୍‌ଲାଣ୍ଟାରେ ଅନୁଷ୍ଠିତ ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ ବେଳେ ବାଇଡେନ୍‌ଙ୍କ ସହ ଉପସ୍ଥିତ ଥିବା ହାରିସ୍‌ ତାଙ୍କୁ ହଟାଇବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସିଏନ୍‌ଏନ୍‌କୁ କହିଥିଲେ ରାଷ୍ଟ୍ରପତି ‘ଦୁର୍ବଳ ଆରମ୍ଭ’ କରିଥିଲେ ମଧ୍ୟ ବିତର୍କର ସମାପନ ବେଳେ ଦୃଢ଼ତା ଦେଖାଇଥିଲେ।

ଗାଭିନ୍‌ ନ୍ୟୁସୋମ୍‌, କାରୋଲିନା ଗଭର୍ନର
ଡେମୋକ୍ରାଟ୍‌ମାନେ ଗୁରୁବାର ରାତିରେ ବାଇଡେନ୍‌ଙ୍କ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱକୁ ନେଇ ଚିନ୍ତିତ ହୋଇପଡ଼ିଥିବାବେଳେ ସେଠାରେ ଉପସ୍ଥିତ କାରୋଲିନା ଗଭର୍ନର ନ୍ୟୁସୋମ୍‌ ରାଷ୍ଟ୍ରପତିଙ୍କ ପାଇଁ ଦୃଢ଼ ଭାବେ ଓକିଲାତି କରିଥିଲେ। ନ୍ୟୁସୋମ୍‌ଙ୍କ ଜାତୀୟ ଉପସ୍ଥିତି ଯୋଗୁ ଅନେକ ଡେମୋକ୍ରାଟ୍‌ ତାଙ୍କୁ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପଯୁକ୍ତ ପ୍ରାର୍ଥୀ ବିବେଚନା କରନ୍ତି। ଗତବର୍ଷ ବାଇଡେନ୍‌ଙ୍କ ବୟସକୁ ନେଇ କଥା ଉଠିବା ପରେ ନ୍ୟୁସୋମ୍‌ ପ୍ରାର୍ଥୀ ହେବା ପାଇଁ ଏକ ଛାୟା କ୍ୟାମ୍ପେନ୍‌ ଚଳାଇଥିବା ନେଇ ରିପବ୍ଲିକାନ୍‌ମାନେ ସମାଲୋଚନା କରିଥିଲେ। ସାନ୍‌ ଫ୍ରାନ୍‌ସିସ୍କୋର ୫୬ ବର୍ଷୀୟ ପୂର୍ବତନ ମେୟର ବନ୍ଧୁକ ନିୟନ୍ତ୍ରଣ, ଏଲ୍‌ଜିବିଟି+, ଗର୍ଭପାତ ଅଧିକାର ଆଦି ପ୍ରସଙ୍ଗରେ ଖୋଲାଖୋଲି ସମର୍ଥନ କରି ଚର୍ଚ୍ଚାରେ ରହିଆସିଛନ୍ତି।

ଜୋଶ୍‌ ଶାପିରୋ, ପେନ୍‌ସିଲଭାନିଆ ଗଭର୍ନର
୨୦୦୦ ଦଶକରୁ ରାଜନୀତିରେ ସକ୍ରିୟ ଥିବା ପେନ୍‌ସିଲଭାନିଆ ଗଭର୍ନର ଜୋଶ୍‌ ଶାପିରୋ ୨୦୨୦ରେ ସର୍ବାଧିକ ଭୋଟ ପାଇ ପୁନଃ ନିର୍ବାଚିତ ହୋଇଥିଲେ। ପରିବେଶ ସୁରକ୍ଷା ଓ ଇସ୍ରାଏଲକୁ ସମର୍ଥନକୁ ନେଇ ସେ ବେଶ୍‌ ଜଣାଶୁଣା। ଫ୍ରାଙ୍କ୍‌ଲିନ୍‌ ଆଣ୍ଡ୍‌ ମାର୍ଶାଲ କଲେଜ ପକ୍ଷରୁ ଗତ ଏପ୍ରିଲରେ କରାଯାଇଥିବା ସର୍ଭେରେ ତାଙ୍କୁ ୫୪% ସମର୍ଥନ ମିଳିଥିଲା। ଏପରି କି ୨୯% ରିପବ୍ଲିକାନ୍‌ ମଧ୍ୟ ଜୋଶ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ଅନୁମୋଦନ କରିଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।

ଗ୍ରେଟ୍‌ଚେନ୍‌ ହ୍ବିଟ୍‌ମେର, ମିଶିଗାନ୍‌ ଗଭର୍ନର
ମିଶିଗାନ୍‌ ଗଭର୍ନର ଗ୍ରେଟ୍‌ଚେନ୍‌ଙ୍କୁ ବାଇଡେନ୍‌ଙ୍କ ଜଣେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଏ। କୋଭିଡ୍‌-୧୯ ମହାମାରୀ ବେଳେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମୁକାବିଲା ବିଫଳତା ଯୋଗୁ ହ୍ବାଇଟ୍‌ ହାଉସ୍‌ ସହ ମୁହଁାମୁହଁି ହୋଇ ଚର୍ଚ୍ଚାକୁ ଆସିଥିଲେ ହ୍ବିଟ୍‌ମେର। ୨୦୨୦ ଅକ୍ଟୋବରରେ ଏକ ଟ୍ରମ୍ପ୍‌ ସମର୍ଥକ ଗୋଷ୍ଠୀ ତାଙ୍କୁ ଅପହରଣ ଉଦ୍ୟମ କରିଥିବା ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ପ୍ରଘଟ କରିଥିଲେ। ହ୍ବିଟ୍‌ମେର ୨୦୨୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଷୟ ପୂର୍ବରୁ ଏକାଧିକ ଥର ଦୋହରାଇ ସାରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri