କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ ଶେଷ ହେବ। ସେ ଅବସର ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନୂଆ ସେନା ମୁଖ୍ୟଙ୍କୁ ନିଯୁକ୍ତ କରିବେ।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୬ ଜଣଙ୍କ ନାମ ସୁପାରିସ କରାଯାଇଛି। ତେଣୁ ଦେଶର ସବୁଠୁ ଶକ୍ତିଶାଳୀ ପଦରେ କାହାକୁ ନିଯୁକ୍ତି ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୯୪୭ରେ ପାକିସ୍ତାନ ସ୍ବାଧୀନ ହେବା ପରଠାରୁ ଦେଶରେ ସେନାକୁ ସବୁଠୁ ଶକ୍ତିଶାଳୀ ବିବେଚନା କରାଯାଇଆସୁଛି। ୭୫ ବର୍ଷ ମଧ୍ୟରେ ସେନା ୩ ଦଶନ୍ଧି ଧରି ସାମରିକ ଶାସନ ଜାରି କରିଛି।

୨୦୧୬ ନଭେମ୍ବରରେ ବାଜ୍‌ଓ୍ବା ୬ ଲକ୍ଷ ସୈନ୍ୟ ବିଶିଷ୍ଟ ପାକିସ୍ତାନୀ ସେନାର ଦାୟିତ୍ୱ ନେଇଥିଲେ। ବାଜ୍‌ଓ୍ବାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ୨୦୧୯ରେ ଶେଷ ହେବା ପରେ ତତ୍କାଳୀନ ଇମ୍ରାନ୍‌ ଖାନ୍‌ ସରକାର ତାଙ୍କ ଅବଧି ଆଉ ୩ ବର୍ଷ ବଢ଼ାଇଥିଲେ। ପ୍ରଧାନମନ୍ତ୍ରୀ ଶରିଫ ଉପଯୁକ୍ତ ସମୟରେ ନୂଆ ସେନାମୁଖ୍ୟଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଟୁଇଟ୍‌ କରିଛନ୍ତି। ସେନା ମୁଖ୍ୟ ଦୌଡ଼ରେ ଥିବା ଅଧିକାରୀମାନେ ହେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆସିମ୍‌ ମୁନିର, ସାହିର ଶମ୍‌ଶଦ ମିର୍ଜା, ଅଜହର ଅବ୍ବାସ, ନଉମାନ ମେହମୁଦ, ଫୈଜ୍‌ ମହିଦ ଏବଂ ମହମ୍ମଦ ଆମିର।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?