Categories: ଫୁରସତ

ଏମିତି ବ୍ୟକ୍ତି ଯିଏ ପ୍ରତିଦିନ ପିନ୍ଧନ୍ତି ନୂଆ ଡ୍ରେସ୍‌, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିବାବେଳେ ଆଉ କେହି ବିଳାସପୂର୍ଣ୍ଣ କାର୍‌କୁ ଭଲ ପାଆନ୍ତି। ଅନେକ ଲୋକ ଭଳିକି ଭଳି ଡ୍ରେସ୍‌ ପିନ୍ଧିବାକୁ ବି ଭଲ ପାଆନ୍ତି।

ଏହି ବ୍ୟକ୍ତି ଜଣକ ଡ୍ରେସ୍‌କୁ ଏତେ ଭଲ ପାଆନ୍ତି ଯେ, ସେ ପିନ୍ଧିଥିବା ଡ୍ରେସ୍‌କୁ ଆଉ କେବେ ବି ପିନ୍ଧନ୍ତି ନାହିଁ। ବିଶ୍ୱାସ ନ ହେଲେ ବି ସତ। ଜାଣନ୍ତୁ ଏପରି ବ୍ୟକ୍ତିଙ୍କ ବିଷୟରେ…

ଏହି ବ୍ୟକ୍ତିଙ୍କ ନାମ ଥିଲା ମେହବୁବ ଅଲ୍ଲୀ ଖାନ। ଯିଏ ହାଇଦ୍ରାବାଦର ଶାସକ ଥିଲେ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଷଷ୍ଠ ନିଜାମ ଥିଲେ ମେହେବୁବ୍‌। କୁହାଯାଏ, ଡ୍ରେସ୍‌ ରଖିବା ପାଇଁ ତାଙ୍କର ବିଶ୍ୱର ସର୍ବବୃହତ ଆଲମୀରା ଥିଲା। ତାଙ୍କ ମହଲାର ଦକ୍ଷିଣ ପାର୍ଶ୍ୱରେ ଏକ ୨୪୦ ଫୁଟ ଉଚ୍ଚର ଆଲମୀରା ତିଆରି କରାଯାଇଥିଲା। ଏଥିରେ ଡ୍ରେସ୍‌ ସହିତ ଜୋତା ଏବଂ ଆସବାବପତ୍ରରେ ପୂର୍ଣ୍ଣ ହୋଇ ରହୁଥିଲା।

ମେହେବୁବ୍‌ ହାଇଦ୍ରାବାଦର ଷଷ୍ଠ ନିଜାମ ଥିଲେ। ସେ ୧୮୬୬ ମସିହା ଅଗଷ୍ଟ ୭ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଡ୍ରେସ୍‌ ପିନ୍ଧିବାରେ ବହୁତ ସୌଖୀନ ଥିଲା। ତେଣୁ ସେ ବିରାଟ ଆଲମୀରା ତିଆରି କରିଥିଲେ। ବର୍ତ୍ତମାନ ଏହା ଏକ ସଂଗ୍ରହାଳୟରେ ପରିଣତ ହୋଇଛି। ଜୋତା ଏବଂ ଡ୍ରେସ୍‌ଗୁଡ଼ିକୁ ଦେଖିଲେ ଜଣାପଡ଼େ ସେଗୁଡିକ କେବଳ ଥରେ ମାତ୍ର ବ୍ୟବହାର ହୋଇଛି। ଏବେ ବି ସେମିତି ନୂଆ ଦିଶୁଛି। ତାଙ୍କର ଏପରି ଅଜବ ସଉକ ସମ୍ପର୍କରେ ଯିଏ ଶୁଣେ ସେ ଆଶ୍ଚର୍ଯ୍ୟ ହୋଇଯାଏ।

Share