କିଏ କାହାକୁ ପ୍ରଥମେ କରିଥିଲେ ପ୍ରପୋଜ୍‌-କାଟ୍ରିନା ନା ଭିକି

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଉଭୟ ଡିସେମ୍ବର ୯ରେ ରାଜସ୍ଥାନରେ ସାତ ଫେରା ନେବେ। ତେବେ ଏହି ସମୟରେ ପ୍ରଶଂସକଙ୍କ ମନରେ ଉଭୟଙ୍କୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି କାଟ୍ରିନା ଏବଂ ଭିକିଙ୍କ ମଧ୍ୟରୁ କିଏ ପ୍ରଥମେ ବିବାହ ପାଇଁ ପ୍ରସ୍ତାବ ଦେଇଥଲେ। ଏବେ ଏହି ରହସ୍ୟରୁ ପରଦା ଉଠିଛି।
କୁହାଯାଉଛି ଯେ ଭିକି ଏକ ଫିଲ୍ମ ଷ୍ଟାଇଲ୍‌ରେ ବିବାହ ପାଇଁ କାଟ୍ରିନାଙ୍କୁ ପ୍ରସ୍ତାବ ଦେଇଥିଲେ। କାଟ୍ରିନାଙ୍କ ପ୍ରିୟ ବ୍ରାଉନି ଚକୋଲେଟ ତିଆରି କରି ଏହାକୁ ଏକ ବାକ୍ସରେ ପ୍ୟାକ କରି ସିଧା ତାଙ୍କ ଘରକୁ ଯାଇଥିଲେ ବିକି। କାଟ୍ରିନା ବାକ୍ସ ଖୋଲିଲା ପରେ ସେ ବ୍ରାଉନି ଚକୋଲେଟ ସହ ଏକ ନୋଟ ଏବଂ ମୁଦି ପାଇଲେ। ଏହା ଦେଖି ସେ ବେଶ୍‌ ଖୁସି ହୋଇଯାଇଥିଲେ। ଏହି ନୋଟରେ ଲେଖାଥିଲା, ତୁମେ ମୋତେ ବିବାହ କରିବ କି?’ ନୋଟ ପଢିବା ପରେ କାଟ୍ରିନା ଖୁସିରେ ଡେଇଁପଡିଲେ ଏବଂ ତୁରନ୍ତ ଭିକିଙ୍କୁ ବିବାହ ପାଇଁ ହଁ କହିଲେ।
ଭିକି ଏବଂ କାଟ୍ରିନା ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରର ରିସୋର୍ଟର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ବିବାହ କରିବେ। ହିନ୍ଦୁ ରୀତିନୀତି ଅନୁଯାୟୀ ଲଭବାର୍ଡ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦି କାର୍ଯ୍ୟକ୍ରମ ୭ ଓ ୮ ଡିସେମ୍ବରରେ ଅନୁଷ୍ଠିତ ହେବ। କାଟ୍ରିନା ଏବଂ ଭିକିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବା ସମସ୍ତ ଅତିଥିଙ୍କ ରହିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ବିବାହରେ ପ୍ରାୟ ୨୦୦ ଅତିଥି ଯୋଗଦେବେ ବୋଲି ଆଶା କରାଯାଉଛି।

Share