କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ ତାଙ୍କ ପିତାମାତାଙ୍କୁ ଏଇଥିପାଇଁ ହତ୍ୟା କରିଥିଲେ ଯେ, ପରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିପାରିବେ। ଏହି କାରଣରୁ ଏହା ଆମେରିକାରେ ଏକ ଜାତୀୟ ସୁରକ୍ଷା ସମସ୍ୟା ହୋଇ ରହିଛି। ତାଙ୍କର ଯୋଜନା ଥିଲା ତାଙ୍କ ମାତାପିତାଙ୍କୁ ହତ୍ୟା କରି ଘରେ ଥିବା ସମସ୍ତ ଟଙ୍କା ନେଇ ପଳାଇଯିବା ଏବଂ ପରେ ସେହି ଟଙ୍କା ସାହାଯ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରି ବର୍ତ୍ତମାନର ସରକାରଙ୍କୁ ଭାଙ୍ଗି ଦେବା।
ଅଭିଯୁକ୍ତ ଜଣକ ଫେବୃଆରୀ ମାସରେ ତାଙ୍କ ୩୫ ବର୍ଷୀୟା ମାଆ ତାଟିଆନା କାସାପ ଏବଂ ୫୧ ବର୍ଷୀୟ ସାବତ ବାପା ଡୋନାଲ୍ଡ ମେୟରଙ୍କୁ ହତ୍ୟା କରିଥିଲେ। ନିକିତା ତାଙ୍କ ମାତାପିତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତା’ପରେ ସେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୃତଦେହ ସହିତ ସେହି ଘରେ ରହିଥିଲେ। ତା’ପରେ ସେ ୧୪,୦୦୦ ଡଲାର ନଗଦ, ତାଙ୍କ ପାସପୋର୍ଟ ଏବଂ କୁକୁରଟିକୁ ନେଇ ପଳାଇ ଯାଇଥିଲେ।
ନିକିତା କାସାପଙ୍କ ସମ୍ପର୍କୀୟମାନେ କିଛି ଅଜବ ଜିନିଷ ଦେଖି ଓ୍ବେଲଫେୟାର ଚେକ୍‌ ପାଇଁ ଅନୁରୋଧ କରିଥିଲେ, ଯାହା ପରେ ପୋଲିସ ଏହି ଭୟଙ୍କର ଘଟଣା ବିଷୟରେ ଜାଣିବାକୁ ପାଇଲା। ମାମଲାଟି ଅଧିକ ଗମ୍ଭୀର ହୋଇଗଲା ଯେତେବେଳେ FBI ଦ୍ୱାରା ଦାଖଲ ହୋଇଥିବା ଏକ ୱାରେଣ୍ଟରୁ ଜଣାପଡିଲା ଯେ କାସାପ ଏକ ଇସ୍ତାହାର ଲେଖିଛନ୍ତି ଯେଉଁଥିରେ ସେ କେବଳ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିନଥିଲେ ବରଂ ଆମେରିକୀୟ ସରକାରଙ୍କୁ ଗାଦିଚ୍ୟୁତ କରିବା ବିଷୟରେ ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri