କିଏ ଏହି ସୁପ୍ରିମକୋର୍ଟରେ ରେର୍କଡ ସୃଷ୍ଟି କରିଥିବା ଫାତିମା ବିବି, ପଦ୍ମ ଭୂଷଣରେ ହେବେ ସମ୍ମାନିତ

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରାଯାଇଛି। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ତାଲିକାରେ ୪୦ଜଣ ଓବିସି, ୯ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି। ଏଥିମଧ୍ୟରୁ ପୂର୍ବବର୍ଷ ନଭେମ୍ବରରେ ଦୁନିଆରୁ ଅଲବିଦା ନେଇଥିବା ଏମ ଫାତିମା ବିବିଙ୍କର ନାଁ ମଧ୍ୟ ସାମିଲ୍‌ ଅଛି। ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରିପତି ଭାବରେ ଗୌରବ ଅର୍ଜନ କରିଥିଲେ। କେବଳ ଶୀର୍ଷ ନ୍ୟାୟଳୟ ନୁହେଁ ସେ ବାର କାଉନସିଲିଂରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ମହିଳା ଥିଲେ।

୧୯୨୭ ଏପ୍ରିଲ ୩୦ରେ କେରଳର ପାଥନମିଟ୍ଟାରେ ଫାତିମା ଜନ୍ମ ଗ୍ରହଣ କରିଥିଲେ। ସଫଳତମ ବିଚାରପତି ହେବାରେ ତାଙ୍କ ବାପାଙ୍କ ଯୋଗଦାନ ବହୁତ ଥିଲା। ତାଙ୍କ ବାପା ତାଙ୍କୁ ଓକିଲ ଭାବେ ଦେଖିବାକୁ ଚାହୁଁଥିଲେ। ସେ କେରଳରେ ପ୍ରଥମେ ତାଙ୍କର ଓକିଲ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୧୯୮୩ରେ ଉଚ୍ଚ ନ୍ୟାୟଳୟର ବିଚାରପତି ହୋଇଥିଲେ। ୧୯୮୯ରେ ସୁପ୍ରିମକୋର୍ଟର ସେ ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଯାହା ସୁପ୍ରିମକୋର୍ଟ ଇତିହାସରେ ଲିପିବଦ୍ଧ ହୋଇଥିଲା।

ଅବସର ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ଓ ପରେ ସେ ତାମିଲନାଡୁର ରାଜ୍ୟପାଳ ହୋଇଥିଲେ। ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କ କାର୍ଯ୍ୟକାଳ ବିବାଦିତ ରହିଥିଲା। ୨୦୦୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଜୟଲଳିତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ। ବିଶେଷ କରି ସେହିବର୍ଷ TANSI ଭୂମି ମାମଲାରେ ସାମିଲ ଥିବା କାରଣରୁ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Share