ଓମିକ୍ରନଠାରୁ ଘାତକ ଏହାର ଛୋଟ ଭାଇ ବିଏ.୨: ଡବ୍ଲୁଏଚଓ

ଜେନେଭା,୧୯ ।୨: ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ଧିରେ ଧିରେ କମ୍ ହୋଇ ଆସୁଥିବା ବେଳେ ଏବେ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନି ଦେଇଛି । ଡବ୍ଲୁଏଚଓ କହିଛି ଓମିକ୍ରନର ଏକ ବିଶେଷ ଭାରିଏଣ୍ଟ ବିଏ.୨ରେ ବହୁତ କ୍ଷମତା ରହିଛି । ଏହା କେବଳ ଦ୍ରୁତ ଗତିରେ ବ୍ୟାପୁଛି ତାହା ନୁହେଁ ବରଂ ଏହା ଲୋକଙ୍କୁ ଗମ୍ଭୀର ରୂପରେ ରୋଗାକ୍ରାନ୍ତ ବି କରୁଛି । ଏ ସମ୍ପର୍କରେ ‘ବାୟୋଆରଏକ୍ସିବ’ ନାମକ ଏକ ଜର୍ନାଲର ଏକ ଆର୍ଟିକଲରେ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି କି ଓମିକ୍ରନର ଏହି ସବ ଭାରିଏଣ୍ଟ ଓମିକ୍ରନଠାରୁ ବହୁ ଗୁଣା କ୍ଷତିକାରକ । ଏଥିରେ କରୋନା ଭ୍ୟାକ୍ସିନ କାମ କରିବ ବୋଲି କୁହାଯାଉଥିବା ବେଳେ ଯେଉଁମାନେ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି ସେମାନଙ୍କ ପାଇଁ ଏହା କ୍ଷତିକାରକ ହେବ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।

Share