Posted inଜାତୀୟ

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ ହଟ୍ଟଗୋଳ କଲେ ଅଧିବେଶନକୁ ବାରମ୍ବାର ସ୍ଥଗିତ କରାଯାଉଛି। ତେବେ ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମାଇକ୍‌କୁ ବାରମ୍ବାର ବନ୍ଦ କରାଯାଉଛି। ପେପର୍‌ ଲିକ୍‌ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ମାତ୍ରେ ସାଙ୍ଗେସାଙ୍ଗେ ମାଇକ୍‌ ଅଫ୍‌ କରାଯାଉଛି ବୋଲି ବିରୋଧୀ ଦଳର ନେତାମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏହି ଅଭିଯୋଗ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି, ତାଙ୍କ ପାଖରେ କୌଣସି ସୁଇଚ୍‌ ନାହିଁ ଯାହାଦ୍ୱାରା ମାଇକ ଅଫ ହୋଇପାରିବ।

ଏହାକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ରାଜ୍ୟ ସଭାରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୭ ବର୍ଷରେ ୭୦ଥର ପେପର୍‌ ଲିକ ହୋଇଛି। ତେବେ ଏତିକି କହିବା ଭିତରେ ତାଙ୍କର ମଧ୍ୟ ମାଇକ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ କଂଗ୍ରେସ ମାଇକ୍‌ ବନ୍ଦ କରିବା ଘଟଣାକୁ ଏକ ବଡ଼ ପ୍ରସଙ୍ଗ ଭାବରେ ଉଠାଇଛିି। ଏଭଳି ପରିସ୍ଥିତିରେ ଗୃହରେ ମାଇକ ଅନ ଏବଂ ଅଫ କରିବାର ଅଧିକାର କାହାର ଅଛି ବୋଲି ପ୍ରଶ୍ନ ଉଠିଛି।

ନୂଆ ସଂସଦର ଉଭୟ ଗୃହରେ ମାଇକ୍‌ ନିୟନ୍ତ୍ରଣ କରିବା ପାଇଁ ଅଲଗା ପ୍ୟାନେଲ ରହିଛି। ବାଚସ୍ପତିଙ୍କ ଆସନ ଉପରର ପ୍ରଥମ ମହଲାରେ ଏଥିପାଇଁ ସାଉଣ୍ଡ ଇଞ୍ଜିନିୟରମାନେ ଏହି କାମ କରିଥା’ନ୍ତିି। ସେମାନେ ସିସିଟିଭି ମାଧ୍ୟମରେ ଏବଂ ପ୍ୟାନେଲରେ ଇନଷ୍ଟଲ ହୋଇଥିବା ସ୍କ୍ରିନ ମାଧ୍ୟମରେ ସଦସ୍ୟମାନଙ୍କୁ ଦେଖିପରନ୍ତି। ଏବଂ ସେମାନଙ୍କୁ ଦେଖିବା ପରେ ଏମପିଙ୍କ ମାଇକ ଅନ / ଅଫ କରନ୍ତି ।

୧୮ତମ ଲୋକ ସଭାରେ ଏମପିମାନେ ଏପର୍ଯ୍ୟନ୍ତ ଡିଭିଜନ ନମ୍ବର ପାଇନାହାଁନ୍ତି। ତେଣୁ ଏମପିମାନଙ୍କୁୁ ସ୍କ୍ରିନ କିମ୍ବା ସିସିଟିଭିରେ ଦେଖିବା ପରେ ଇଞ୍ଜିନିୟରମାନେ ମାଇକ ଟର୍ନ ଅନ କରିଥାନ୍ତି। କିନ୍ତୁ ଡିଭିଜନ ନମ୍ବର ଆବଣ୍ଟିତ ହୋଇଥିଲେ ସାଉଣ୍ଡ ଇଞ୍ଜିନିୟରଙ୍କ କାମ ସହଜ ହୋଇପାରିଥା’ନ୍ତା। ଡିଭିଜନ ନମ୍ବର ଅର୍ଥାତ୍‌ ଏମପିଙ୍କ ସିଟ ନମ୍ବର। ଏହି ଡିଭିଜନ ନମ୍ବର ପାଇବା ପରେ ଏମପିମାନେ କେବଳ ନିଜ ଆସନରେ ରହି କହିପାରିବେ। ଯେତେବେଳେ ତାଙ୍କ ନାମ ଡକାଯିବ ସେତେବେଳେ ଆପେଆପେ ତାଙ୍କ ଆସନରେ ଥିବା ମାଇକ୍‌ ଅନ୍‌ ହୋଇଯିବ।

ତେବେ ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି। କିନ୍ତୁ ଏହା କରିବା ପାଇଁ କିଛି ନିୟମ ରହିଛି। ଉଦାହରଣ ସ୍ବରୂପ, ଶୂନକାଳ ମଧ୍ୟରେ ପ୍ରତ୍ୟେକ ଏମପି କହିବା ପାଇଁ ତିନି ମିନିଟ ପାଇଥା’ନ୍ତି। ତାଙ୍କ ସମୟ ସରିବା ମାତ୍ରେ ତାଙ୍କ ମାଇକ ଆପେଆପେ ସୁଇଚ ଅଫ ହୋଇଯାଏ। ଯେଉଁ ବ୍ୟକ୍ତିଙ୍କ ନାମ ବାଚସ୍ପତି ନେଇଥା’ନ୍ତି, ସେତେବେଳେ ମାଇକ୍‌ ଅନ୍‌ ହୋଇଯାଏ। ଆଉ ଯେତେବେଳେ ଖୋଦ୍‌ ବାଚସ୍ପତି ଏହାକୁ ରେକର୍ଡରେ ନିଆଯିବ ନାହିଁ ବୋଲି କୁହନ୍ତି, ସେତେବେଳେ ମାଇକ ଆପେ ବନ୍ଦ ହୋଇଯାଏ । ସଂସଦରେ ଏହିପରି, ମାଇକ ଅନ୍‌ ଏବଂ ଅଫ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ...

ଅନନ୍ତ ଅମ଼୍ବାନୀ-ରାଧିକାଙ୍କୁ ଆଶିର୍ବାଦ ଦେଲେ ମୋଦି

ମୁମ଼୍ବାଇ, ୧୪।୦୭: ଦେଶର ଆର୍ଥିକ ରାଜଧାନୀ ମୁମ଼୍ବାଇରେ ଜୁଲାଇ ୧୨ରେ ଅନନ୍ତ ଅମ଼୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏହାର ଅଗାମୀ...

ସୋନିଆଙ୍କୁ ଭେଟିଲେ ହେମନ୍ତ

ନୂଆଦିଲ୍ଲୀ,୧୪।୭(ପି.ଟି.): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ୍‌ ଶନିବାର କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ...

କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ

ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ...

ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର

ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି...

ପ୍ରତ୍ୟେକ ଶନିବାର ଯୁବକଙ୍କୁ ୭ ଥର କାମୁଡ଼ିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଫତେହପୁର, ୧୩।୭: ଉତ୍ତର ପ୍ରଦେଶର ଫତେହପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ପ୍ରତ୍ୟେକଥର ସାପ...

ଅନନ୍ତ-ରାଧିକାଙ୍କ ବାହାଘରରେ ରାଜାରାଜୁଡ଼ାଙ୍କ ପରି ଅତିଥିଙ୍କ ଚର୍ଚ୍ଚା କଲେ ଅମ୍ବାନୀ ପରିବାର

ମୁମ୍ବାଇ,୧୩।୭: ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କ ବାହାଘର ଅତ୍ୟନ୍ତ ଜାକଜମକରେ କରୁଛନ୍ତି। ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ...

Video: ଲାଇଭ୍‌ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …

ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri