Categories: ଅପରାଧ

ହ୍ବାଟସ୍‌ଆପ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇଥିବା ବ୍ୟକ୍ତି ଗିରଫ

ଗାଜିଆବାଦ, ୭।୯: ଗାଜିଆବାଦ ପୋଲିସ ଏଭଳି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯିଏକି ମହିଳାଙ୍କୁ ଅଶୀଳ ଭିଡିଓ ପଠାଉଥିଲା। କୁହାଯାଉଛି କି, ଏହି ଯୁବକଜଣଙ୍କ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ହ୍ବାଟସ୍‌ଆପ୍‌ରେ ଅଶୀଳ ଭିଡିଓ ପଠାଇ ସାରିଛି। ସେହିଭଳି ଅନେକ ମହିଳାଙ୍କୁ ସେ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ଏହି ବ୍ୟକ୍ତିଙ୍କ ନାମରେ ରହିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତିଜଣଙ୍କ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍ଲିକେଶନ ବ୍ୟବହାର କରୁଥିଲେ ଯାହା ଦ୍ୱାରା ଡିସ୍‌ପ୍ଲେରେ ମଧ୍ୟ ନମ୍ବର ବଦଳି ଯାଉଥିଲା। ଗାଜିଆବାଦ ସିଓ ଅଭୟ କୁମାର କହିଛନ୍ତି, ଅନେକ ଦିନ ଧରି ଅଭିଯୋଗ ଆସୁଥିଲା କି ଗୋଟିଏ ନମ୍ବରରୁ ବହୁ ମହିଳାଙ୍କୁ ହଇରାଣ କରାଯାଉଛି। ପ୍ରଥମେ ଅଶୀଳ ଭିଡିଓ ପଠାଇବା ପରେ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଅଭିଯୋଗ ଆସିବା ପରେ ପୋଲିସ ନମ୍ବରକୁ ଟ୍ରାକ୍‌ କରିବାକୁ ଚେଷ୍ଟା କରିଥିଲା। ଶେଷରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଏହି ନମ୍ବରଟି ହରିୟାଣାର। ପୋଲିସ ଏହାପରେ ତଦନ୍ତକୁ ଜୋର୍‌ଦାର କରି ଶେଷରେ ରୋହତକ୍‌ରୁ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଯୁବକଜଣଙ୍କ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇବା ସହ ଭିଡିଓ କଲ୍‌ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା।