ମିଳିମିଳା ବିଶ୍ୱ ପାଇଁ ବିପଦ, ଏହାକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣ ଜରୁରୀ : ଡବ୍ଲୁଏଚଓ

ଜେନେଭା,୨୪ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଓ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସଡିସି) ବୁଧବାର କହିଛି କରୋନା ଭାଇରସ ମହାମାରୀ ଆରମ୍ଭ ହେବାପରେ ମିଳିମିଳା ଟିକାକରଣ କମିବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ ଗତ ବର୍ଷ ପ୍ରାୟ ୪ କୋଟି ଶିଶୁଙ୍କୁ ମିଳିମିଳା ଟିକା ନ ମିଳିବା ରେକର୍ଡ ସ୍ତରରେ ପହଞ୍ଚିଛି ।
ଡବ୍ଲୁଏଚଓ ଓ ସିଡିସି ଏକ ମିଳିତ ରିପୋର୍ଟରେ କହିଛନ୍ତି, ଏବେ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମିଳିମିଳାର ସଂକ୍ରମଣ ବିସ୍ତାର କରିବାର ବିପଦ ଆମ ଆଡକୁ ମାଡି ଆସୁଛି । କରୋନା ମହାମାରୀ କାରଣରୁ ମିଳିମିଳା ଟିକାକରଣକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏବେ ଏହା ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିବାକୁ ଯାଉଛି ।
ମିଳିମିଳା ସବୁଠାରୁ ସଂକ୍ରମକ ମାନବ ବିଜାଣୁ ମଧ୍ୟରୁ ଗୋଟିଏ, ଏହାକୁ କେବଳ ଟିକାକରଣ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବେ ରୋକା ଯାଇପାରେ । ଏହାର ପ୍ରକୋପକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣର ଆବଶ୍ୟକତା ରହିଛି । ରିପୋର୍ଟରେ କୁହାଯାଇଛି କି ୨୦୨୧ରେ ପ୍ରାୟ ୪ କୋଟି ଲୋକେ ମିଳିମିଳା ଟିକା ନେବାରୁ ବଞ୍ଚିତ ହୋଇଛନ୍ତି ।

Share