ଆଇପିଏଲ୍‌ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି

ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା ମାରିଥିଲେ। ଏହି ଛକା ମାରିବା ପରେ ଲିଭିଙ୍ଗଷ୍ଟୋନ ଆଇପିଏଲ ଇତିହାସର ଦୀର୍ଘତମ ଛକା ମାରିଥିବା ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଯୋଗ ଦେଇଛନ୍ତି। ଆଇପିଏଲ ଇତିହାସରେ ଦୀର୍ଘତମ ଛକା ମାରିବା ପାଇଁ ଆଲବି ମର୍କେଲ ରେକର୍ଡ ରଖିଛନ୍ତି। ଆଇପିଏଲ୍‌ର ପ୍ରଥମ ସିଜିନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ମର୍କେଲ ୧୨୫ ମିଟର ଲମ୍ବା ଛକା ମାରିଥିଲେ। ତାଙ୍କର ରେକର୍ଡ ଆଜି ବି କେହି ଭାଙ୍ଗିପାରିନାହାନ୍ତି। ଏହି ତାଲିକାରେ ଦ୍ୱିତୀୟରେ ଅଛନ୍ତି ପ୍ରବୀଣ କୁମାର। ସେ ୧୨୪ ମିଟର ଲମ୍ବା ଛକା ମାରିଥିଲେ। ଆଇପିଏଲ ଇତିହାସରେ ଦୀର୍ଘତମ ଛକା ମାରିଥିବା ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ସାମିଲ ଅଛନ୍ତି।

ଆଇପିଏଲ ଇତିହାସରେ ଦୀର୍ଘତମ ଛକା
ଆଲବି ମର୍କେଲ- ୧୨୫ ମିଟର
ପ୍ରବୀଣ କୁମାର- ୧୨୪ ମି
ଆଦାମ ଗିଲକ୍ରିଷ୍ଟ- ୧୨୨ ମି
ରବିନ ଉଥାପ୍ପା- ୧୨୦ ମି
କ୍ରିସ ଗେଲ- ୧୧୯ ମି
ଯୁବରାଜ ସିଂ- ୧୧୯ ମି
ରସ ଟେଲର- ୧୧୯ ମି
ଲିଭିଙ୍ଗଷ୍ଟୋନ- ୧୧୭ ମି
ଗୌତମ ଗମ୍ଭୀର- ୧୧୭ ମି
ବେନ କଟିଙ୍ଗ- ୧୧୭ମି

Share