ଆଫଗାନିସ୍ତାନ ଛାଡ଼ିଥିବା ଆମେରିକୀୟ ଶେଷ ସୈନିକ କିଏ ଜାଣନ୍ତି…

ଓ୍ବାଶିଂଟନ,୪ା୯: ଆଫଗାନିସ୍ତାନରୁ ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆମେରିକା ଫେରିଯାଇଛି। ଏହାର ୧୩ ସୈନିକ ସହିଦ ହେବା ପରେ ଆମେରିକାର ଶେଷ ବାଟାଲିୟନ କାବୁଲ ଛାଡ଼ିଥିଲେ। ଆମେରିକାର ସୈନିକମାନେ ଆମେରିକାର JC-୧୭ ବିମାନରେ ବାହାରିଥିଲେ। ଏହି ବିମାନରେ ଚଢ଼ିଥିବା ଶେଷ ଆମେରିକୀୟ ସୈନିକ ହେଉଛନ୍ତି ଖ୍ରୀଷ୍ଟୋଫର୍‌ ଡୋନେୟୁ। ଏବେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।

ଆମେରିକାର ସେନା ପକ୍ଷରୁ କୁହାଯାଇଛି, ଆଫଗାନିସ୍ତାନ, ଇରାକ, ସିରିଆ, ଲିବିୟା ଏବଂ ପୂର୍ବ ୟୁରୋପରେ ଖ୍ରୀଷ୍ଟୋଫରଙ୍କୁ ୧୭ ଥର ନିୟୋଜିତ କରାଯାଇଛି।

Share