କଟ୍ରିନାଙ୍କ ଭଳି ଦେଖାଯାଉଥିବା ଯୁବତୀ ଜଣକ କିଏ..

ମୁମ୍ବାଇ,୨୯।୯: ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ଡ୍ୟୁପ୍ଲିକେଟ ରହିଛନ୍ତି। ଠିକ୍‌ ସେହିପରି ଏବେ କଟ୍ରିନାଙ୍କ ଚେହେରା ପରି ମିଶୁଥିବା ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ ମିଡିଆ କଟ୍ରିନାଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କୁ ସାମ୍ନାକୁ ଆଣିଛି। ଯୁବତୀ ଜଣକ ହେଉଛନ୍ତି ଏଲିନା ରୟ। ସେ ଜଣେ ସୋସିଆଲ ମିଡିଆ ଷ୍ଟାର। ତାଙ୍କ ବାୟୋରେ ସେ ଜଣେ ଅଭିନେତ୍ରୀ ବୋଲି ଲେଖିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨୦୩ ହଜାର ଫଲୋର୍ସ। ଏବେ ଇନ୍‌ଷ୍ଟାଗ୍ରମରେ ତାଙ୍କର ଫଟୋ ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି। ଫଟୋର କମେଣ୍ଟରେ ଅଭିନେତ୍ରୀ ଜଣକ କଟ୍ରିନା କି ଏଲିନା ପ୍ରଶ୍ନ କରାଯାଇଛି। ସେ କଟ୍ରିନା ପରି ଦେଖାଯାଉଥିବା କିଛି ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି।

Share